କନକ ବ୍ୟୁରୋ: ବ୍ରହ୍ମଗିରି ଅଞ୍ଚଳରେ ଚାଷୀଙ୍କୁ ବେଆଇନ ଭାବେ ଗିରଫ ଘଟଣା । ଥାନା ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଲେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା । ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ବେଆଇନ ଭାବରେ ଚାଷୀଙ୍କୁ ଗିରଫ କରିଥିବା ବେଳେ ତୁରନ୍ତ ଏମାନଙ୍କୁ ଛଡ଼ାଯାଉ ବୋଲି ସେ ଦାବି କରିଛନ୍ତି । କେନାଲ ଖୋଳାକୁ ନେଇ ବ୍ରହ୍ମଗିରି ବ୍ଲକ୍‌ କୁସୁବେଣ୍ଟି ପଞ୍ଚାୟତ ହରିଦାସ ଗାଁରେ ପୁଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ତଯୁଦ୍ଧ ହୋଇଛି ।

Advertisment

ପାଣି ଭିତରେ ପୁଲିସ ଓ ମହିଳାଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା । ଏହି ଘଟଣାରେ ଉଭୟ ପକ୍ଷରୁ ୧୦ଜଣ ଆହତ ହୋଇଛନ୍ତି । ପୁଲିସ ୬୭ଜଣଙ୍କୁ ଗିରଫ କରିଛି । 

ବ୍ରହ୍ମଗିରି ଅଞ୍ଚଳରେ ଚାଷୀଙ୍କୁ ବେଆଇନ ଗିରଫ ଘଟଣା: ଥାନା ଆଗରେ ଧାରଣା ଦେଲେ ବରିଷ୍ଠ ବିଜେଡି ନେତା

କୁସୁବେଣ୍ଟି ଗାଁଠାରୁ ହରିଦାସ ଗାଁ ଦେଇ ଜାଡ଼ିନାଳ ଚିଲିକାରେ ମିଶିଛି । ୨୦୨୩ ମସିହାରେ ଏହି ନାଳର ପୁନରୁଦ୍ଧାର ପାଇଁ ସରକାର ୭କୋଟି ଟଙ୍କା ମଞ୍ଜୁର କରିଥିଲେ । ଏବେ ଏହି ନାଳର ପୁନରୁଦ୍ଧାର କାମ ଆରମ୍ଭ ହୋଇଛି । ହରିଦାସ ଗାଁ ପାଖ ନାଳରେ ଏକ ମାଟିବନ୍ଧ ରହିଛି । ଏହି ନାଳରେ ହୋଇଥିବା ମାଟିବନ୍ଧକୁ ଉଚ୍ଛେଦ କରି ଆଗକୁ ଖୋଳିଲେ ହରିଦାସ ଗାଁ ଲୋକେ ଧାନ ଚାଷ କରି ପାରିବେ ନାହିଁ । ଗାଁର ଅନେକ କ୍ଷତି ହେବ ବୋଲି ଅଭିଯୋଗ କରି ସେମାନେ କେନାଲ ଖୋଳାକୁ ବିରୋଧ କରି ଆସୁଥିଲେ । ଅନ୍ୟପକ୍ଷରେ ନାଳ ଖୋଳା ନ ହେବାରୁ ଉପର ମୁଣ୍ତରେ ଥିବା କୁସୁବେଣ୍ଟି ଗାଁ ଜଳମଗ୍ନ ହେଉଥିବା ନେଇ ପ୍ରଶାସନ ପାଖରେ ଅଭିଯୋଗ ହୋଇ ଆସୁଥିଲା । ଏହି ବିବାଦ ପ୍ରଶାସନ ପାଖରେ ପହ‌ଞ୍ଚିବା ପରେ ଉଭୟ ଗାଁକୁ ନେଇ ପ୍ରଶାସନ ବାରମ୍ବାର ବୈଠକ କରିଥିଲେ । କିନ୍ତୁ ଏଥିରୁ କୌଣସି ସୁଫଳ ମିଳି ନ ଥିଲା ।