କନକ ବ୍ୟୁରୋ: ଫେବ୍ରୁଆରି ପହିଲାରେ ଆଗତ ହେବ କେନ୍ଦ୍ରୀୟ ବଜେଟ୍ । ପ୍ରଥମ ଥର ପାଇଁ ରବିବାର ବଜେଟ ଉପସ୍ଥାପନ । ଜାନୁଆରୀ ୩୧ରେ ଗୃହରେ ଆସିବ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ । ବୁଧବାର ବସିଥିବା ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୮ରୁ ଫେବ୍ରୁଆରି ୧୩ ପର୍ଯ୍ୟନ୍ତ ଚାଲିବ ।
ରାଜଧାନୀରେ ଫୁଟିଲା ବୋମା, ଛିଡ଼ିଲା ହାତ
ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଏପ୍ରିଲ୨ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୨୮ରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ବଜେଟ ଅଧିବେଶନ ଆରମ୍ଭ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ରବିବାରରେ ବଜେଟ ଉପସ୍ଥାପନ କରିବେ । ପ୍ରଥମ ଥର ପାଇଁ ରବିବାର ବଜେଟ ଉପସ୍ଥାପନ କରାଯିବ । ନିର୍ମଳା ସୀତାରମଣଙ୍କର ଏହା ଲଗାତାର ନବମ ବଜେଟ ହେବ । ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଅନୁଦାନ ଦାବି ଏବଂ ଅର୍ଥ ବିଲ୍ ଉପରେ ଆଲୋଚନା କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/08/budget-2026-01-08-08-49-08.jpg)