କନକ ବ୍ୟୁରୋ: ପ୍ରଥମେ ଆଜିର ତିଥି ଓ ପର୍ବଦିବସ ବିଷୟରେ ଜାଣିବା । ଆଜି ମାଘ କୃଷ୍ଣ ୩ୟା ଦିବା ୮:୦୧:୫୮ ଗତେ ୪ର୍ଥୀ ତିଥି । କର୍କଟ ଚନ୍ଦ୍ର ଦିବା ୧୨:୧୯ ଗତେ ସିଂହ ଚନ୍ଦ୍ର । ଅଶ୍ଳେଷା ଦିବା ୧୨:୧୯:୧୧ ଗତେ ମଘା ନକ୍ଷତ୍ର । ସଂକଟ ଚତୁର୍ଥୀ ବ୍ରତ-ଚନ୍ଦ୍ରୋଦୟ ସମୟେ ପୂଜା ଓ ଅର୍ଘ୍ୟଦାନ । ଆଜିର ନିଷିଦ୍ଧ ଖାଦ୍ୟ: ପୋଟଳ ଦିବା ୦୮:୦୧:୫୮ ଗତେ ମୂଳା ।
.....................
ମେଷ: ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ । ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । କିନ୍ତୁ ଯେଉଁ କାମର ଦାୟିତ୍ବ ନେଇଛନ୍ତି ତାକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ ଏବଂ ଆପଣଙ୍କ ଉପରୁ ଲୋକଙ୍କ ଭରସା ତୁଟିବାକୁ ଦିଅନ୍ତୁ ନାହିଁ । ମଧ୍ୟାହ୍ନ ଗତେ ଦୁଃଖ, ଯାତନା ସହ ମାନସିକ ଉଦ୍ବେଗ ଦେଖାଦେଇପାରେ । ଯାତ୍ରାରେ ଓ କାର୍ଯ୍ୟରେ ବିଘ୍ନ ଉପୁଜିବ । ନୂତନ କାର୍ଯ୍ୟରେ ହାତ ନ ଦେଇ ପୁରାତନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ । ଅଯଥା ଭାବପ୍ରବଣତାରୁ ଦୂରରେ ରହନ୍ତୁ ।
.....................
ବୃଷ: କାର୍ଯ୍ୟରେ ସଫଳତା ମିଳିବ । ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ । ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ । ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ହେବ । ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ଭାଇଠାରୁ ଓ ବନ୍ଧୁବର୍ଗରୁ ସହଯୋଗ ମିଳିବ । ମଧ୍ୟାହ୍ନ ଗତେ ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ । ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । କିନ୍ତୁ ଯେଉଁ କାମର ଦାୟିତ୍ବ ନେଇଛନ୍ତି ତାକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ ଏବଂ ଆପଣଙ୍କ ଉପରୁ ଲୋକଙ୍କ ଭରସା ତୁଟିବାକୁ ଦିଅନ୍ତୁ ନାହିଁ ।
ରାଜ୍ୟକୁ ପୁଣି ଫେରିଲା ଶୀତ, ଆଗାମୀ ୪ଦିନ ଯାଏ ରହିବ ପ୍ରଭାବ: ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି
.....................
ମିଥୁନ: ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ । ଖର୍ଚ୍ଚ ବଢ଼ିପାରେ । ଅପମାନଜନକ ପରିସ୍ଥିତି ଉପୁଜିପାରେ । କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ । ଆର୍ଥିକ କାରବାରରେ ତଥା ଅନ୍ୟ ସହ କଥାବର୍ତ୍ତା ସମୟରେ ସତର୍କତା ଅବଲମ୍ବନୀୟ । ମଧ୍ୟାହ୍ନ ଗତେ କାର୍ଯ୍ୟରେ ସଫଳତା ମିଳିବ । ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ । ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ । ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ହେବ । ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ଭାଇଠାରୁ ଓ ବନ୍ଧୁବର୍ଗରୁ ସହଯୋଗ ମିଳିବ ।
.....................
କର୍କଟ: ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ । ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି । ଭାଗ୍ୟୋଦୟ ହେବାର ସମ୍ଭାବନା ଅଛି । ଦିନଟି ସବୁ ଦୃଷ୍ଟିରୁ ଭଲରେ କଟିଲେ ମଧ୍ୟ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ । ମଧ୍ୟାହ୍ନ ଗତେ ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ । ଖର୍ଚ୍ଚ ବଢ଼ିପାରେ । ଅପମାନଜନକ ପରିସ୍ଥିତି ଉପୁଜିପାରେ । କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ । ଆର୍ଥିକ କାରବାରରେ ତଥା ଅନ୍ୟ ସହ କଥାବର୍ତ୍ତା ସମୟରେ ସତର୍କତା ଅବଲମ୍ବନୀୟ ।
.....................
ସିଂହ: ଦୂରଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ଯାନବାହନରେ କିମ୍ବା ମେଡିକାଲରେ ଅଧିକ ଖର୍ଚ୍ଚ ହୋଇପାରେ । ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି । ଦାମ୍ପତ୍ୟ ଜୀବନ ମଧୁର ରହିବ । ପରିବେଶ ସହ ଖାପ ଖୁଆଇ ଚଳନ୍ତୁ । ମଧ୍ୟାହ୍ନ ଗତେ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ । ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି । ଭାଗ୍ୟୋଦୟ ହେବାର ସମ୍ଭାବନା ଅଛି । ଦିନଟି ସବୁ ଦୃଷ୍ଟିରୁ ଭଲରେ କଟିଲେ ମଧ୍ୟ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ ।
ସଂସାର ଉଜାଡୁଛି ‘ଆମ ବସ୍’; କାହାର ଜୀବନ ନେଉଛି ତ କାହାକୁ କରିଦେଉଛି ପଙ୍ଗୁ
.....................
କନ୍ୟା: ମନର ଆଶା ପୂରଣ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ । ଭାଇ ଓ ବନ୍ଧୁ ମହଲରୁ ସହଯୋଗ ପାଇବେ । ମଧ୍ୟାହ୍ନ ଗତେ ଦୂରଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ଯାନବାହନରେ କିମ୍ବା ମେଡିକାଲରେ ଅଧିକ ଖର୍ଚ୍ଚ ହୋଇପାରେ । ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି । ଦାମ୍ପତ୍ୟ ଜୀବନ ମଧୁର ରହିବ । ପରିବେଶ ସହ ଖାପ ଖୁଆଇ ଚଳନ୍ତୁ ।
.....................
ତୁଳା: କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ । କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ । ଆର୍ଥିକ କାରବାରରେ ଲାଭ ଯୋଗ ରହିଛି । ମଧ୍ୟାହ୍ନ ଗତେ ମନର ଆଶା ପୂରଣ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ । ଭାଇ ଓ ବନ୍ଧୁ ମହଲରୁ ସହଯୋଗ ପାଇବେ ।
.....................
ବିଛା: ଅସୁସ୍ଥତା, ମାନସିକ ଅବସାଦ, ଆବଦ୍ଧ ଯୋଗ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ । ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ । ଦୂରଯାତ୍ରା ନ କରିବା ଭଲ । ପେଟର ସ୍ବାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ । ମଧ୍ୟାହ୍ନ ଗତେ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ । କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ । ଆର୍ଥିକ କାରବାରରେ ଲାଭ ଯୋଗ ରହିଛି ।
.....................
ଧନୁ: ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ । କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ । କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ଜରୁରୀ କାମ ନ ଥିଲେ ବାହାରକୁ ନ ଯିବା ଏବଂ ଯଥାସମ୍ଭବ ମୌନବ୍ରତ ଅବଲମ୍ବନ କରିବା ଭଲ । ମଧ୍ୟାହ୍ନ ଗତେ ଅସୁସ୍ଥତା, ମାନସିକ ଅବସାଦ, ଆବଦ୍ଧ ଯୋଗ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ । ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ । ଦୂରଯାତ୍ରା ନ କରିବା ଭଲ । ପେଟର ସ୍ବାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ ।
.....................
ମକର: ସୁଖସମ୍ପଦ ଲାଭ ହେବ । ପରିବାରରେ ବା ବନ୍ଧୁମେଳରେ ସୁଖାଦ୍ୟ ଭୋଜନର ସମ୍ଭାବନା ରହିଛି । ଯାନବାହନରେ ସୁଖ ପାଇବେ । ନୂତନ ପୋଷାକ କ୍ରୟ କରିପାରନ୍ତି । ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି । ନିଜର କୃତିତ୍ବ ପାଇଁ ସମ୍ମାନିତ ହେବେ । ମଧ୍ୟାହ୍ନ ଗତେ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ । କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ । କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ଜରୁରୀ କାମ ନ ଥିଲେ ବାହାରକୁ ନ ଯିବା ଏବଂ ଯଥାସମ୍ଭବ ମୌନବ୍ରତ ଅବଲମ୍ବନ କରିବା ଭଲ ।
.....................
କୁମ୍ଭ: ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । ବ୍ୟବସାୟ-ବାଣିଜ୍ୟରେ ଉନ୍ନତି ଘଟିବ । ଚାକିରି କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ମିଳିବ । ପରିଶ୍ରମର ମନୋବାଞ୍ଛିତ ଫଳ ମିଳିବ । ମଧ୍ୟାହ୍ନ ଗତେ ସୁଖସମ୍ପଦ ଲାଭ ହେବ । ପରିବାରରେ ବା ବନ୍ଧୁମେଳରେ ସୁଖାଦ୍ୟ ଭୋଜନର ସମ୍ଭାବନା ରହିଛି । ଯାନବାହନରେ ସୁଖ ପାଇବେ । ନୂତନ ପୋଷାକ କ୍ରୟ କରିପାରନ୍ତି । ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି । ନିଜର କୃତିତ୍ବ ପାଇଁ ସମ୍ମାନିତ ହେବେ ।
.....................
ମୀନ: ଦୁଃଖ, ଯାତନା ସହ ମାନସିକ ଉଦ୍ବେଗ ଦେଖାଦେଇପାରେ । ଯାତ୍ରାରେ ଓ କାର୍ଯ୍ୟରେ ବିଘ୍ନ ଉପୁଜିବ । ନୂତନ କାର୍ଯ୍ୟରେ ହାତ ନ ଦେଇ ପୁରାତନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ । ଅଯଥା ଭାବପ୍ରବଣତାରୁ ଦୂରରେ ରହନ୍ତୁ । ମଧ୍ୟାହ୍ନ ଗତେ ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । ବ୍ୟବସାୟ-ବାଣିଜ୍ୟରେ ଉନ୍ନତି ଘଟିବ । ଚାକିରି କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ମିଳିବ । ପରିଶ୍ରମର ମନୋବାଞ୍ଛିତ ଫଳ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/06/horoscope-2026-01-06-07-41-44.jpg)