ପ୍ରଥମେ ଆଜିର ତିଥି ଓ ପର୍ବଦିବସ ବିଷୟରେ ଜାଣିବା । ଆଜି ପୌଷ ଶୁକ୍ଳ ୭ମୀ ଦିବା ୧:୧୦:୧୧ ଗତେ ୮ମୀ ତିଥି । ମୀନ ଚନ୍ଦ୍ର ଅହୋରାତ୍ର । ପୂର୍ବଭାଦ୍ର ଦିବା ୯:୦୮:୩୯ ଗତେ ଉତ୍ତରଭାଦ୍ର ନକ୍ଷତ୍ର । ଆଜି ଦଶମ ଶିଖଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ । ଆଜିର ନିଷିଦ୍ଧ ଖାଦ୍ୟ: ତାଳ ଦିବା ୦୧:୧୦:୧୧ ଗତେ ନଡ଼ିଆ, ଆମିଷ ।
.....................
ମେଷ: ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ । ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି । ଭାଇମାନଙ୍କ ସହିତ ସମ୍ପର୍କ ମଧୁର ହେବ ଏବଂ ଅତୀତର କିଛି ନକାରାତ୍ମକ ଭୁଲ ଧାରଣା ଦୂର ହେବ । ଅଜ୍ଞାତ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଏବଂ ଯୋଗାଯୋଗ କ୍ଷତିକାରକ ହୋଇପାରେ । ଆଜି ବାହାରର ଅଚିହ୍ନା ବ୍ୟକ୍ତିଙ୍କ ସହିତ କୌଣସି ପ୍ରକାର ବ୍ୟବସାୟିକ ଚୁକ୍ତି କରନ୍ତୁ ନାହିଁ । କାରଣ ଠକେଇର ଶିକାର ହୋଇପାରନ୍ତି । ପରିବାର ପାଇଁ ମଧ୍ୟ ଆପଣ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରିବା ଆବଶ୍ୟକ । ଥଣ୍ଡା ଭଳି ସମସ୍ୟା ଦେଖାଦେଇପାରେ ।
.....................
ବୃଷ: ମନର ଆଶା ପୂରଣ ହେବ । କାର୍ଯ୍ୟ ସଫଳ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ବନ୍ଧୁ-ପରିଜନରେ ଖୁସି ମନାଇବାର ସୁଯୋଗ ମିଳିପାରେ । ଘରେ ଖୁସିର ପରିବେଶ ରହିବ । ବ୍ୟବସାୟିକ କାର୍ଯ୍ୟକଳାପ ସୁରୁଖୁରୁରେ ଚାଲିବ । ଆର୍ଥିକ ପରିସ୍ଥିତି ଭଲ ରହିବ । ଯୁବକମାନେ ସେମାନଙ୍କ କ୍ୟାରିୟର ପ୍ରତି ସଚେତନ ରହିବେ । ବୈବାହିକ ଜୀବନ ସ୍ୱାଭାବିକ ହେବ । ତେବେ ଶାରୀରିକ ଓ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି । ଯୋଗ ଓ ଧ୍ୟାନ କରନ୍ତୁ, ପ୍ରକୃତିର ନିକଟତର ହୁଅନ୍ତୁ, ସୁଫଳ ପାଇପାରିବେ ।
.....................
ମିଥୁନ: କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ । ଅତ୍ୟଧିକ ବ୍ୟସ୍ତତା ହେତୁ ଆପଣ ଘରେ ସମୟ ଦେଇ ପାରିବେ ନାହିଁ । କିନ୍ତୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାଧାନ କରିବାରେ ସଫଳ ହେବେ । କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ହେତୁ ଉଦ୍ୟମରେ ସଫଳତା ପ୍ରାପ୍ତ ହେବେ । ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କଠାରୁ ଦୂରତା ବଜାୟ ରଖନ୍ତୁ କାରଣ ସେମାନେ ଆପଣଙ୍କର ବଦନାମ କରିପାରନ୍ତି । କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନେଇ କିଛି ସମସ୍ୟା ଉପୁଜିପାରେ । କ୍ରୋଧ ଓ ଉତ୍ତେଜନାକୁ ନିୟନ୍ତ୍ରଣରେ ରଖନ୍ତୁ । ରକ୍ତଚାପଜନିତ ସମସ୍ୟା ଦେଖାଦେଇପାରେ ।
.....................
କର୍କଟ: ଅସୁସ୍ଥତା, ମାନସିକ ଅବସାଦ ଭିତରଦେଇ ଗତି କରିବାକୁ ପଡ଼ିପାରେ । ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିପାରନ୍ତି । ଦୂରଯାତ୍ରା ସ୍ଥଗିତ ରଖନ୍ତୁ । ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ । କୌଣସି ପ୍ରକାର ଅର୍ଥନୈତିକ କାରବାରରୁ ଦୂରେଇ ରୁହନ୍ତୁ । ଭାଇମାନଙ୍କ ସହିତ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ । ଗୁରୁଜନମାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ବଜାୟ ରଖିବା ଆବଶ୍ୟକ । ଆଜି ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ମଧୁମେହ ରୋଗୀମାନେ ସେମାନଙ୍କ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ ।
କେମିତି କଟିବ ଆଜିର ଦିନ, ଜାଣନ୍ତୁ...
ମେଷ: ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଭାଇମାନଙ୍କ ସହିତ ସମ୍ପର୍କ ମଧୁର ହେବ ଏବଂ ଅତୀତର କିଛି ନକାରାତ୍ମକ ଭୁଲ ଧାରଣା ଦୂର ହେବ। ଅଜ୍ଞାତ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଏବଂ ଯୋଗାଯୋଗ କ୍ଷତିକାରକ ହୋଇପାରେ।
/kanak/media/media_files/2025/12/27/27-2025-12-27-07-22-11.jpg)
.....................
.....................
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)