କନକ ବ୍ୟୁରୋ: ରାଜଧାନୀରେ ଫୁଟିଲା ବୋମା । ଗୋଷ୍ଠୀ ସଂଘର୍ଷ ବେଳେ ହାତରେ ବୋମା ଫୁଟି ଯୁବକ ଗୁରୁତର । ଛିଡ଼ିପଡ଼ିଲା ପାପୁଲି । ଯୁବକକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଉସୀ ମା' ଛକରେ ବଡ଼ ଅଘଟଣ । ପ୍ରତିପକ୍ଷ ଗୋଷ୍ଠୀକୁ ଆକ୍ରମଣ କରିବାକୁ ଆସିଥିବା ଯୁବକଙ୍କ ହାତରେ ବୋମା ଫୁଟିଥିବା ଜଣାପଡ଼ିଛି । ହାତରେ ବୋମା ଫୁଟିବାରୁ ହାତ ପାପୁଲି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି ।
ପୁଣି ବଢିଲା ଋଷ ଓ ଆମେରିକା ମଧ୍ୟରେ ଉତ୍ତେଜନା: ଭେନେଜୁଏଲା ନିକଟରେ ଋଷ ତେଲ ଜାହାଜକୁ କବଜା କଲା ଆମେରିକା ନୈାସେନା
ଖବର ମୁତାବକ ଚିନ୍ତାମଣିଶ୍ୱର ଅଞ୍ଚଳରେ କିଛି ଦିନ ହେଲା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଅଞ୍ଚଳରେ ପତିଆରା ବଢ଼ାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଦିନକୁ ଦିନ ବିବାଦ ବଢ଼ିବାରୁ ଦୁଇ ଗୋଷ୍ଠୀ ବିଭିନ୍ନ ସମୟରେ ମୁହାଁମୁହିଁ ହେଉଥିଲେ ଓ ସେମାନଙ୍କ ମଧ୍ୟରେ ଛକାପଞ୍ଝ ଆରମ୍ଭ ହୋଇଯାଇଥିଲା । ବୁଧବାର ରାତିରେ କଳ୍ପନା ଛକ ନିକଟରେ ଗୋଟିଏ ଗୋଷ୍ଠୀର କିଛି ଯୁବକ ବସି ଖଟି କରିଥିଲେ । ଏହି ସମୟରେ ପ୍ରତିପକ୍ଷ ଗୋଷ୍ଠୀ ଆସି ସେଠାରେ ଆକ୍ରମଣ କରିଥିଲେ । ଜଣେ ଯୁବକ ବୋମା ମାଡ଼ କରିବାକୁ ହାତରେ ବୋମା ଧରି ଆସିଥିଲା । ଧସ୍ତାଧସ୍ତି ସମୟରେ ଯୁବକ ତଳେ ପଡ଼ିଯିବାରୁ ହାତରେ ବୋମା ଫୁଟିଯାଇଥିଲା । ବୋମା ଫୁଟିବା ପରେ ସମସ୍ତେ ଯିଏ ଯୁଆଡେ ପାରିଲେ ଦୌଡ଼ି ପଳାଇଥିଲେ । ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଘଟଣାରେ ଜଣକୁ ଅଟକ ରଖି ଖୋଳତାଡ଼ କରୁଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/08/booming-2026-01-08-08-09-38.jpg)