Horoscope Photograph: (kanaknews)
ପ୍ରଥମେ ଆଜିର ତିଥି ଓ ପର୍ବଦିବସ ବିଷୟରେ ଜାଣିବା । ଆଜି ପୌଷ ଶୁକ୍ଳ ୮ମୀ ଦିବା ୧୧:୫୯:୫୦ ଗତେ ୯ମୀ ତିଥି । ମୀନ ଚନ୍ଦ୍ର ଅହୋରାତ୍ର । ଉତ୍ତରଭାଦ୍ର ଦିବା ୮:୪୨:୨୩ ଗତେ ରେବତୀ ନକ୍ଷତ୍ର । ଆଜିର ନିଷିଦ୍ଧ ଖାଦ୍ୟ: ନଡ଼ିଆ, ଆମିଷ ଦିବା ୧୧:୫୯:୫୦ ଗତେ ଲାଉ ।
.....................
ମେଷ: ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ । ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି । ଆର୍ଥିକ ଦୃଷ୍ଟିରୁ ଏହି ସମୟ ଅସୁବିଧାରେ ପକାଇପାରେ । ଖର୍ଚ୍ଚ ବୃଦ୍ଧି ପାଇବ । ବୃଥା ଅପଚୟରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ମାନସିକ ସ୍ତରରେ, ଆପଣ ଯନ୍ତ୍ରଣା ଓ ଅସ୍ଥିରତା ଅନୁଭବ କରିପାରନ୍ତି । ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ବିଶେଷ ଭାବରେ ସଜାଗ ରହିବା ଉଚିତ । ନିଜର ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ପରିସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରନ୍ତୁ । ସମ୍ପର୍କୀୟମାନଙ୍କ ସହିତ ବୃଥା ଶତ୍ରୁତା ସୃଷ୍ଟି କରନ୍ତୁ ନାହିଁ ।
.....................
ବୃଷ: ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ । ନିଜର କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ହେବା ଆପଣଙ୍କ ପାଇଁ ସଫଳତା ଆଣିଦେଇପାରେ । ଘରେ ଖୁସିର ପରିବେଶ ରହିବ । ବ୍ୟବସାୟିକ କାର୍ଯ୍ୟକଳାପ ସୁରୁଖୁରୁରେ ଚାଲିବ । ବିଲଡର୍ସ ଓ ସମ୍ପତ୍ତି ଡିଲରମାନେ ଲାଭ କରିବେ । ଆର୍ଥିକ ପରିସ୍ଥିତି ଭଲ ରହିବ । ବୈବାହିକ ଜୀବନ ସ୍ୱାଭାବିକ ହେବ । ତେବେ ଶାରୀରିକ ଓ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି । ଯୋଗ ଓ ଧ୍ୟାନ କରନ୍ତୁ, ପ୍ରକୃତିର ନିକଟତର ହୁଅନ୍ତୁ, ସୁଫଳ ପାଇପାରିବେ ।
.....................
ମିଥୁନ: କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ । ଈପ୍ସିତ ଲକ୍ଷ୍ୟ ହାସଲ କରିବା ଏବଂ ସାଂସାରିକ ଭୋଗ୍ୟବସ୍ତୁ ଲାଭ କରିବାର ସମ୍ଭାବନା ଅଛି । ଯଦି ଆପଣ କିଛି ନୂଆ କରିବାକୁ ଯୋଜନା କରୁଛନ୍ତି, ତେବେ ଏହା ଉପଯୁକ୍ତ ସମୟ । ଆପଣ କାର୍ଯ୍ୟକ୍ଷେତ୍ରରେ ସମ୍ମାନ, ପଦୋନ୍ନତି ଓ ପ୍ରଶଂସା ଆଶା କରିପାରନ୍ତି । ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଏହି ସମୟ ମଧ୍ୟରେ ଆପଣ ବହୁତ ଭଲ ସ୍ୱାଦିଷ୍ଠ ଖାଦ୍ୟ ଉପଭୋଗ କରିବାର ସମ୍ଭାବନା ଅଛି ।
ମହାନଦୀରୁ ପାଣି ଶୋଷିବାକୁ ଷଡଯନ୍ତ୍ର : ବେଆଇନ ଭାବେ କରାଯାଉଛି ବ୍ଲାଷ୍ଟିଂ
.....................
କର୍କଟ: ଅସୁସ୍ଥତା, ମାନସିକ ଅବସାଦ ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ । ବ୍ୟବସାୟ-ବାଣିଜ୍ୟରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ । ଦୂରଯାତ୍ରା ସ୍ପୃହଣୀୟ ନୁହେଁ । ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ । ବ୍ୟବସାୟ କିମ୍ବା ଅଫିସରେ ସାଧାରଣ ଦିନ ଅପେକ୍ଷା ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ତେବେ ଆପଣ କୌଣସି ଧାର୍ମିକ ରୀତିନୀତିରେ ଯୋଗଦେଇପାରନ୍ତି । ଶତ୍ରୁମାନଙ୍କ ଉପରେ ବିଶେଷ ନଜର ରଖନ୍ତୁ କାରଣ ସେମାନେ କ୍ଷତି କରିବାର ସମ୍ଭାବନା ଅଛି । ପିଲାମାନଙ୍କ ସହିତ ବିବାଦ କରନ୍ତୁ ନାହିଁ । ହୁଏତ ସେମାନେ ଆପଣଙ୍କଠାରୁ ଦୂରେଇ ଯାଇପାରନ୍ତି ।
.....................
ସିଂହ: ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ । କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ । ଦୁଃଖଦ ଘଟଣା ଓ ବିପଦ ମଧ୍ୟ ଦେଖାଦେଇପାରେ । ପ୍ରାପ୍ୟ ଟଙ୍କା ଫେରିପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଫିସରେ ଉଚ୍ଚ ପଦାଧିକାରୀଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ସେମାନଙ୍କ ସହିତ କୌଣସି ପ୍ରକାର ମତଭେଦ କିମ୍ବା ବିବାଦରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ କାରଣ ହଜମ ପ୍ରକ୍ରିୟା ଓ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇପାରେ । ନିରର୍ଥକ ଚିନ୍ତା ଓ ଭୟ ପରିହାର କରନ୍ତୁ । ଇଷ୍ଟ ମନନଶୀଳ ରହିଲେ ସବୁ ଅସୁବିଧାକୁ ଏଡ଼ାଇପାରିବେ ।
ଐତିହ୍ୟକୁ ମାଡ଼ି ବସିଥିଲେ ଜବରଦଖଲକାରୀ : କନକ ନ୍ୟୁଜରେ ଘନ ଘନ ଖବର ପ୍ରସାରଣ ପରେ ଚେତିଲେ ସରକାର
.....................
କନ୍ୟା: ସୁଖସମ୍ପଦ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି । ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିପାରେ । କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ଦୃଷ୍ଟିରୁ ଏହି ସମୟ ଅନୁକୂଳ । ଅଟକି ରହିଥିବା ଟଙ୍କା ଫେରସ୍ତ ପାଇପାରନ୍ତି । ଯଦି ଆପଣ ଏକ ଗାଡି କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏହା ହେଉଛି ଉପଯୁକ୍ତ ସମୟ । ସାଂସାରିକ ଭୋଗ ଓ ସୁସ୍ବାଦୁ ଖାଦ୍ୟର ଆନନ୍ଦ ନେଇପାରିବେ । ଶତ୍ରୁମାନେ ପରାଭୂତ ହେବେ । ଦାମ୍ପତ୍ୟ ଜୀବନରେ ସୁଖ ପାଇବେ । ପିଲାମାନେ ସୁଖସନ୍ତୋଷ ବୃଦ୍ଧି କରିବେ । ମାନସିକ ଶାନ୍ତି ପୁନଃସ୍ଥାପିତ ହେବ । ପରିବାରରେ ସୌହାର୍ଦ୍ଦ୍ୟର ବାତାବରଣ ରହିବ ।
.....................
ତୁଳା: ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । ଆଗକୁ ଯାଇ ଲକ୍ଷ୍ୟ ହାସଲ କରିବାର ସମୟ ଆସିଛି । କାରଣ ଏଥିରେ ଆପଣ ସଫଳ ହୋଇପାରିବେ । ନିଜ କୃତିତ୍ବ ପାଇଁ ସମ୍ମାନ ଓ ସ୍ୱୀକୃତି ପାଇପାରନ୍ତି । ଆପଣ ଶତ୍ରୁମାନଙ୍କୁ ଦମନ କରିବେ, ନୂତନ ବନ୍ଧୁ ସୃଷ୍ଟି କରିବେ । ଚାକିରି ପରିବେଶ ସ୍ବାଭାବିକ ରହିବ । ସ୍ୱାସ୍ଥ୍ୟ ଆପାତତଃ ଭଲ ରହିବ । ମୋଟ ଉପରେ ଦିନଟି ଆପଣ ହସଖୁସି ଭିତରେ କଟାଇବାର ସମ୍ଭାବନା ରହିଛି ।
.....................
ବିଛା: ନେଇଥିବା ଦାୟିତ୍ବ ଠିକ୍ ଭାବେ ତୁଲାଇବାକୁ ଚେଷ୍ଟା କରନ୍ତୁ । ଟିକିଏ ପରିଶ୍ରମ ଅଧିକ ପଡ଼ିପାରେ । ଉତ୍ତମ ବ୍ୟବହାର ଓ ସହନଶୀଳତା ବଳରେ କେତେକ ନକାରାତ୍ମକ ସ୍ଥିତିକୁ ଏଡ଼ାଇପାରିବେ । ଯଦି ଆପଣ ଜଣେ ବ୍ୟବସାୟୀ ତେବେ କାରବାରରେ ସଚ୍ଚୋଟତା ଅବଲମ୍ବନ କରନ୍ତୁ । ଦୂରଯାତ୍ରା ଯୋଜନାକୁ ସ୍ଥଗିତ ରଖନ୍ତୁ । ଗୁରୁତ୍ବପୂର୍ଣ୍ଣ କାମ ସାରି ନ ପାରିବାରୁ ଆପଣ ବିଚଳିତ ହୋଇପାରନ୍ତି । ଆର୍ଥିକ ଦୃଷ୍ଟିରୁ ସମୟ ଟିକିଏ କଷ୍ଟକର ହୋଇପାରେ । ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ । ସ୍ୱାସ୍ଥ୍ୟ ସର୍ବଦା ଅଧିକ ଧ୍ୟାନ ଆବଶ୍ୟକ କରେ । ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ ।
.....................
ଧନୁ: ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ । ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । ପେଟ ବ୍ୟଥା ଏବଂ ଛାତି ଅସ୍ୱାଭାବିକତା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ମାନସିକ ଅବସାଦଠାରୁ ଦୂରରେ ରହନ୍ତୁ । ଆତ୍ମବିଶ୍ୱାସ ହରାନ୍ତୁ ନାହିଁ । ଆର୍ଥିକ ଦୃଷ୍ଟିରୁ ଏହା ଏକ କଷ୍ଟକର ସମୟ । ଖର୍ଚ୍ଚ ବଢ଼ିପାରେ । ଯତ୍ନର ସହିତ ଟଙ୍କା ଖର୍ଚ୍ଚ କରନ୍ତୁ । ପ୍ରିୟଜନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଅନିୟନ୍ତ୍ରିତ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । କାରଣ ଏହା କୌଣସି ସମସ୍ୟାର ସମାଧାନ ନୁହେଁ ।
.....................
ମକର: କାର୍ଯ୍ୟରେ ସଫଳତା ମିଳିବ । ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ । ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ । ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି । ଉଦ୍ୟମରେ ସଫଳତା ପାଇପାରିବେ । ଖ୍ୟାତି ବଢ଼ିବ । ବକେୟା, ଟଙ୍କା ପାଇପାରନ୍ତି । ବ୍ୟବସାୟରେ ଆର୍ଥିକ ଲାଭ ଆଶା କରିପାରନ୍ତି । ପରିବାରରେ ହସଖୁସିର ବାତାବରଣ ଦେଖାଦେଇପାରେ । ଆପଣ ବହୁତ ଭଲ ଖାଦ୍ୟ, ପୋଷାକ ଓ ଭୋଗ୍ୟବସ୍ତୁ ପାଇପାରିବେ । ମନରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟିର ବାତାବରଣ ରହିବ । ମୋଟାମୋଟି ଭାବେ ଦିନଟି ଆପଣଙ୍କର ବେଶ୍ ଭଲରେ କଟିବ ।
.....................
କୁମ୍ଭ: ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ । ଖର୍ଚ୍ଚ ବଢ଼ିପାରେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଲୋକମାନଙ୍କ ସହିତ ବ୍ୟବହାର ବେଳେ ବିଶେଷ ଭାବରେ ସଚେତନ ରହିବା ଉଚିତ । କୌଣସି ପ୍ରକାର ବିବାଦ ଭିତରେ ପଶିଲେ ତାହା ବୃଥା ଝଗଡା ରୂପ ନେଇପାରେ । ଅଫିସରେ କିଛି ବାଧା ଉପୁଜିପାରେ, କିନ୍ତୁ ତାହା ସ୍ଥାୟୀ ହେବନାହିଁ । ଧୈର୍ଯ୍ୟ ରଖି ଉପଯୁକ୍ତ ସମୟକୁ ଅପେକ୍ଷା କରିବାକୁ ପଡ଼ିବ । ସ୍ୱାସ୍ଥ୍ୟରେ ହ୍ରାସ ଅନୁଭବ କରିପାରନ୍ତି । ସତ୍ଚିନ୍ତା ଓ ସତ୍କର୍ମରେ ନିବିଷ୍ଟ ରହିବା ଆବଶ୍ୟକ ।
.....................
ମୀନ: ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି । ଏହା ଆପଣଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିପାରେ । ଏହି ସମୟ ଆପଣଙ୍କୁ ସୁସ୍ୱାଦୁ ଖାଦ୍ୟ ଓ ସୁବିଧା ଯୋଗାଇବ । ଏହା ସହିତ ଆପଣ ଭଲ ପୋଷାକ, ସୁଗନ୍ଧଦ୍ରବ୍ୟ ଓ ଅନ୍ୟାନ୍ୟ ଈପ୍ସିତ ବସ୍ତୁ ପାଇପାରନ୍ତି । ସୁସ୍ଥତା ଅନୁଭବ କରିବେ । ତଥାପି ନିଜ ଭାବନା ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ନ ହେବାକୁ ଚେଷ୍ଟା କରନ୍ତୁ । ଆର୍ଥିକ ଦୃଷ୍ଟିରୁ ଏହା ମଧ୍ୟ ଏକ ଭଲ ସମୟ । ପୁରୁଣା ଋଣ, ଅର୍ଥନୈତିକ ଲକ୍ଷ୍ୟ ଓ କାର୍ଯ୍ୟରେ ମଧ୍ୟ ଅଗ୍ରଗତି ହୋଇପାରେ ।
Follow Us