କନକ ବ୍ୟୁରୋ: ବିଜୁ ଛାତ୍ର ଜନତା ଦଳ କମିଟି ଗଠନକୁ ନେଇ କେଁ, ଛାତ୍ରନେତାଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ । ଇସ୍ତଫା ଦେଲେଣି ଛାତ୍ରନେତା, ଆରମ୍ଭ ହେଲାଣି ବିରୋଧ । ୨ଦିନ ତଳେ ବିଜୁ ଛାତ୍ର ଜନତା ଦଳର ୧୪୫ ଜଣିଆ ବିଶାଳ କମିଟି ଗଠନ ହୋଇଛି । ତାଲିକା ଘୋଷଣାକୁ ୪୮ଘଣ୍ଟା ବିତିନି ବିରୋଧର ସ୍ବର ଶୁଣିବାକୁ ମିଳିଲାଣି । ଭୁବନେଶ୍ବରରୁ କଟକ ପର୍ୟ୍ୟନ୍ତ, ସବୁଠି ଛାତ୍ରନେତାମାନେ ଖୋଲାଖୋଲି ଭାବେ ଦଳ ବିରୋଧରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ସଙ୍ଗଠନର ସଭାପତି ଚୟନ ସମୟରେ ଯେଉଁଭଳି ବିରୋଧ ଦେଖିବାକୁ ମିଳିଥିଲା, ଏବେ ମଧ୍ୟ ସମାନ ଦୃଶ୍ୟ, ସମାନ ସ୍ବର ଶୁଣିବାକୁ ମିଳିଛି । 

Advertisment

ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ, ଆକ୍ରମଣରେ ୪ କିନ୍ନର ଗୁରୁତର

ବିଶାଳ କମିଟି ହୋଇଥିଲେ ମଧ୍ୟ ଗତ କମିଟିରେ କାର୍ଯ୍ୟକାରୀ ସଭାପତି ଥିବା ରାଜେଶରାଜ ସ୍ବାଇଁଙ୍କୁ ସ୍ଥାନ ମିଳିନି । ଅନ୍ୟତମ କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନଙ୍କୁ ପୂର୍ବଭଳି ଏହି କମିଟିରେ କାର୍ଯ୍ୟକାରୀ ସଭାପତି ଭାବେ ରଖାଯାଇଛି । ତାଙ୍କ ପଦବିରେ କୌଣସି ପରିବର୍ତ୍ତନ ହୋଇନି । ପୂର୍ବ କମିଟିରେ ସ୍ଥାନ ପାଇଥିବା ୨୦ରୁ ଅଧିକ ସାଧାରଣ ସମ୍ପାଦକ, ସମ୍ପାଦକ, ଉପସଭାପତିଙ୍କୁ ଏଥରକ ସୁଯୋଗ ଦିଆଯାଇ ନାହିଁ । ବରଂ ନୂଆ ମୁହଁଙ୍କୁ ଅଣାଯାଇଛି । ଏମିତିକି ଭଦ୍ରକର ଛାତ୍ରନେତାଙ୍କୁ କଟକ ଦାୟିତ୍ବ ଦିଆଯାଇଥିବା ଅଭିଯୋଗ ଆସିଛି । ଏସବୁ ଭିତରେ କମିଟିରେ ସ୍ଥାନ ପାଇଥିବା ଛାତ୍ରନେତା ଇସ୍ତଫା ଦେବା ଆରମ୍ଭ କଲେଣି । ସଂଗଠନ ସଜାଡି ଦଳକୁ ସୁଦୃଢ଼ କରିବାକୁ ଶୀର୍ଷ ନେତୃତ୍ବ ଉଦ୍ୟମ କରୁଥିବା ବେଳେ ଏଭଳି ବିରୋଧ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।