କନକ ବ୍ୟୁରୋ : ଅନେକ ସ୍ୱପ୍ନ ନେଇ ସମ୍ବଲପୁରରୁ ଭୁବନେଶ୍ୱର ଆସିଥିଲେ ଝିଲ୍ଲି । ପାର୍ଲରରେ ରହି କାମ ଶିଖୁଥିଲେ । କିନ୍ତୁ ଆମ ବସ ଦୁର୍ଘଟଣା ପରେ ସବୁକିଛି ଉଜୁଡିଗଲା । ଚନ୍ଦ୍ରଶେଖରପୁରରେ ଆମ ବସ ଦୁର୍ଘଟଣାର ଶିକାର ହେଲେ । ଭୁବନେଶ୍ୱର ଏମ୍ସରେ ଅସ୍ତ୍ରୋପଚାରରେ ଖର୍ଚ୍ଚ ହୋଇଗଲା ୧୩ ଲକ୍ଷ । କିଛି ବିଜୁ ସ୍ୱାସ୍ଥ୍ୟ କାର୍ଡରେ ହୋଇଗଲା ଆଉ କିଛି ବଦାନ୍ୟ ବ୍ୟକ୍ତି ସାହାଯ୍ୟର ହାତ ବଢାଇଲେ । କିନ୍ତୁ ସରକାରୀ ସାହାଯ୍ୟ ତ ଦୂରର କଥା କ୍ରୁଟ ବା ପରିବହନ ବିଭାଗର କୌଣସି ଅଧିକାରୀ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବାକୁ ବି ଆସିଲେଣି । ଏବେ ବାମ ହାତ କାମ ଦେଉନାହିଁ। ଅନିଶ୍ଚିତତା ଭିତରେ ପୁରା ଭବିଷ୍ୟତ ।

Advertisment

ପିଲା ବେଳୁ ଗେହ୍ଲ ବସରରେ ବଢିଥିଲା ମୁନି । ଭାଇ ଭଉଣୀଙ୍କ ଭିତରେ ସାନ ହୋଇଥିବାରୁ ସମସ୍ତଙ୍କର ପ୍ରିୟ ଥିଲା । ସ୍କୁଲ ଯିବା ପୂର୍ବରୁ ରାସ୍ତା ପାଖ ଦୋକାନରୁ ବିସ୍କୁଟ ଆଣିବାକୁ ଯାଇଥିଲା । କିନ୍ତୁ ହଠାତ ଆମ ବସ ଦୁର୍ଘଟଣାର ଶିକାର ହେଲେ । କେହି କିଛି ବୁଝିବା ଆଗରୁ ଆଖି ପିଛୁଳାକେ ଚାଲିଗଲା ମୁନିର ଜୀବନ । କ୍ଷତିପୂରଣ ବାବଦକୁ ପରିବାରକୁ କ୍ରୁଟ ୨ଲକ୍ଷ ଟଙ୍କା ବି ଦେଲା । କିନ୍ତୁ ଆଜି ବି ଝିଅର ମୃତ୍ୟୁକୁ ଭୁଲି ପାରିନାହାନ୍ତି ପରିବାର ।

କନକ ବ୍ୟୁରୋ : ରୁପାଲି ଛକରେ ମର୍ମନ୍ତୁଦ ଦୁର୍ଘଟଣା : ‘ଆମ ବସ୍’ ଧକ୍କାରେ ଜଣେ ମୃତ, ଅଟୋ ଚୁରମାର

ଭୁବନେଶ୍ୱର ରୁପାଲୀ ଛକରେ ଆମ ବସ ଦୁର୍ଘଟଣା ପରେ ପରେ ପରିବହନ ବିଭାଗର ନିଦ ଭାଙ୍ଗିଛି । କେଉଁଠି ଅତର୍କିତ ଚଢ଼ାଉ ତ ଆଉ କେଉଁଠି ବସ ଯାତ୍ରାର ସ୍ଥିତି ପରଖୁଛନ୍ତି ପରିବହନ କମିସନର । ଭୁବନେଶ୍ୱରରୁ କଟକ ସାଧାରଣ ଯାତ୍ରୀଙ୍କ ସହ ଯାଇ ତଥ୍ୟ ନେଇଛନ୍ତି ।

ରୁପାଲୀ ଦୁର୍ଘଟଣା ପରେ ପରିବହନ ବିଭାଗ ଆକ୍ସନ ମୋଡରେ ଆସିଛି ସତ କିନ୍ତୁ ପ୍ରଶ୍ନ, ଆମ ବସ କର୍ମଚାରୀଙ୍କ ଆଚରଣ ପରିବର୍ତ୍ତନ ହେବ ତ ? ପରିବହନ ବିଭାଗର ଏଭଳି ଚଢାଉ କେବଳ ଗୋଟିଏ ଦୁଇ ଦିନରେ ସୀମିତ ରହିଯିବ ନାହିଁ ତ ?