କନକ ବ୍ୟୁରୋ :ନିର୍ବାଚନରେ ଏଆଇ ଭିଡ଼ିଓ ଓ ଫଟୋକୁ ନେଇ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପାଇଁ ମାର୍ଗଦର୍ଶିକା ଜାରି । ଭାରତୀୟ ନିର୍ବାଚନ ଆୟୋଗ ଏନେଇ ଗାଇଡଲାଇନ ଆଣିଛନ୍ତି । ଯେଉଁଥରେ ପ୍ରଚାର ସମୟରେ ଏଆଇ ଫଟୋ ଓ ଭିଡ଼ିଓର ଅପବ୍ୟବହାର ନ କରିବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ପ୍ରାର୍ଥୀ କିମ୍ବା ଦଳ ନିର୍ବାଚନ ପ୍ରଚାରରେ, କୃତ୍ରିମ ଭାବେ କିମ୍ବା ଏଆଇ ଦ୍ବାରା ଭିଡ଼ିଓ କିମ୍ବା ଫଟୋ ବ୍ୟବହାର କରୁଥିଲେ ଏଥିରେ ଏଆଇ ଜେନେରେଟେଡ୍ ଦର୍ଶାଯିବ । ଭିଡ଼ିଓ କିମ୍ବା ଫଟୋ କେଉଁ ସଂସ୍ଥା ସୃଷ୍ଟି କରିଛି ତାହା ଉଲ୍ଲେଖ ରହିବ । କୌଣସି ବ୍ୟକ୍ତିଙ୍କ ପରିଚୟ, ଦୃଶ୍ୟ ଓ ସ୍ବର ତାଙ୍କ ସମ୍ମିତ ବିନା ଭୋଟରଙ୍କୁ ଭ୍ରମିତ କରିବାକୁ ବ୍ୟବହାର କରାଯାଇପାରିବ ନାହିଁ । ଏହା ବେଆଇନ ।
ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ: ମଇଦାନରେ ୧୪ ପ୍ରାର୍ଥୀ, ସେପଟେ ବିସ୍ଫୋରକ ବୟାନ ଦେଲେ ଭକ୍ତ ଦାସ
ଦଳୀୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏଆଇ ଦ୍ବାରା କୌଣସି ଫଟୋ କିମ୍ବା ଯାହା ଭୁଲ ତଥ୍ୟ ପ୍ରଦାନ କରୁଥାଏ ତାହାକୁ ନେଇ ରିପୋର୍ଟ କରିବାର ୩ ଘଣ୍ଟା ମଧ୍ୟରେ ହଟାଇ ଦିଆଯିବ । ଏଆଇ ଦ୍ବାରା ନିର୍ମିତ ଫଟୋ, ଭିଡ଼ିଓ, ଭୁଲ ସୂଚନା ଜରିଆରେ ନିର୍ବାଚନକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ଥାଏ । ତେଣୁ ଏହା ଉପରେ ସତର୍କ ନଜର ରଖିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।
ବର୍ତ୍ତମାନ ସମୟରେ ଏଆଇକୁ ନେଇ ବିଭିନ୍ନ ପ୍ରକାରର ଭିଡିଓ ପ୍ରସ୍ତୁତ କରାଯାଉଛି । ରାଜନୀତିକୁ ନେଇ ବି ଅନେକ ଭିଡିଓ ପ୍ରସ୍ତୁତ କରି ଭାଇରାଲ୍ କରାଯାଉଛି । ଏହା କେତେ ସତ କେତେ ମିଛ ନବିଚାଲି ଲୋକେ ଘଟଣାକୁ ଗ୍ରହଣ କରିନେଉଛନ୍ତି । ଏହା ସିଧାସଳଖ ଲୋକଙ୍କ ଉପରେ ପ୍ରଭାବ ପକାଉଛି । ସବୁଠୁ ବଡ଼ କଥା ହେଉଛି ଏଆଇ ଜେନେରେଟ୍ ଭିଡ଼ିଓକୁ ଦେଖି ବାରି ହେନ ନାହିଁ ଏହା ରିୟଲ୍ ନା ଫେକ୍ । ଏଭଳି ପରିସ୍ଥିତିରେ ନିର୍ବାଚନ ସମୟରେ ଅପପ୍ରଚାର ହେବାର ସମ୍ଭାବନା ବହୁତ ଅଧିକ ଥାଏ । ଆଉ ଭୋଟରମାନେ ମଧ୍ୟ ପ୍ରଭାବିତ ହେବାର ଆଶଂକା ଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ଦ୍ବାରା ଏଭଳି ନିଷ୍ପତ୍ତି ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/25/3-2025-10-25-08-16-04.jpg)