କନକ ବ୍ୟୁରୋ: ଆଜିଠୁ ରାଜ୍ୟକୁ ପୁଣି ଫେରିଲା ଶୀତ । ରାତ୍ରିକାଳୀନ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ । ଫଳରେ ଶୀତ ବଢ଼ିବ । ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିଠାରେ ୮.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୮.୮ ଡିଗ୍ରି, ରାଉରକେଲାରେ ୯ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି କିରେଇରେ ୯.୮ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି ଓ ଚିପିଲିମାରେ ୧୦.୨ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ୧୬.୯ ଡିଗ୍ରି ରେକର୍ଡ ହୋଇଛି । ବୌଦ୍ଧରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ବଲାଙ୍ଗୀର, କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି ।
ବଢ଼ିଲା ସରକାର-ଡାକ୍ତର କଳି; ଜିଦ୍ରେ ଅଟଳ ଓମ୍ସା, ନାଲିଆଖି ଦେଖାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଶୀତ ସାଙ୍ଗକୁ କୋହଲା ପବନ, ତା ସାଙ୍ଗକୁ କୁହୁଡ଼ି ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ସକାଳୁ ଉଠି ଚାଷୀ ବିଲକୁ ଯାଉଥିବା ବେଳେ କୁହୁଡ଼ି ଶୀତ ପାଇଁ ବିଲକୁ ଯିବା ବି ସମ୍ଭବ ହୋଇପାରୁନି । ଚାଷ କାମ ବାଧାପ୍ରାପ୍ତ ହେଉଛି । ଦିନ ୧୧ଟା ଯାଏଁ ପ୍ରାୟ କୁହୁଡ଼ି ଲାଗି ରହିଛି । ତେଣୁ କେବଳ ଯେ ଚାଷ କାମ ତା ନୁହେଁ ଯାତାୟତ ଏବଂ ସକାଳୁ ଅଫିସ ଯାଉଥିବା ଲୋକଙ୍କ ପାଇଁ ବି ସମସ୍ୟା ସୃଷ୍ଟି ହେଉଛି । ଘନ କୁହୁଡ଼ି କାରଣରୁ ରାସ୍ତାଘାଟ ଠିକରେ ଦେଖାଯାଉନି । ଯାହା ଫଳରେ ଦୁର୍ଘଟଣା ସଂଖ୍ୟା ବି ବଢ଼ିବାରେ ଲାଗିଛି ।
ଥଣ୍ଡା ସାଙ୍ଗକୁ ଘନ କୁହୁଡି କନ୍ଧମାଳ ଜିଲ୍ଲାରେ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ଘନ କୁହୁଡି ଯୋଗୁଁ ଲୋକେ ଗାଡ଼ିର ଲାଇଟ ଲଗାଇ ଯିବା ଆସିବା କରୁଛନ୍ତି ।୧୦ ରୁ ୨୦ ମିଟର ଦୂର ରୁ ଗାଡି ଦେଖାଯାଉ ନାହିଁ । ଓଡ଼ିଶାର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ରହିଥିବା ବେଳେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଜିଲ୍ଲାର ସମସ୍ତ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ରେ ବିଗତ ଏକ ମାସ ହେବ ୧୦ ଡିଗ୍ରୀ ତଳେ ତାପମାତ୍ରା ରହୁଥିବା ବେଳେ ଶୀତ ସାଙ୍ଗକୁ ଘନ କୁହୁଡି ଜାରି ରହିଛି। ଫଳରେରେ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେଉଛନ୍ତି । ଅତ୍ୟଧିକ ଜାଡ଼ ଥଣ୍ଡା ଯୋଗୁଁ ସକାଳ ୧୦ ଘଣ୍ଟିକା ଯାଏଁ ଘରୁ ବାହାରିବା ମୁସ୍କିଲ୍ ହେଉଛି । ସନ୍ଧ୍ୟା ହେବା କ୍ଷଣି ବଜାରରେ ଗହଳି କମି ଯାଉଛି ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ନେଉଛନ୍ତି ଓ ଚା ଦୋକାନରେ ଗହଳି ଜମୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/06/winter-2026-01-06-07-28-44.jpg)