କନକ ବ୍ୟୁରୋ : ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ ପ୍ରତୀକ ପ୍ରଦାନ କରାଯାଇଛି । ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁଙ୍କ ଉପସ୍ଥିତିରେ ଆର୍ ଓ ତଥା ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ପ୍ରତୀକ ପ୍ରଦାନ କରିଛନ୍ତି । ସମୁଦାୟ ୧୪ ଜଣ ପ୍ରାର୍ଥୀ ଏବେ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରିବେ l ଇଣ୍ଡିଆନ୍ ନେସନାଲ କଂଗ୍ରେସ ଦଳର ଘାସିରାମ ମାଝୀଙ୍କୁ ହାତ ଚିହ୍ନ , ଭାରତୀୟ ଜନତା ପାର୍ଟି ଜୟ ଢୋଲକିଆଙ୍କୁ ପଦ୍ମଫୁଲ , ବିଜୁ ଜନତା ଦଳ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ, ସମାଜବାଦୀ ପାର୍ଟି ରମାକାନ୍ତ ହାତୀଙ୍କୁ ସାଇକଲ, ଓଡ଼ିଶା ଜନତା ପାର୍ଟିର ଶୁକଧର ଦଣ୍ଡସେନାଙ୍କୁ ବଂଶୀ ଚିହ୍ନ ପ୍ରଦାନ କରିଥିବା ବେଳେ ଅନ୍ୟ ୮ ଜଣ ସ୍ବାଧୀନ ପ୍ରାର୍ଥୀଙ୍କୁ ବିଭିନ୍ନ ପ୍ରତୀକ ପ୍ରଦାନ କରାଯାଇଛି l
ନୂଆପଡ଼ା ଉପନିର୍ବାଚନ ପାଇଁପ୍ରାର୍ଥିପତ୍ର ପ୍ରତ୍ୟାହାର ସରିଛି । ତେବେ କୌଣସି ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନାହାନ୍ତି । ନୂଆପଡ଼ା ଭୋଟ୍ ପାଇଁ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ନାକଚ ହୋଇଥିଲା । ବାକି ୧୪ ପ୍ରାର୍ଥୀ କେହି ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନାହାନ୍ତି । ତିନି ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ସ୍ତ୍ରୀ ଓ ମାଆ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିଛନ୍ତି । ବିଜେଡି ମହିଳା ମାନଙ୍କୁ ଏକାଠି କରି ପ୍ରଚାର ଚଳାଇଛି । ବରିଷ୍ଠ ନେତା ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ବିଧାୟିକା ଦୀପାଳି ଦାସ ପ୍ରଚାର କରିଛନ୍ତି । କଂଗ୍ରେସ ବି ପ୍ରଚାରରେ ପଛରେ ପଡ଼ିନି । ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି କଂଗ୍ରେସ । ଘାସିରାମ ମାଝୀଙ୍କ ପାଇଁ ନିଜେ ପିସିସି ସଭାପତି ଭକ୍ତ ଦାସ ୱାର୍ଡରୁ ୱାର୍ଡ, ପଡ଼ାରୁ ପଡ଼ା ବୁଲି ବୁଲି ପ୍ରଚାର କରୁଛନ୍ତି ।
ଜମୁଛି ନୂଆପଡ଼ା ଉପନିର୍ବାଚନ ପ୍ରଚାର : ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ, ୧୯ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
ସେପଟେ ନୂଆପଡା ଉପନିର୍ବାଚନ ସରଗରମ ହେଉଥିବା ବେଳେ ପିସିସି ଅଧ୍ୟକ୍ଷ ଭକ୍ତ ଦାସଙ୍କ' ଆସିଛି ବିସ୍ଫୋରକ ବୟାନ । ଉଭୟ ବିଜେପି, ବିଜେଡି ଦଳୀୟ ନେତା ମାନଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି । ଶାସକ ବିଜେପି ଏବଂ ବିରୋଧୀ ବିଜେଡି ଭାଇ ଭାଇ ହୋଇ ମିଶିଯାଇଛନ୍ତି । ଏଭଳିକି ନିର୍ବାଚନ ଆଚରଣ ଵିଧି ଉଲଂଘନ କରୁଥିବା ଭକ୍ତ ଦାସ ଅଭିଯୋଗ କରିଛନ୍ତି । ଅନ୍ୟ ଦଳ କୁଆଡେ ଭୋଟରଙ୍କୁ ଶାଢ଼ୀ ବାଣ୍ଟୁଥିବା ବେଳେ ସ୍କୁଲ ଘରେ ନିର୍ବାଚନ ବୈଠକ କରୁଥିବା ଭକ୍ତ ଦାସ ଅଭିଯୋଗ କରିଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ ସମୟରେ ବଳକା ଖାଦ୍ୟକୁ ଗାଈ ଗୋରୁ ଖାଇ ମୃତ୍ୟୁ ମୁଖରେ ପଡିଛନ୍ତି । ସରକାର କ୍ଷତି ଗ୍ରସ୍ତ ଗାଈ ମାଲିକ ମାନଙ୍କୁ ଗାଈ ବଦଳରେ ଗାଈ ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି । ସେହିଭଳି ଭକ୍ତ ଦାସଙ୍କ ସମ୍ପତ୍ତିକୁ ନେଇ କିଛି ବିରୋଧୀ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି,ସେମାନେ ଜାଣି ରଖନ୍ତୁ ଭକ୍ତ ଦାସଙ୍କ ସମ୍ପତ୍ତି କହିଲେ କିଛି ନାହିଁ । କେବଳ ଭବାନିପାଟଣା ଏବଂ ଦିଲ୍ଲୀ ଘର ରହିଛି, ତାହାପୁଣି ଲୋନ କରିକି ନିର୍ମାଣ କରିଛି । ଏବେ ମଧ୍ୟ ମୁଁ ଋଣ ସୁଝୁଛି । ଆଉ ଯାହାବି ସମ୍ପତି ରହିଛି ସବୁ ଲୋକଙ୍କର ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/25/8-2025-10-25-07-54-33.jpg)