କନକ ବ୍ୟୁରୋ: ପ୍ରଶାସନିକ ସ୍ତରରେ ବଡ଼ ସଂସ୍କାର ଲାଗି ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବଡ଼ ପଦକ୍ଷେପ । ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳ ମାନଙ୍କୁ ନେଇ ବସିବ ଉଚ୍ଚ ସ୍ତରୀୟ ବୈଠକ । ଛୁଟି ଦିନ ଓ ସୋମବାର ବାଦ୍ ଏହି ବୈଠକ ସବୁ ମାସ ୧୬ ତାରିଖରେ ବସିବ । ଭିସି ଜରିଆରେ ଯୋଡ଼ି ହେବେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ । ବୈଠକରେ ଜିଲ୍ଲା ସ୍ତରରେ ପଡ଼ି ରହିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯିବ । ମୁଖ୍ୟ ଶାସନ ସଚିବ ଏହି ବୈଠକ ପାଇଁ ୪ ସୁତ୍ରୀ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।
ରାଜ୍ୟ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି: ମୃତକଙ୍କ ନାଁରେ ରାସନ ଉଠାଇଲେ କରାଯିବ ଦେଢ଼ଗୁଣା ଅର୍ଥ ଆଦାୟ
ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏହି ବୈଠକରେ ଆଲୋଚନା କରାଯିବ ସେଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ବିଭାଗ ୩୦ ମିନିଟ ପ୍ରେଜେଣ୍ଟସନ ପ୍ରସ୍ତୁତ କରି ବୈଠକ କୁ ଆସିବେ । ୭ ଟି ସ୍ଲାଇଡ଼ ବିଶିଷ୍ଟ ଏକ ପିପିଟି ପ୍ରସ୍ତୁତ କରିବେ ଯାହା ୧୦ ମିନିଟ ଭିତରେ ହେବା ଆବଶ୍ୟକ । ସମସ୍ତ ବିଷୟ ବସ୍ତୁ ବିଷୟ ରେ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରାଯାଇଥିବା ଦରକାର । ସେହିପରି ବୈଠକର ଏଜେଣ୍ଡା ଗୁଡିକ ପ୍ରତି ମାସ ୮ ତାରିଖରେ ଯୋଜନା ଓ ସମନ୍ୱୟ ବିଭାଗକୁ ପ୍ରତି ଜିଲ୍ଲାରୁ ପହଁଚିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ରହିଛି । ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ଏନେଇ ସମସ୍ତ ବିଭାଗକୁ ଚିଠି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/10/anu-garg-2026-01-10-08-05-17.jpg)