ରାଜ୍ୟରେ ଶୀତ ଲହର ଜାରୀ: ୧୫ ଡିଗ୍ରୀ ଭିତରେ ଅଧିକାଂଶ ଜିଲ୍ଲାରେ ତାପମାତ୍ରା

Advertisment

ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୧୫ ଡିଗ୍ରୀ ଭିତରେ ରହିଛି । ଆଜି ୧୬ ଜିଲ୍ଲାକୁ ପ୍ରବଳ ଶୀନତ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ. ଅନୁଗୁଳୁ, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ।

ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୧୫ ଡିଗ୍ରୀ ଭିତରେ ରହିଛି । ଆଜି ୧୬ ଜିଲ୍ଲାକୁ ପ୍ରବଳ ଶୀନତ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ. ଅନୁଗୁଳୁ, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ।

Winter

Winter Photograph: (Kanak News)

କନକ ବ୍ୟୁରୋ: ଓଡ଼ିଶାରେ ଜାରି ରହିଛି ଶୀତ ଲହର । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୧୫ ଡିଗ୍ରୀ ଭିତରେ ରହିଛି । ଆଜି ୧୬ ଜିଲ୍ଲାକୁ ପ୍ରବଳ ଶୀନତ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ. ଅନୁଗୁଳୁ, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ । 

କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୨୪୨ ବ୍ୟାଟିଂ ୱେବସାଇଟ୍ ଉପରେ ପ୍ରତିବନ୍ଧକ

ସେପଟେ କୁହୁଡି ନେଇ ଦୁଇ ଦିନ ପାଇଁ ୧୧ ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି । ରାଜ୍ୟରେ ପାଡାଡିଆ ଅଞ୍ଚଳ କନ୍ଧମାଳ  ଜି ଉଦୟଗିରିରେ ସବୁଠୁ କମ୍ ୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।  ସହର ଠାରୁ କିଛି ଦୂର ଆଭ୍ୟନ୍ତରୀଣ ଜଙ୍ଗଲ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ମୁକୁଲିଙ୍ଗିଆ, ଡ଼ଡାପଡ଼ା, ଲଏରେଜୁ, ସିର୍କୀ, ଗୁନ୍ଦାବାଜୁ, ଲାବୋରି ପ୍ରଭୁତି ଅଞ୍ଚଳରେ ତାପମାତ୍ରା ପ୍ରାୟତଃ ୨ ଡିଗ୍ରୀ ରହୁଥିବା ନେଇ ଅନୁମାନ କରାଯାଉଛି । ପ୍ରବଳ ଶୀତ ସାଙ୍ଗକୁ ଜାଡ଼ ଯୋଗୁଁ ଲୋକେ ଘରୁ ବାହାରିବା କଷ୍ଟ ହେଉଛି । ବିଭିନ୍ନ ସଂଗଠନ ତଥା ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ କୃଷି ଶାଖା ପକ୍ଷରୁ ଅସହାୟଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । ଅଞ୍ଚଳରେ ଥିବା ସମସ୍ତ ପ୍ରାକୃତିକ ପର୍ଯ୍ୟଟନ ସ୍ଥାନରେ ଶୀତର ମଜା ନେବା ପାଇଁ ପର୍ଯ୍ୟଟକମାନଙ୍କ ବଣଭୋଜିର ଆସର ଦେଖିବାକୁ ମିଳିଛି ।
ଜି ଉୟରଗିରି (ହିଲ ଷ୍ଟେସନ)-୨.୬ ଡିଗ୍ରି 
ଫୁଲବାଣୀ--୬.୧
ସିମିଳିଗୁଡା-୫.୬ ଡିଗ୍ରି
କୋରାପୁଟ-୯.୫
ଝାରସୁଗୁଡା-୫
ରାଉରକେଲା-୪.୬
ସୁନ୍ଦରଗଡ଼-୭.୬
କେନ୍ଦୁଝର-୭.୬
ବାରିପଦା-୮.୬
ସମ୍ବଲପୁର-୧୦
ଭୁବନେଶ୍ବର-୧୦.୫
କଟକ-୧୦

ଦେଶର ଉତ୍ତର ଭାରତ ସମେତ ଅନେକ ରାଜ୍ୟରେ ତୀବ୍ର ଥଣ୍ଡା ଯୋଗୁଁ ଲୋକଙ୍କ ସମସ୍ୟା ବଢ଼ିଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ପଶ୍ଚିମ ଉତ୍ତର ପ୍ରଦେଶ, ରାଜସ୍ଥାନ, ଛତ୍ତୀଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଥଣ୍ଡା ଲହରୀ ପରିସ୍ଥିତି ଜାରି ରହିବ । ଏହା ପରେ ଥଣ୍ଡାର ପ୍ରଭାବ ଧୀରେ ଧୀରେ କମିବାର ସମ୍ଭାବନା ରହିଛି । ପଞ୍ଜାବ ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଭାରତ ଏବଂ ବିହାରରେ ସକାଳ ଓ ରାତି ସମୟରେ ଗାଢ଼ରୁ ଅତି ଗାଢ଼ କୁହୁଡି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କୁହୁଡି ଯୋଗୁଁ ଦୃଶ୍ୟମାନ୍ୟତା ଅତ୍ୟନ୍ତ କମିଯାଇପାରେ, ଯାହା ରାସ୍ତା, ରେଳ ଏବଂ ବିମାନ ପରିବହନ ଉପରେ ସିଧାସଳଖ ପ୍ରଭାବ ପକାଇବାର ଆଶଙ୍କା ରହିଛି । ପାଣିପାଗ ବିଭାଗ ଅନୁଯାୟୀ, ପଞ୍ଜାବ, ହରିୟାଣା ଏବଂ ଚଣ୍ଡୀଗଡ଼ର କେତେକ ଅଞ୍ଚଳରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଥଣ୍ଡା ଦିନ ପରିସ୍ଥିତି ଜାରି ରହିପାରେ । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜାନୁଆରୀ ୧୬ ଓ ୧୭ ତାରିଖରେ ଥଣ୍ଡା ଲହରୀ ଜାରି ରହିବ । ଏହିପରି ଭାବେ ରାଜସ୍ଥାନ, ଛତ୍ତୀଶଗଡ଼ ଏବଂ ଝାଡ଼ଖଣ୍ଡରେ ଜାନୁଆରୀ ୧୬ ତାରିଖରେ ମଧ୍ୟ ତୀବ୍ର ଥଣ୍ଡା ଦେଖାଯାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe