କନକ ବ୍ୟୁରୋ: ଉପନିର୍ବାଚନ ପାଇଁ କମ୍ପୁଛି ନୂଆପଡ଼ା ।  ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡିର ପ୍ରଚାରରେ ଉଠୁଛି ପଡୁଛି ପୂରା ଅଂଚଳ । ଥାଟ ବାଟ ଧରି ବିଶାଳ ବିଶାଳ ଶୋଭାଯାତ୍ରା କରି ଶକ୍ତି ଦେଖାଉଛନ୍ତି ନେତା । ଆଜି ଅଭିନନ୍ଦନ ପଣ୍ଡାଙ୍କୁ ସାଂଗରେ ଧରି, ବିରାଟ ପଟୁଆରରେ ଯାଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ଜୟ ଢ଼ୋଲକିଆ ।  

Advertisment

ନୂଆପଡ଼ା ଉପନିର୍ବାଚନ ପାଇଁ ତେଜୁଛି ରାଜନୀତି: ମିଶ୍ରଣ ପର୍ବକୁ ନେଇ ଧରୁଛି ଚର୍ଚ୍ଚା

ପିସିସି ସଭାପତି, କଂଗ୍ରେସ ବିଧାୟକ ଦଳ ନେତାଙ୍କ ସମେତ ବହୁ ସମର୍ଥକଙ୍କ ସହ ପଦଯାତ୍ରାରେ ଯାଇ ଶକ୍ତି ପ୍ରଦର୍ଶଦ କରିଛନ୍ତି ଘାସିରାମ ମାଝୀ । ତାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।  ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବି ନୂଆପଡାରେ ଦମ୍ ଦେଖାଇଛନ୍ତି। ଦଳୀୟ ନେତା ଓ କର୍ମୀଙ୍କ ସହ ଗହଣରେ ଶୋଭଯାତ୍ରା କରି ପତିଆରା ଦେଖାଇଛନ୍ତି । ଏହି ଅବସରରେ ଦଳିତ, ଆଦିବାସୀ ଓ ମହିଳା ଗରିବ ପରିବାରଙ୍କ ସ୍ବାର୍ଥ ପାଇଁ ଲଢ଼ିବି ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ।

ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ


ନୂଆପଡା ଉପନିର୍ବାଚନ ଉପରେ ସାରା ରାଜ୍ୟର ନଜର ଥିବାବେଳେ ଡେରା ପକାଇଛନ୍ତି ନେତା । ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତା ନୂଆପଡାର ଗାଁ ଗାଁରେ ବୁଲିଲେଣି। ବିଜେପି ୧୫ମାସର ସଫଳତାକୁ ପ୍ରସଙ୍ଗ କରିଥିବାବେଳେ କଂଗ୍ରେସ ଆଇନଶୃଂଖଳାକୁ ପ୍ରସଙ୍ଗ କରିଛି । ବିଜେଡି ମଧ୍ୟ ନୂଆପଡା ପାଇଁ ରଣନୀତି କରୁଛି।  ଆଗକୁ ନୂଆପଡାକୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ତାରକା ପ୍ରଚାରକ ଆସିବାକୁ ଥିବାରୁ, ପ୍ରଚାର ମଇଦାନ ଆହୁରି ସରଗରମ ହେବ ।