କନକ ବ୍ୟୁରୋ : ଦୁଇ ଦିନ ତଳେ ସରକାର ଅତିରିକ୍ତ ବଜେଟ୍ ଆଣିଛନ୍ତି । ସରକାର ବଜେଟ ପାଇଁ ଟଙ୍କା ଦେଉଛନ୍ତି, ହେଲେ ଟଙ୍କା ଖର୍ଚ୍ଚ କରିପାରୁ ନାହାନ୍ତି ବିଭାଗ । ବିଧାନସଭାରେ ବଜେଟ ଖର୍ଚ୍ଚରେ ସରକାର ବିଫଳ ହୋଇଥିବା କହି ଘେରିଛନ୍ତି ବିରୋଧୀ । ଯାହାର ଜବାବ ରଖି ଶାସକ ଦଳ କହିଛି, ୪ ମାସରେ ଖର୍ଚ୍ଚ ହେବ ପୁରା ବଜେଟ ।
ଚଳିତଥର ବଜେଟର ଆକାର ୨ ଲକ୍ଷ ୯୦ ହଜାର କୋଟି ଡେଇଁଥିଲା । ଏହା ସହ ପୁଣି ଥରେ ୧୭ ହଜାର କୋଟିର ଅତିରିକ୍ତ ବଜେଟ୍ ଆଣିଛନ୍ତି ମୋହନ ସରକାର । ଆର୍ଥିକ ବର୍ଷ ଆରମ୍ଭରୁ ଏହି ଅର୍ଥ ଜରିଆରେ ବିକାଶର ନକ୍ସା ଅଙ୍କାଯାଇଥିଲା । ଆର୍ଥିକ ବର୍ଷର ୭ ମାସ ଭିତରେ ଖର୍ଚ୍ଚ ୩୯ ପ୍ରତିଶତରୁ ଆଗକୁ ବଢ଼ିନି । ୩୧ ଅକ୍ଟୋବର ସୁଦ୍ଧା ୧ ଲକ୍ଷ ୧୪ ହଜାର ୫୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକୁ ନେଇ ସରକାରଙ୍କୁ ବିଧାନସଭାରେ ଘେରିଛି ବିରୋଧୀ ବିଜେଡି । ଜବାବ ରଖିଛନ୍ତି ପୂର୍ତ୍ତମନ୍ତ୍ରୀ ।
ଅଧିକ ପଢ଼ନ୍ତୁ : ମୋହନ ସରକାର ଆଣିଲେ ଅତିରିକ୍ତ ବଜେଟ୍, ୧୭ ହଜାର ୪୪୦ କୋଟିର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଐତିହାସିକ ବଜେଟ ପାଇ ସୁଦ୍ଧା ଖର୍ଚ୍ଚ କରିବାରେ ସବୁଠୁ ପଛୁଆ ରହିଛି କ୍ରୀଡ଼ା ଓ ଯୁବସେବା ବିଭାଗ । ୭ ମାସରେ ମାତ୍ର ୮.୮୩ ପ୍ରତିଶତ ଖର୍ଚ୍ଚ କରିଛି କ୍ରୀଡ଼ା ବିଭାଗ । ସେହିଭଳି ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଅନ୍ୟ ବିଭାଗ ଉପରେ ନଜର ପକାନ୍ତୁ ।
- ଯୋଜନା ଓ ସଂଯୋଜନ ବିଭାଗ ୧୩.୨୮ ପ୍ରତିଶତ
- ଇସ୍ପାତ ଓ ଖଣି ବିଭାଗ ୧୬.୩୩ ପ୍ରତିଶତ
- ଜଳ ସମ୍ପଦ ବିଭାଗ ୨୯.୦୩ ପ୍ରତିଶତ
- ପର୍ଯ୍ୟଟନ ବିଭାଗ ୨୫.୬୭ ପ୍ରତିଶତ
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୩୨.୯୩ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛି । ଖାଦ୍ୟ ଯୋଗାଣ ବିଭାଗ ଏହି ସମୟରେ ସର୍ବାଧିକ ୭୦.୩୨ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ କରିଛି ।ଆସନ୍ତା ୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ବଜେଟ ଅର୍ଥ ଖର୍ଚ୍ଚ କରିବାକୁ ବିଭାଗକୁ ଡେଡଲାଇନ ଦେଇଛନ୍ତି ସରକାର । ହେଲେ ପ୍ରଶ୍ନ ଉଠୁଛି, ଏତେ କମ୍ ସମୟ ମଧ୍ୟରେ କେମିତି ଖର୍ଚ୍ଚ ହେବ ପୂରା ବଜେଟ୍ ? ତରବରିଆ ଭାବେ ଖର୍ଚ୍ଚ କଲେ କାମର ମାନ ସଠିକ୍ ରହିବ ତ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/01/budget-2025-12-01-21-26-21.jpg)