bihar-election-2025-result-exit-poll Photograph: (KanakNews)
କନକ ବ୍ୟୁରୋ: ସରିଛି ୨୦୨୫ ବିହାର ବିଧାନସଭା ନିର୍ବାଚନ ମତଦାନ ଏବେ ଫଳାଫଳକୁ ଅପେକ୍ଷା । ଆସନ୍ତାକାଲି ଭୋଟ ଗଣତି । କିଏ ସରକାର ଗଠନ କରିବ ଫଳାଫଳ ଆସିବା ପରେ ତାହା ସ୍ପଷ୍ଟ ହୋଇଯିବ । ଭୋଟ ଗଣତି ପାଇଁ ବି ସମସ୍ତ ପ୍ରସ୍ତୁତି ସରିଛି । EVM ଏବଂ VVPAT ଦୁଇଟି ସ୍ତରୀୟ ସୁରକ୍ଷା ମଧ୍ୟରେ ରହିଛି । ଗଣନା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି । କିନ୍ତୁ ଏହାରି ଭିତରେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଭୋଟ୍ ଗଣନା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, ନୀତିଶ କୁମାରଙ୍କ ଦଳ, JDU ନିର୍ବାଚନ ପୂର୍ବରୁ ଆସିଥିବା ଏକଜିଟ୍ ପୋଲକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଆଉ ବିହାରରେ ଆରମ୍ଭ ହୋଇଯାଇଛି ପୋଷ୍ଟର ୱାର ।
ଜେଡିୟୁ କାର୍ଯ୍ୟାଳୟ ସମ୍ମୁଖରେ ଏକ ପୋଷ୍ଟର ଲଗାଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ପୋଷ୍ଟର, ଯେଉଁଥିରେ ଲେଖାଯାଇଛି, "ଟାଇଗର୍ ଅଭି ଜିନ୍ଦା ହେ", ବିହାର ସରକାରଙ୍କ ପୂର୍ବତନ ମନ୍ତ୍ରୀ ରଞ୍ଜିତ ସିହ୍ନା ପାର୍ଟି (JDU) କାର୍ଯ୍ୟାଳୟ ବାହାରେ ଏହି ପୋଷ୍ଟର ଲଗାଇଛନ୍ତି । ଏଥିରେ ନୀତିଶ କୁମାରଙ୍କ ଏକ ବଡ଼ ଫଟୋ ରହିଛି ଏବଂ ଲେଖାଯାଇଛି, "ଦଳିତ, ମହାଦଳିତ, ପଛୁଆ, ଅତ୍ୟନ୍ତ ପଛୁଆ, ଉଚ୍ଚ ଜାତି, ସଂଖ୍ୟାଲଘୁଙ୍କ ରକ୍ଷକ, ଟାଇଗର୍ ଏବେ ବଞ୍ଚିଛି ।"
ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି: ୩୮ ଜିଲ୍ଲାର ୪୬ ମତଗଣନା କେନ୍ଦ୍ରର ହେବ କାଉଣ୍ଟିଂ
ପୋଷ୍ଟରରେ ଦଳିତ, ମହାଦଳିତ, ପଛୁଆ ଜାତି, ଅତ୍ୟନ୍ତ ପଛୁଆ ଜାତି, ଉଚ୍ଚ ଜାତି ଏବଂ ସଂଖ୍ୟାଲଘୁଙ୍କ ବିଷୟରେ ଉଲ୍ଲେଖ କରାଯାଇଛି, ଯାହା ଦ୍ୱାରା ନୀତିଶ କୁମାର ସର୍ବଦା ସମସ୍ତ ବର୍ଗର ଯତ୍ନ ନେଇଛନ୍ତି ବୋଲି ଜଣାଇବାକୁ ଚେଷ୍ଟା କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର ସଫଳତା ବାବଦରେ ଏଥିରେ ଉଲ୍ଲେଖ କରାଯାଇଛି । ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାକୁ ଯାଉଥିବା ସମୟରେ ଏହି ପୋଷ୍ଟର ଲଗାଯାଇଛି । ଯାହା ବିହାର ରାଜନୀତିକୁ ଆହୁରି ସରଗରମ କରିଦେଇଛି ।
ଅନ୍ୟପକ୍ଷରେ, ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ, ଅନେକ ଏକଜିଟ୍ ପୋଲ ସାମ୍ନାକୁ ଆସୁଛି, ଯେଉଁଥିରେ ଦାବି କରାଯାଉଛି ଯେ NDA ପୁଣି ଥରେ ସରକାର ଗଠନ କରିପାରେ । ବିହାରରେ ସରକାର ଗଠନ ପାଇଁ ୧୨୨ ଆସନ ଆବଶ୍ୟକ , ଏବଂ ଅଧିକାଂଶ ଏକଜିଟ୍ ପୋଲ ସୂଚାଇ ଦେଉଛି ଯେ NDA ସମ୍ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିବ । ନୀତିଶ କୁମାରଙ୍କ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟକ ଆସନ ଜିତିପାରେ । ଏବେ, ଏକଜିଟ୍ ପୋଲ ଏବଂ ନିର୍ବାଚନ ଫଳାଫଳ ପରସ୍ପର ସହିତ କେତେ ମେଳ ଖାଉଛି ତାହା ଦେଖିବା ବାକି ରହିଲା ।
Follow Us