କନକ ବ୍ୟୁରୋ: ଓଡ଼ିଶାରେ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପର ବିକାଶ ପାଇଁ କ୍ୟାବିନେଟରେ ବଡ ନିଷ୍ପତ୍ତି ନେଇଛନ୍ତି ସରକାର । ପର୍ଯ୍ୟଟନସ୍ଥଳୀର ପୁନଃରୁଦ୍ଧାର ସହ ନୂଆ ହୋଟେଲ ନିର୍ମାଣ ପାଇଁ ସବସିଡି ଘୋଷଣା କରିଛନ୍ତି ସରକାର । ହେଲେ କଟକ ଏଥିରୁ ବାଦ୍ ପଡିଥିବାରୁ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି । 

Advertisment

ଅଧିକ ପଢ଼ନ୍ତୁ : ବ୍ଲାକ୍‌ବକ୍ସରେ ଦୁର୍ଘଟଣା ରହସ୍ୟ

୧୦୦୦ ବର୍ଷର ପୁରୁଣା ସହର କଟକ। ସମ୍ଭାବନା ଓ ସୁଯୋଗର ସହର କଟକ। ଓଡ଼ିଶାର ଐତିହ୍ୟ ଓ ପରମ୍ପରାର ମୂକସାକ୍ଷୀ ଥିବା ଏହି ସହରକୁ ନେଇ ତେଜିଛି ରାଜନୀତି। କଟକ ସହରକୁ ଅଣଦେଖା କରାଯାଉଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି କଟକ-ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋସ । ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ, ପେଟାନାଳ, ବାରବାଟୀ ଷ୍ଟାଡିୟମ, ବଡ଼ ମେଡିକାଲ, ଶିଶୁଭବନ କଟକରେ ରହିଛି । ପର୍ଯ୍ୟଟନ ଓ ହୋଟେଲ ଶିଳ୍ପ ପାଇଁ କଟକରେ ଅସୀମିତ ସୁଯୋଗ ଥିଲା। ହେଲେ ହୋଟେଲ ନିର୍ମାଣ ପାଇଁ ଅନୁମତି ଦେଲେନି ସରକାର ।  କଟକ ସହର ପ୍ରତି ନୂଆ ସରକାରଙ୍କ ବୈମାତୃକ ମନୋଭାବ କ’ଣ ପାଇଁ? ବୋଲି କହି ପ୍ରଶ୍ନବାଣ ମାରିଛନ୍ତି ସୋଫିଆ । 

ଅଧିକ ପଢ଼ନ୍ତୁ : ସମ୍ବଲପୁରବାସୀଙ୍କୁ ମୋହନଙ୍କ ବଡ଼ ଭେଟି...

କଟକ-ବାରବାଟୀ ବିଧାୟିକାଙ୍କ ଅଭିଯୋଗକୁ କଡା କାଉଣ୍ଟର କରିଛି ବିଜେପି। ଦଳ କହିଛି, ସୋଫିଆ ଓ ତାଙ୍କ ବାପା କଟକରେ ୬ ବର୍ଷ ୬ ମାସ ଶାସନରେ ଅଛନ୍ତି। ହେଲେ କଟକ ପାଇଁ କଣ କରିଛନ୍ତି? ନିର୍ବାଚନ ଜିତିବା କୌଶଳ ଜାଣିଛନ୍ତି । ଲୋକଙ୍କ ଉନ୍ନତି କେମିତି ହେବ ତାହା ଭୁଲି ଯାଇଛନ୍ତି? କଟକରେ ହୋଟେଲ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସୋଫିଆ କେତେଥର ବିଧାନସଭାରେ ପ୍ରସଙ୍ଗ ଉଠାଇଛନ୍ତି? ସୋଫିଆ ଓ ତାଙ୍କ ବାପାଙ୍କ ଶାସନକୁ କଳା ଶାସନ ବୋଲି କହି ଟାର୍ଗେଟ କରିଛି ବିଜେପି । ଆରୋପ-ପ୍ରତ୍ୟାରୋପର ରାଜନୀତି ଭିତରେ ଅନିଶ୍ଚିତା ଭିତରକୁ ଠେଲି ହୋଯାଇଛି କଟକ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପର ଭବିଷ୍ୟତ ।