ପାକିସ୍ତାନର ମିଛ ଅଭିଯୋଗ : ଭାରତ ଦେଲା ଦୃଢ ଜବାବ

Advertisment

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଜାଫର ଏକ୍ସପ୍ରେସ ଅପହରଣ ଘଟଣାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲା

Updated On

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଜାଫର ଏକ୍ସପ୍ରେସ ଅପହରଣ ଘଟଣାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲା

ଅଦ୍ୟତନ ହୋଇଛି
Pakistan India

Pakistan India Photograph: (kanak News)

କନକ ବ୍ୟୁରୋ: ପାକିସ୍ତାନ କେବେ ନିଜ ଦୋଷ ମାନିଛି ନା ମାନିବ । ଏକଥା ଏଇଥିଲାଗି କୁହାଯାଉଛି କି ବାରମ୍ବାର ନିଜ ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ଭାରତ ଉପରେ ଦୋଷ ଲଦିବା ପାକିସ୍ତାନର ପୁରୁଣା ଅଭ୍ୟାସ। ସେଇଥି ଲାଗି ତ ଟ୍ରେନ୍‌ ହାଇଜାକକୁ ନେଇ ପାକିସ୍ତାନ ଶେଷରେ ଭାରତ ଉପରେ ଦୋଷ ଲଦିଛି । ବେଲୁଚିସ୍ତାନରେ ଟ୍ରେନ୍ ଅପହରଣ ଘଟଣା ପାଇଁ ପାକିସ୍ତାନ ଭାରତକୁ ଦାୟୀ କରୁଥିବାବେଳେ ଏନେଇ ଭାରତ ପକ୍ଷରୁ ମୁହଁତୋଡ ଜବାବ ଦିଆଯାଇଛି । ଅନ୍ୟକୁ ଦୋଷଦେଇ ନିଜ ବିଫଳତା ଲୁଚାଉଛି ବୋଲି ଭାରତ ସ୍ପଷ୍ଟ ଭାବରେ କହିବା ପରେ ଏବେ ପାକିସ୍ତାନର ଅସଲ ମୁଖା ଖୋଲିଛି ।

ନିଜ ଦୋଷ ଲୁଚାଇବାକୁ
ଭାରତ ଉପରେ ଦୋଷ ଲଦୁଛି ପାକିସ୍ତାନ
ପାକିସ୍ତାନର ମନଗଢା କାହାଣୀ
ଭାରତ ଦେଲା ଦୃଢ ଜବାବ

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଜାଫର ଏକ୍ସପ୍ରେସ ଅପହରଣ ଘଟଣାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲା । ପାକିସ୍ତାନର ଏହି ଭିତ୍ତିହୀନ ଦାବିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରିବା ସହିତ ଅଯଥାରେ ଭାରତ ଉପରେ ପାକ୍‌ ଦୋଷାରୋପ କରିବା ସହ ଏହା ନିନ୍ଦନୀୟ ବୋଲି କହିଛି । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ପାକିସ୍ତାନର ଭିତ୍ତିହୀନ ଅଭିଯୋଗକୁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରୁଛୁ । ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳ କେଉଁଠି ତାହା ପୂରା ବିଶ୍ୱ ଜାଣେ, ସେଥିପାଇଁ ଆଦୌ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଅନ୍ୟମାନଙ୍କ ଆଡ଼କୁ ଆଙ୍ଗୁଠି ଉଠାଇ ନିଜ ଆଭ୍ୟନ୍ତରୀଣ ବିଫଳତା ପାଇଁ ଦୋଷ ଲଦିବା ପରିବର୍ତ୍ତେ ପାକିସ୍ତାନ ଆତ୍ମବିଚାର କରିବା ଉଚିତ୍‌ । ସଜସଜ ଆଇସିସି ଟ୍ରଫିରେ କେମିତି ପାକିସ୍ତାନକୁ ଆତଙ୍କୀ ଡର ଥିଲା ପୂରା ବିଶ୍ବ ଅବଗତ ଅଛି । ତେଣୁ ପାକିସ୍ତାନର ଅଯଥା କଥାରେ ଭାରତ ଆଦୌ ବ୍ୟସ୍ତ ନୁହେଁ ବୋଲି ଭାରତ ସ୍ପଷ୍ଟ କରିଛି । 

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଦୁଇଦିନ ତଳେ ପାକିସ୍ତାନ ସେନା ଦାବି କରିଥିଲା ଯେ ଟ୍ରେନ ଅପହରଣ କାଣ୍ଡର ଅବସାନ ଘଟିଛି ଓ ସମସ୍ତ ୩୩ ବଲୋଚ ବିଦ୍ରୋହୀ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ବଲୋଚ ବିଦ୍ରୋହୀ ସଙ୍ଗଠନ ବିଏଲ୍ଏ ପାକିସ୍ତାନୀ ସେନାର ଦାବିକୁ ଖଣ୍ଡନ କରି କହିଛି ଯେ ଏବେ ବି ଅନେକ କ୍ଷେତ୍ରରେ ଯୁଦ୍ଧ ଚାଲିଛି ଓ ଏବେ ବି ଅନେକ ପାକ୍‌ ସୈନିକ ବନ୍ଧକ ଅଛନ୍ତି । ତେଣୁ ପ୍ରକୃତରେ ସତ କିଏ କହୁଛି ତାହା ସ୍ପଷ୍ଟ ହୋଇଛି । ଏହାପରେ ବି ପାକିସ୍ତାନ ଯେଉଁପରି ଭାବରେ ହୀନ ଚକ୍ରାନ୍ତ କରୁଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe