କନକ ବ୍ୟୁରୋ: ଗର୍ଭାବସ୍ଥା ପ୍ରତିଟି ମହିଳାଙ୍କ ପାଇଁ ଚ୍ୟାଲେଞ୍ଜଭରା । ଏହି ସମୟରେ ମହିଳାଙ୍କ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଉଛି । ଏବେ ଗର୍ଭବତିଙ୍କ ମଧ୍ୟରେ ବଢ଼ୁଛି ହୃଦ୍ ରୋଗ । ଆଇସିଏମଆର ବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ଏସସିବି ମେଡିକାଲ କଲେଜ ଦେଢ଼ ବର୍ଷ ଭିତରେ ଏଭଳି ତଥ୍ୟ ଉଦବେଗର କାରଣ ହୋଇଛି । 

Advertisment

ଅଧିକ ପଢ଼ନ୍ତୁ: ଭିବି-ଜି-ରାମ-ଜି କୁ ଦେଶବ୍ୟାପି କଂଗ୍ରେସର ବିରୋଧ

ହୃଦ୍‌ରୋଗ କେତେବେଳେ କାହାକୁ ହେବ, ତାହା କେହି କହିପାରିବେ ନାହିଁ । ପୂର୍ବ ତୁଳନାରେ ଏହା ଅଧିକ ବଢ଼ି ବଢ଼ି ଚାଲିଛି । ବିଶେଷକରି ଗର୍ଭବତୀ, ହୃଦ୍‌ରୋଗରେ ଆକ୍ରାନ୍ତ ହେବା ଅଧିକ ଚିନ୍ତାଜନକ । ଏସ୍‌ସିବିରେ ଆଇସିଏମ୍‌ଆରର ଏକ ଅନୁଧ୍ୟାନ ପ୍ରକଳ୍ପ ରିପୋର୍ଟରେ ଯେଉଁ ତଥ୍ୟ ଆସିଛି, ତାହା ଆଖି ଖୋସିଦେଲା ଭଳି । ପ୍ରାୟ ୧ ହଜାର ଗର୍ଭବତୀଙ୍କ ମଧ୍ୟରୁ ୯୪ ଜଣ ହୃଦ୍‌ରୋଗର ଶିକାର ହୋଇଥିବା ଜଣାପଡ଼ିଛି । ଏଥିରୁ ୪ ଜଣଙ୍କ ମୃତ୍ୟୁ, ୮ ଜଣଙ୍କର ହୃଦ୍‌ରୋଗଜନିତ ଅସ୍ତ୍ରୋପଚାର ହୋଇଛି ଏବଂ ଜଣେ ମହିଳାଙ୍କର ପେସ୍ ମେକର୍ ଲଗାଯାଇଛି । ୮ ଜଣ ମହିଳାଙ୍କ ହୃଦରୋଗ ଜଟିଳ ହୋଇପଡ଼ିଥିବାରୁ ଗର୍ଭପାତ କରାଯାଇଛି । ଏସ୍‌ସିବିରେ ୪ ବର୍ଷ ଧରି ଚାଲିବ ଏହି ପ୍ରକଳ୍ପରେ । ଗର୍ଭାବସ୍ଥାରେ ମହିଳାଙ୍କ ସୁରକ୍ଷିତ ଚିକିତ୍ସା ପ୍ରକଳ୍ପର ଏକମାତ୍ର ଲକ୍ଷ୍ୟ । ଡାକ୍ତରଙ୍କ କହିବା କଥା, ଏହି ସର୍ଭେ ରିପୋର୍ଟ ଗର୍ଭବତୀଙ୍କୁ ଅନେକ ସହାୟତା କରିବ ।

ଅଧିକ ପଢ଼ନ୍ତୁ: ସୋମନାଥ ସ୍ବାଭିମାନ ପର୍ବରେ ମୋଦୀ ବଖାଣିଲେ ହଜାରେ ବର୍ଷର ଇତିହାସ

ପ୍ରଥମେ ମାଡ୍ରାସ ମେଡିକାଲ କଲେଜରେ ଗର୍ଭବତୀ ମହିଳାଙ୍କ ଦ୍ବାରା ଦେଖାଯାଉଥିବା ହୃଦରୋଗକୁ ନେଇ ଅନୁଧ୍ୟାନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସାରା ଭାରତର ୫୦ଟି ମେଡିକାଲ କଲେଜରେ ଅନୁଧ୍ୟାନ  ଆରମ୍ଭ ହୋଇଥିଲା । ଏସସିବିର ହୃଦରୋଗ ବିଭାଗ ଓ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ଉପରେ କାମ କରାଯାଉଛି । ସାଧାରଣତଃ ଗର୍ଭବତୀ ସମୟରେ ଶ୍ବାସକ୍ରିୟାରେ ସମସ୍ୟା, ଧଇଁସଇଁ ଲାଗିବା, ଗୋଡ଼ହାତ ଫୁଲିବା, ଛାତିରେ ଯନ୍ତ୍ରଣା, ମୂର୍ଚ୍ଛା ହୋଇଯିବା ଭଳି ଲକ୍ଷଣ ଦେଖାଯାଇଥାଏ । ଏସସିବିରେ ହୃଦରୋଗ ଚିହ୍ନଟ ହେଲେ, ସେମାନଙ୍କ ଚିକିତ୍ସା ଆରମ୍ଭ ସହିତ ସ୍ବାଭାବିକ ପ୍ରସବ ନକରି ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଯାଉଛି । ଅସ୍ତ୍ରୋପଚାର ବେଳେ ହୃଦରୋଗ ଜନିତ ସମସ୍ତ ଔଷଧ ପ୍ରଦାନ କରାଯାଉଛି । ଗର୍ଭବତୀ ମହିଳା ମହିଳା କ୍ଷେତ୍ରରେ ହୃଦରୋଗ ବଢୁଥିବାରୁ ସତର୍କ ରହିବା ଜରୁରୀ ହୋଇପଡିଛି ।