୭ ବର୍ଷର ସଂପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ ! ସ୍ୱାମୀଙ୍କ ଠାରୁ ଅଲଗା ହେବେ ନନ୍ଦିତା ଦାସ

150

୭ବର୍ଷ ପରେ ସ୍ୱାମୀଙ୍କ ସହ ସଂପର୍କ ତୁଟାଇଲେ ନନ୍ଦିତା ଦାସ । ସ୍ୱାମୀ ସୁବୋଧ ମସ୍କରାଙ୍କୁ ଛାଡପତ୍ର ଦେବେ ଏହି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଅଭିନେତ୍ରୀ । ଆପୋଷ ବୁଝାମଣାରେ ଦୁହେଁ ଅଲଗା ହେବାକୁ ନିଷ୍ପତି ନେଇଥିବା କହିଛନ୍ତି । ଏନେଇ ଖବର ପ୍ରକାଶ କରିଛି ସମ୍ବାଦ ସରବରାହ ସଂସ୍ଥା ପିଟିଆଇ । ବଲିଉଡରେ ଅନେକ ଅଧୁରା ସ୍ୱପ୍ନ ଓ ଭଙ୍ଗା ସଂପର୍କର ମୁକ ସାକ୍ଷୀ ଥିଲା ବର୍ଷ ୨୦୧୬ । କିନ୍ତୁ ୨୦୧୭ର ପ୍ରଥମ ବିହାହ ବିଚ୍ଛେଦ ଆକାରରେ ଅଲଗା ହୋଇଛନ୍ତି ଶ୍ୟାମଳୀ ସୁନ୍ଦରୀ ନନ୍ଦିତା ଓ ସୁବୋଧ ।

ଓଡିଆ ଝିଅ ନନ୍ଦିତା ଦାସ ନିଜର ନିଆରା ଶୈଳିର ଅଭିନୟ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଇଛନ୍ତି । ବିଭିନ୍ନ ଭାଷାରେ ପ୍ରାୟ ୩୦ରୁ ଅଧିକ ଫିଲ୍ମରେ ଅଭିନୟ କରିବା ସହ କେତେକ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ନନ୍ଦିତା ଓ ସୁବୋଧଙ୍କ ୬ ବର୍ଷର ପୁଅ ମଧ୍ୟ ଅଛି । ତେବେ ବିବାହ ବିଚ୍ଛେଦର ପ୍ରକୃତ କାରଣ ଜଣା ପଡିନାହିଁ ।

ଏହା ସହ ଦେଖନ୍ତୁ ୧୯ ବର୍ଷ ପରେ ବାପା ହେବେ ଭାଇଜାନ୍ ସଲମାନ୍ ଖାନ୍