କନକ ବ୍ୟୁରୋ: ୨୦୨୬ରେ କଟକରେ ରାଜନୈତିକ ବାତାବରଣ ବେଶ ସରଗରମ ହେବ । ଆଗାମୀ ଦିନ ତିନି ଦଳ ପାଇଁ ବଡ଼ ଆହ୍ବାନ ପାଲଟିବ । କଟକ ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ, କଂଗ୍ରେସର ନେତୃତ୍ୱ ବିବାଦ ଏବଂ ବରିଷ୍ଠ ନେତାଙ୍କୁ ବହିଷ୍କାର, ବିଜେପିକୁ ଦଳୀୟ ନେତାଙ୍କ ଥଇଥାନ ଚ୍ୟାଲେଞ୍ଜ ହେବ । ଆଗକୁ ପଞ୍ଚାୟତ ଏବଂ କର୍ପୋରେସନ ନିର୍ବାଚନ ଥିବାରୁ ତିନି ରାଜନୈତିକ ଦଳ ଏବେଠୁ ଅଙ୍କକଷା ଆରମ୍ଭ କରିଦେଲେଣି ।
କଟାଚାଲିଛି ଜଙ୍ଗଲ : ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀ ପଲ
କ୍ଷମତା ବାହାରେ ଥିବା ବିଜେଡି ଲାଗି ଗୋଷ୍ଠୀ କନ୍ଦଳ ବଡ଼ ଆହ୍ବାନ ହେବ । ଦଳୀୟ ନେତାଙ୍କ ତୁତୁ ମେମେ, ଜିଲ୍ଲା ଯୁବ ଏବଂ ଛାତ୍ର ସଙ୍ଗଠନରେ ଛାତ୍ର ନେତାଙ୍କୁ ଅଣଦେଖା ଯୋଗୁଁ କିଛି ନେତା ଦଳ ଛାଡ଼ିବା ଆଶଙ୍କା ଦେଖାଦେଇଛି । ଅପରପକ୍ଷରେ ବିଜେପି ନେତୃତ୍ଵ ମଜଭୁତ୍ ନଥିବା ବେଳେ କଟକ କଂଗ୍ରେସ ସ୍ଥିତି ଟଳମଳ ରହିଛି । ଏଭଳି ସ୍ଥିତିରେ କଟକରେ ଦଳକୁ ସୁଦୃଢ଼ କରିବାକୁ ତିନିଦଳ ଜୋରଦାର ପ୍ରୟାସ ଆରମ୍ଭ କରିଦେିଛନ୍ତି ।
ଅପରପକ୍ଷରେ ବିଜେଡି, କଂଗ୍ରେସ ଏବଂ ବିଜେପି ପାଇଁ ଭିନ୍ନ ଭିନ୍ନ ଆହ୍ବାନ ରହିଛି । ନିଜ ଦୋଷ ତ୍ରୁଟିକୁ ସୁଧାରି ସଂଗଠନକୁ ସୁଦୃଢ଼ କରିବା ସବୁ ଦଲ ଲାଗି ବଡ଼ ଚାଲେଞ୍ଜ ହେବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି । ତେବେ କେଉଁ ଦଳ କେତେ ଲୋକଙ୍କ ନିକଟତର ହେଉଛି, କିମ୍ବା କିଏ କେତେ ଗ୍ରହଣୀୟ ହେଇପରୁଛି ତାହା ସମୟ କହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/05/cuttack-politics-2026-01-05-19-55-00.jpg)