ନୂଆପଡ଼ା ଉପ ନିର୍ବାଚନ : ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ

ନିର୍ବାଚନ ଆଚରଣ ବିଧିର କଡାକଡି ଅନୂପାଳନ ଏବଂ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତର ନିର୍ବାଚନ ଆୟୋଗ (ECI) ର ନିର୍ଦ୍ଦେଶାବଳୀକୁ  ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

5

An important meeting of the DGP for Nuapada Photograph: (kanakNews)

କନକ ବ୍ୟୁରୋ : ନୂଆପଡ଼ା ଉପ-ନିର୍ବାଚନ ପାଇଁ ଜମୁଛି ପ୍ରଚାର ମୈଦାନ । ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି ତିନି ଦଳ । ଡୋର ଟୁ ଡୋର୍ କ୍ୟାମ୍ପନିଂ ସହ, ଲୋକଙ୍କ ନିକଟତର ହେବାକୁ ଚାଲିଛି ଚେଷ୍ଟା । ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ଭରପୁର ପ୍ରୟାସ କରୁଛନ୍ତି ତିନି ଦଳ । ଏଭଳି ପରିସ୍ଥିତିରେ ଯେପରି କୌଣସି ରାଜନୈତିକ ଅଶାନ୍ତି ନଦେଖାଯାଏ ସେନେଇ କଡ଼ା ପ୍ରସ୍ତୁତି ମଧ୍ୟ କରାଯାଇଛି । କେମିତି ସବୁକିଛି ଶାନ୍ତି ଶୃଙ୍ଖଳାର ସହ ହେବ ସେନେଇ ଗୁରୁତ୍ୱ ଦିଆଯାଉଛି । 

ବଙ୍ଗୋପସାଗରରେ ପଛକୁ ପଛ ଆସୁଛି ୨ ଲଘୁଚାପ: ବଢ଼ିଲା ବାତ୍ୟା ଭୟ !

ତେଣୁ ନୂଆପଡ଼ା ଉପ ନିର୍ବାଚନ ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଛନ୍ତି ପୁଲିସ ଡିଜି ।  ନିର୍ବାଚନ ଆଚରଣ ବିଧିର କଡାକଡି ଅନୂପାଳନ ଏବଂ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତର ନିର୍ବାଚନ ଆୟୋଗ (ECI) ର ନିର୍ଦ୍ଦେଶାବଳୀକୁ  ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦଫା ୧୧୦/୧୦୭ ସିଆରପିସି ଅନୁଯାୟୀ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କୁ ଗିରଫ କରିବା, ବେଆଇନ ଟଙ୍କା କାରବାରକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଓ ବେଆଇନ ମଦ ଜବତ କରିବା ଏବଂ ପଡ଼ି ରହିଥିବା ୱାରେଣ୍ଟରେ ଗିରଫ କରିବା ଉପରେ  ଗୁରୁତ୍ୱ ଦେଇଛନ୍ତି । ଅତିରିକ୍ତ ଡିଜିପି ସଞ୍ଜୟ କୁମାର ମୋବାଇଲ୍ ପେଟ୍ରୋଲିଙ୍ଗ ଏବଂ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ର କାର୍ଯ୍ୟକୁ ବଢ଼ାଇବା ଏବଂ ନିର୍ବାଚନ ମଣ୍ଡଳୀର ବିଭିନ୍ନ  ପ୍ରବେଶ ପଥରେ ନାକା ପୋଷ୍ଟ ସ୍ଥାପନ କରି ସନ୍ଦିଗ୍ଧ ବ୍ୟକ୍ତି ବିଶେଷ ଓ ଗଦି ମାନଙ୍କର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଉପରେ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ କୋଚେ ଉପ-ନିର୍ବାଚନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଡିଆଇଜିପି ଓ ଏସପିଙ୍କୁ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବାକୁ ପରାମର୍ଶ ଦେଇଥିଲେ । 

ଜମୁଛି ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର, ଓଡ଼ିଶା ରାଜନୀତି ଉପରେ ପଡ଼ୁଛି ଛତିଶଗଡ଼ର ପ୍ରଭାବ, ଛତିଶଗଡ଼ ନେତାଙ୍କୁ ଧରି ବୁଲୁଛି ମାଳ ମାଳ ଗାଡ଼ି

ଉପନିର୍ବାଚନ ସମୟରେ ସମ୍ଭାବ୍ୟ ମାଓବାଦୀ କାର୍ଯ୍ୟକଳାପକୁ ଏଡାଇବାକୁ ଏଡିଜିପି ସଂଜୀବ ପଣ୍ଡା ଜିଲ୍ଲାର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ କୁମ୍ବିଂ ଅପରେସନ ଓ ମାଓବାଦୀ ବିରୋଧୀ ଅଭିଯାନକୁ ଜୋରଦାର କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ତେବେ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୧୪ କମ୍ପାନୀ CAPF, ୫ପ୍ଲାଟୁନ୍ ରାଜ୍ୟ OSAP ଏବଂAPR  ୩୫ ଟି ମୋବାଇଲ୍ ପାଟ୍ରୋଲିଂ ପାର୍ଟି, ୧୮ ଟି ଫ୍ଲାଇଙ୍ଗ୍ ସ୍କ୍ୱାଡ୍, ୧୮ ଟି SST ସହିତ ଜିଲ୍ଲା ପୋଲିସ୍ ଅଧିକାରୀ/ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ସବୁ ଉପରେ ଏମାନଙ୍କ ନଜର ରହିବ । ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେ ଦିଗ ଉପରେ ଗୁରୁତ୍ବ ଦିଆଯାଉଛି । ଯଦି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ତାକୁ କିପରି ମୁକାବିଲା କରାଯାଇ ପାରିବ ସେନେଇ ମଧ୍ୟ ପ୍ରସ୍ତୁତି ସରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe