କନକ ବ୍ୟୁରୋ : ସାଉଥ୍ ଅଭିନେତା କମଲ୍ ହାସନଙ୍କ ବହୁପ୍ରତୀକ୍ଷିତ ସିନେମା ‘ଠଗ୍ ଲାଇଫ୍’ ରିଲିଜ୍ ହୋଇଯାଇଛି । ଏହି ସିନେମାଟି ୨ ଦିନ ଭିତରେ ଭାରତରେ ଭଲ କଲେକ୍ସନ୍ କରିସାରିଛି । ସିନେମାରେ କମଲ ହାସନଙ୍କ ଅଭିନୟକୁ ସିନେପ୍ରେମୀ ଖୁବ୍ ପସନ୍ଦ କରୁଛନ୍ତି । ୱିକେଣ୍ଡ୍ ପୂର୍ବରୁ ହିଁ ୨୦ କୋଟି ଟଙ୍କା ରୋଜଗାର କରିସାରିଛି ଠଗ୍ ଲାଇଫ୍ । ଆକଳନ କରାଯାଉଛି ଯେ ୱିକେଣ୍ଡ୍ ପରେ ୫୦ କୋଟି ରୋଜଗାର କରିବ ଏହି ସିନେମା । ଅଭିନେତା କମଲ ହାସନଙ୍କ ଏହି ସିନେମା ଚଳିତବର୍ଷର ତାଙ୍କର ପ୍ରଥମ ଫିଲ୍ମ । ଇଣ୍ଡିଆନ୍ – ୨ ସିନେମାର ବିଫଳତା ପରେ କମଲ ଭଲ ସିନେମାର ସନ୍ଧାନରେ ଥିଲେ , ଯାହା ଠଗ୍ ଲାଇଫ୍ ଦ୍ବାରା ତାଙ୍କୁ ମିଳିଛି କହିଲେ ଭୁଲ୍ ହେବନି । 

Advertisment
Thug-Life
Thug-Life Photograph: (google)

ରିପୋର୍ଟ ଅନୁସାରେ ୱିକେଣ୍ଡ୍ ପୂର୍ବରୁ ତାଙ୍କର ଏହି ସିନେମା ୨୩ କୋଟି ଟଙ୍କାର କଲେକ୍ସନ୍ କରିସାରିଛି । ସିନେମାକୁ ଲୋକଙ୍କ ଭଲ ରେସପନ୍ସ ମିଳୁଛି । ପ୍ରଥମ ଦିନରେ ହିଁ ଫିଲ୍ମ ୧୫.୫ କୋଟି ଟଙ୍କା ରୋଜଗାର କରିଥିଲା । ତେବେ ଅନ୍ୟ ଭାଷା ଅପେକ୍ଷା ହିନ୍ଦୀ ଭାଷାରେ ଏହି ସିନେମାକୁ ସେତେଟା ଭଲ ରେସପନ୍ସ ମିଳିପାରିନାହିଁ । ଗତ ୨ ଦିନରେ ହିନ୍ଦୀ ସିନେପ୍ରେମୀଙ୍କୁ ଆକର୍ଷିତ କରିପାରିନାହିଁ ଠଗ୍ ଲାଇଫ୍ । ରିପୋର୍ଟ ଅନୁସାରେ ୨୦୦ କୋଟି ଟଙ୍କା ବଜେଟରେ ତିଆରି ହୋଇଥିବା ଏହି ସିନେମା ଆଗକୁ କେତେ ସଫଳ ହେବ ତାହା ସମୟ ହିଁ କହିବ । ବର୍ତ୍ତମାନ କେବଳ ସାଉଥରୁ ହିଁ ସିନେମାକୁ ଅଧିକ ସଂଖ୍ୟାରେ ଲୋକ ଦେଖୁଛନ୍ତି । ହିନ୍ଦୀ ଏବଂ ଅନ୍ୟ ଭାଷାରେ ସିନେମାକୁ ସେତେଟା ଭଲ ରେସପନ୍ସ ମିଳିପାରୁନାହିଁ ।