୧୯ ବର୍ଷ ପରେ ବାପା ହେବେ ଭାଇଜାନ୍ ସଲମାନ୍ ଖାନ୍

29

୧୯ ବର୍ଷ ପରେ ବାପା ହେବେ ଭାଇଜାନ୍ ସଲମାନ୍ ଖାନ୍ । ସଲମାନ୍ ତାଙ୍କର ଆଗାମୀ ସିନେମାରେ ଜଣେ ୧୩ ବର୍ଷ ଝିଅର ବାପା ଚରିତ୍ରରେ ନଜର ଆସିବେ । ତେବେ ସିନେମାର ନାଁ ଏଯାଏ ସ୍ଥିର ହୋଇ ନାହିଁ । ଏହି ସିନେମାରେ ସଲମାନ୍ ଜଣେ ଡ୍ୟାନ୍ସ ଟ୍ରେନରର ଭୂମିକାରେ ଅଭିନୟ କରିବେ । ସିନେମାଟି ମୁଖ୍ୟତଃ ଡ୍ୟାନ୍ସ ଉପରେ ଆଧାରିତ ।

ସୂଚନା ଅନୁସାରେ , ଆମୀର୍ ଖାନଙ୍କ ସିନେମା ‘ଦଙ୍ଗଲ’ ଆସିବା ପରେ ବଲିଉଡର ସମସ୍ତ ଲୋକପ୍ରିୟ ତାରକାଙ୍କ ମଧ୍ୟରେ ନିଜ ନିଜ ରୋଲକୁ ନେଇ ଯେମିତି ଦଙ୍ଗଲ ଆରମ୍ଭ ହୋଇଯାଇଛି । ଆଉ ଏହି ଦୌଡର ଆଗରେ ରହିଛନ୍ତି ଦବଙ୍ଗ୍ ହିରୋ ସଲମାନ୍ ଖାନ୍ । ଦଙ୍ଗଲ ସିନେମାରେ ଆମୀରଙ୍କ ଦୁଇ ଯୁବତୀ ଝିଅଙ୍କ ବାପା ଚରିତ୍ରଟି ସଲମାନଙ୍କୁ ବେଶ୍ ପ୍ରଭାବିତ କରିଛି । ଫଳରେ ସେ ତାଙ୍କ ଆଗାମୀ ସିନେମାରେ ବାପା ହେବା ପାଇଁ ରାଜି ହୋଇ ଯାଇଛନ୍ତି । ଶେଷ ଥର ସଲମାନ ସିନେମା ‘ଜବ୍ ପ୍ୟାର୍ କିସି ସେ ହୋତା ହୈ’ରେ ବାପା ଭୂମିକାରେ ଅଭିନୟ କରିଥିଲେ ।

ଏହା ସହ ଦେଖନ୍ତୁ ରିଲ୍ ଭିଲେନଙ୍କ ରିୟଲ୍ ଚେହେରା ! ପ୍ରେମିକଙ୍କ ଘରୁ ଶ୍ରଦ୍ଧାଙ୍କୁ ଟାଣି ଟାଣି ଆଣିଲେ ଶକ୍ତି କପୁର୍