କନକ ବ୍ୟୁରୋ: ତେଜିଲା 'ଭିବି ଜି ରାମ୍ ଜି' ରାଜନୀତି । ମହାତ୍ମା ଗାନ୍ଧୀ ନରେଗା ବଞ୍ଚାଅ ଦାବିରେ ଆଜି ଦେଶବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କରିଛି କଂଗ୍ରେସ । ଦିନିକିଆ ଅନଶନରେ ବସି ଶାନ୍ତିପୂର୍ଣ୍ଣ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ଓଡ଼ିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଥିବା ବେଳେ, ବିଜେପି କହିଛି ମନରେଗା ଏକ ବିଫଳ ଯୋଜନା ଥିଲା, କିନ୍ତୁ ଭିବି ଜି ରାମ୍ ଜି ସଫଳ ହେବ ।
ଅଧିକ ପଢ଼ନ୍ତୁ :ସୋଫିଆ ରାଗିଲେ
ମହାତ୍ମା ଗାନ୍ଧୀ ନରେଗା ବଦଳରେ କେନ୍ଦ୍ର ସରକାର ଆଣିଥିବା 'ଭିବି ଜି ରାମ୍ ଜି'କୁ ବିରୋଧ ଜୋରଦାର କରିଛି କଂଗ୍ରେସ । ଦଳ ପକ୍ଷରୁ ଦେଶବ୍ୟାପୀ ଦିନିକିଆ ଅନଶନ ପାଳନ କରାଯାଇଥିବା ବେଳେ, ରାଜ୍ୟରେ ବି ଦେଖିବାକୁ ମିଳିଛି ଏହାର ପ୍ରଭାବ । ବିଭିନ୍ନ ଜିଲ୍ଲାରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀ । ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବାକୁ ନିନ୍ଦା କରିବା ସହ, ମନରେଗା ତୁଳନାରେ ଭିବି ଜି ରାମ୍ ଜିରେ ଅନେକ ଦୋଷ ଦୁର୍ବଳତା ରହିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଏଥିସହ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଟାଟା ପାୱାରର ଜୁଲମ୍ ଏବଂ ଧାନ ସଂଗ୍ରହ ଅବ୍ୟବସ୍ଥାକୁ ନେଇ ଗର୍ଜିଛି କଂଗ୍ରେସ ।
ଅଧିକ ପଢ଼ନ୍ତୁ : ସୋମନାଥ ସ୍ବାଭିମାନ ପର୍ବରେ ମୋଦୀ ବଖାଣିଲେ ହଜାରେ ବର୍ଷର ଇତିହାସ
୪ ଦିନ ପୂର୍ବରୁ 'ଭିବି ଜି ରାମ୍ ଜି' ସଂପର୍କରେ ବିରୋଧୀ ଅପପ୍ରଚାର କରୁଛନ୍ତି ଓ ଲୋକଙ୍କ ମଧ୍ୟରେ ଭ୍ରାନ୍ତି ବଢ଼ାଉଛନ୍ତି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ବିକଶିତ ଭାରତ ଲକ୍ଷ୍ୟ ଆଧାରରେ ଏହି ଆଇନ ଅଣାଯାଇଛି ବୋଲି କହିଥିଲେ । ତେବେ କଂଗ୍ରେସର କହିବା କଥା, (କଂଗ୍ରେସର ଅଭିଯୋଗ) 'ଭିବି- ଜି- ରାମ ଜି'ରେ ଲୋକଙ୍କୁ କାମ ମିଳିବା ନେଇ ଆଇନଗତ ନିଶ୍ଚିତତା ରହିବ ନାହିଁ । ଲୋକଙ୍କ ରୋଜଗାର କମିବ । ରାଜ୍ୟ ଉପରେ ଆର୍ଥିକ ଭାର ବଢ଼ିବ । କୃଷି ଋତୁରେ କାମଧନ୍ଦା ନ ମିଳିବା ଆଶଙ୍କା ରହିଛି । ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବା ଦ୍ବାରା ଶ୍ରମ ମର୍ଯ୍ୟାଦା ପ୍ରତି ଅପମାନ ହୋଇଛି ବୋଲି କହିଛି କଂଗ୍ରେସ । ଏହାର ଜବାବ ରଖିଛି ବିଜେପି । ଆଗାମୀ ମାସେ ପର୍ଯ୍ୟନ୍ତ ମନରେଗା ବଞ୍ଚାଅ ଅଭିଯାନ ଚଳାଇବ କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/01/11/37-2026-01-11-21-28-04.jpg)