କନକ ବ୍ୟୁରୋ; ଖସିଲା ପାରଦ, ବଢିଲା ଶୀତ। ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଆଜି ସକାଳ ସାଢେ ୫ଟା ସୁଦ୍ଧା, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି। ଝାରସୁଗୁଡ଼ାରେ ତାପମାତ୍ରା ୬.୮ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୯.୪ ଡିଗ୍ରି, ଚାନ୍ଦବାଲିରେ ୧୨.୨, ପାରାଦୀପରେ ୧୨.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ପାରଦ ରହିଛି ୧୨.୪ ଡିଗ୍ରି ସେଲସିୟସ୍ ।
ମଝିରେ ମାତ୍ର ୨ ଦିନ ଶୀତ ଲହରିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା । ପୁଣିଥରେ ଏବେ ଜାଡ଼ ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାରା ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଶୀତ ବସ୍ତ୍ର ଦିନ ସାରା ଦେହରେ ରହୁଛି । ପାଣିକୁ ହାତ ମାରିବାକୁ ଡ଼ର ଲାଗୁଛି । ସତେ ଯେମିତି ପାରି ବରଫ ପାଲଟିଛି। କେବେ ସରିବ ଏ ଶୀତ ଏହି କଥା ଏବେ ସମସ୍ତିଙ୍କ ମୁହଁରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/16/cold-wave-2026-01-16-08-54-37.jpg)