କନକ ବ୍ୟୁରୋ : ଶେଷରେ ଶିଶୁପାଳ ଗଡ଼ରୁ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ୍ କଲେ ତହସିଲଦାର। ଐତିହ୍ୟକୁ ମାଡ଼ିବସିଥିଲେ ଜବଦଖଲକାରୀ, ଆଉ ସୁରକ୍ଷା ଦେଉଥିଲେ ବାବୁ । ଏହାକୁ ନେଇ କନକ ନ୍ୟୁଜ ଲଗାତାର ଦେଖାଉଥିଲା ଖବର। ସରକାର ଚେତିଲେ, ଆଉ ପ୍ରଥମ ପର୍ଯ୍ୟାୟରେ ୧୬୦ ପରିବାରକୁ ଜାଗା ଛାଡ଼ିବା ପାଇଁ ନୋଟିସ୍ କଲା ତହସିଲ । ଏ ହେଉଛି ରାଜଧାନୀ କୋଳରେ ଥିବା ଐତିହ୍ୟ ଶିଶୁପାଳଗଡ଼ । ଜବରଦଖଲ କରି ରଖିଥିଲେ ପ୍ରଭାବଶାଳୀ । ଘର କରି ରହିଛନ୍ତି ଶହ ଶହ ପରିବାର । ମାଫିଆ, କୁଜି ନେତାଙ୍କୁ ହାତ ବାରିସି କରି ସରକାରଙ୍କ ସବୁ ନିର୍ଦ୍ଦେଶକୁ ଫୁ କରି ଉଡ଼ାଇ ଦେଉଥିଲେ ଏମାନେ ।
ସ୍ମାର୍ଟ ମିଟରକୁ ନେଇ ଅସନ୍ତୋଷ ଝାଡ଼ିଲେଣି ଗ୍ରାହକ : ପ୍ରଶ୍ନବାଣରେ ଅତିଷ୍ଠ କଲେଣି ଉପଭୋକ୍ତା
ପଛରୁ ସୁରକ୍ଷା ଦେଉଥିଲେ ବାବୁ । ସ୍ଥିତି ଏତେ ଗମ୍ଭୀର ଥିଲା ଯେ ଶିଶୁପାଳଗଡ଼ର ସୀମା ନିର୍ଦ୍ଧାରଣ ଲାଗି ୨୦୨୨ ମସିହାରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉଡ଼ାଇ ଦେଇଥିଲେ । ୯୦ ଦିନ ଭିତରେ ସୀମା ନିର୍ଦ୍ଧାରଣ ପାଇଁ ତତ୍କାଳୀନ ରାଜ୍ୟ ସରକାର ଓ ପ୍ରତ୍ନତତ୍ତ୍ବ ଅଧିକାରୀଙ୍କୁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଗିଳିଦେଇଥିଲେ ବାବୁ। ହେଲେ ଐତିହ୍ୟ ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଥିଲା କନକ ନ୍ୟୁଜ । ଲଗାତାର ପ୍ରସାରଣ କରିଥିଲା ଖବର । ଶେଷରେ ୩୦ ଦିନ ଭିତରେ ଘର ଖାଲି କରିବାକୁ ପ୍ରଥମ ପର୍ଯ୍ୟାୟରେ ୧୬୦ ପରିବାରକୁ ନୋଟିସ୍ ଦେଇଛନ୍ତି ତହସିଲଦାର ।
ଗୋଟେ ପଟେ ତହସିଲଦାରଙ୍କ ନୋଟିସ୍, ଅନ୍ୟପଟେ ଉଚ୍ଛେଦ ବନ୍ଦ କରିବା ପାଇଁ ମେଳି ବାନ୍ଧିଛନ୍ତି ଜବରଦଖଲକାରୀ । ଆଜି ଶିଶୁପାଳଗଡ଼ରେ ସ୍ଥାନୀୟ ବିଧାୟକ ବାବୁ ସିଂଙ୍କୁ ଡାକି, ସଭା କରି ଉଚ୍ଛେଦ ନକରିବାକୁ ଦେଇଛନ୍ତି ଦାବିପତ୍ର । ଜବରଦଖଲକାରୀଙ୍କ ଅଭିଯୋଗ, ଯେତେବେଳେ ମାଫିଆମାନେ ଜମି ବିକ୍ରି କରୁଥିଲେ, ସେତେବେଳେ କ’ଣ କରୁଥିଲେ ସରକାର ? ଶିଶୁପାଳଗଡ଼ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ଅଧୀନରେ ରହିଛି । ସେବେଠୁ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଥିଲା ଏଏସଆଇ । ହେଲେ ରାଜ୍ୟ ସରକାର ଶିଶୁପାଳଗଡ଼ରୁ ଜବରଦଖଲ ମୁକ୍ତ ପାଇଁ ନିଷ୍ପତ୍ତି ନେବା ପରେ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିଲେ ଜିଲ୍ଲାପାଳ। ଆଉ ତା ପରେ ଖୋଲିଛି ତହସିଲଦାରଙ୍କ ଫାଇଲ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/27/7pm8-2025-12-27-21-30-28.jpg)