RahulGandhi Photograph: (KanakNews)
କନକ ବ୍ୟୁରୋ : ବ୍ରାଜିଲର ଜଣେ ମଡେଲ ହରିୟାଣାରେ ୨୨ ଥର ଭୋଟ୍ ଦେଇଥିବା ଅଭିଯୋଗ ଓ ସେହି ମଡେଲଙ୍କ ଫଟୋ ରାହୁଲ ଗାନ୍ଧୀ ଦେଖାଇବା ଉପରେ ପ୍ରକ୍ରିୟା ରଖିଛନ୍ତି ବ୍ରାଜିଲର ଜଣେ ମଡେଲ । ବ୍ରାଜିଲ ମଡେଲ ଲାରିସା ନେରି କହିଛନ୍ତି ଯେ ରାହୁଲ ଗାନ୍ଧୀ ଦେଖାଇଥିବା ଫଟୋ ମଧ୍ୟରେ ତାଙ୍କର ଏକ ଫଟୋ ରହିଛି ଓ ତାହା ତାଙ୍କର ୨୦ ବର୍ଷ ବୟସର ଫଟୋ । ସୋସିଆଲ ମିଡିଆରେ ଲାରିସା ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ତାଙ୍କ ପାଖକୁ ବହୁ ଫୋନ୍ ଆସୁଛି ଓ ସେ ଏନେଇ ଆଶ୍ଚର୍ଯ୍ୟ ପ୍ରକାଶ କରବା ସହ ବ୍ୟତିବ୍ୟସ୍ତ ଅଛନ୍ତି । ଏହା ଏକ ଜୋକ୍ ବା ଥଟ୍ଟା ମଜା ଏବଂ ଭାରତ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ଲାରିସା ସ୍ପଷ୍ଟ କରିଛନ୍ତି । ଭୋଟ୍ ଚୋରି ଓ ବ୍ରାଜିଲରେ ଜଣେ ମଡେଲ ସୀମା, ସୁଇଟି, ସରସ୍ବତୀ ଆଦି ଏକାଧିକ ନାଁରେ ୨୨ ଥର ଭୋଟ୍ ଦେଇଥିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତକାଲି ଅଭିଯୋଗ କରିଥିଲେ । ଏହାପରେ ବ୍ରାଜିଲ ମଡେଲ ଲରିସା ନେରି ପ୍ରତିକ୍ରିୟା ରଖି ଭାରତ ନିର୍ବାଚନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ଏହପରେ ଏନେଇ ଭାରତରେ ରାଜନୀତି ତେଜିଛି ।
Rahul Gandhi : ସାମ୍ନାକୁ ଆସିଲେ ରାହୁଲଙ୍କ ‘ଭୋଟ୍ ଚୋରିର ବ୍ରାଜିଲ୍ ଗର୍ଲ’ ; ଭାଇରାଲ୍ ଫଟୋ ପଛର କଲେ ଖୁଲାସା
ବ୍ରାଜିଲ ମଡେଲଙ୍କ ପ୍ରତିକ୍ରିୟା
ରାହୁଲଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା
ରାହୁଲ କହିଥିଲେ, ବ୍ରାଜିଲ ମଡେଲ ହରିୟାଣାରେ ଭୋଟ୍ ଦେଇଛନ୍ତି
‘ଏକାଧିକ ନାଁରେ ୨୨ ଥର ଭୋଟ ଦେଇଛନ୍ତି’
ରାହୁଲ ଦେଖାଇଥବା ଫଟୋ ସହ ଲାରିସାଙ୍କ ଫଟୋ ମିଶୁଛି
ଲାରିସା କହିଲେ, ଏହା ତାଙ୍କର ୨୦ ବର୍ଷ ବୟସର ଫଟୋ
‘ଭାରତ ସହ ତାଙ୍କର କୌଣସି ସମ୍ପର୍କ ନାହିଁ’
Follow Us