କଟକଣା ସତ୍ତ୍ବେ ରାଜନୈତିକ ଦଳକୁ ଟଙ୍କାବର୍ଷା, ନିର୍ବାଚନୀ ବଣ୍ଡ୍‌ ରଦ୍ଦ ସତ୍ତ୍ବେ ବର୍ଷକରେ ୩ ଗୁଣା ବଢିଲା ପାଣ୍ଠି

Advertisment

ଇଲେକ୍ଟ୍ରୋରାଲ୍ ବଣ୍ଡ ବା ନିର୍ବାଚନୀ ବଣ୍ଡ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଥିବା ସତ୍ତ୍ବେ ଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକୁ ମିଳିଛି ମୋଟା ଅଙ୍କର ଦାନ ରାଶି । ଜାତୀୟ ଗଣମାଧ୍ୟରେ ଏକ ଚକିତ କଲାଭଳି ରିପୋର୍ଟ ସାମ୍ନାକୁ ଆସିଛି ।

ଇଲେକ୍ଟ୍ରୋରାଲ୍ ବଣ୍ଡ ବା ନିର୍ବାଚନୀ ବଣ୍ଡ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଥିବା ସତ୍ତ୍ବେ ଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକୁ ମିଳିଛି ମୋଟା ଅଙ୍କର ଦାନ ରାଶି । ଜାତୀୟ ଗଣମାଧ୍ୟରେ ଏକ ଚକିତ କଲାଭଳି ରିପୋର୍ଟ ସାମ୍ନାକୁ ଆସିଛି ।

9

BJP Photograph: (Kanak News)

କନକ ବ୍ୟୁରୋ: ରାଜନୈତିକ ଦଳଗୁଡ଼ିକ ଉପରେ ଧନବର୍ଷା । ଇଲେକ୍ଟ୍ରୋରାଲ୍ ବଣ୍ଡ ବା ନିର୍ବାଚନୀ ବଣ୍ଡ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଥିବା ସତ୍ତ୍ବେ ଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକୁ ମିଳିଛି ମୋଟା ଅଙ୍କର ଦାନ ରାଶି । ଜାତୀୟ ଗଣମାଧ୍ୟରେ ଏକ ଚକିତ କଲାଭଳି ରିପୋର୍ଟ ସାମ୍ନାକୁ ଆସିଛି । ୨୦୨୪-୨୫ରେ ଦେଶର ୯ଟି ରାଜନୈତିକ ଦଳକୁ ୩,୫୭୭ କୋଟି ଟଙ୍କାର ପାଣ୍ଠି ଆସିଛି । ଏଥିରୁ ସର୍ବାଧିକ ସ୍ବେଚ୍ଛାକୃତ ଦାନ ଭାରତୀୟ ଜନତା ପାର୍ଟି ପାଣ୍ଠିକୁ ଆସିଛି । ଦ୍ବିତୀୟ ସ୍ଥାନରେ ରହିଛି ସର୍ବପୁରାତନ ଦଳ କଂଗ୍ରେସ । ପ୍ରୁଡେନସିଆଲ ଟ୍ରଷ୍ଟ ଜରିଆରେ ରାଜନୈତିକ ଦଳଗୁଡ଼ିକ ଉପରେ ହୋଇଛି ଧନବର୍ଷା । ୨୦୨୪ରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନା ବାତିଲ କରିଥିଲେ । 

ମହାନଦୀ ଜଳବିବାଦର ହେବ କି ସମାଧାନ? ଆଜି ଭୁବନେଶ୍ବରରେ ବସିବ ଉଚ୍ଚସ୍ତରୀୟ କମିଟି ବୈଠକ

କଟକଣା ସତ୍ତ୍ବେ ଧନବର୍ଷା
ଇଲେକ୍ଟ୍ରୋରାଲ ବଣ୍ଡ ବାତିଲ୍‌ ସତ୍ତ୍ବେ ବଢ଼ିଛି ରାଜନୈତିକ ଦଳଗୁଡ଼ିକର ଦାନ ରାଶି
ନିର୍ବାଚନୀ ଦଳଗୁଡ଼ିକ ଉପରେ ହୋଇଛି ସ୍ବେଚ୍ଛାକୃତ ଧନବର୍ଷା
୨୦୨୪-୨୫ରେ ଦେଶର ବିଭିନ୍ନ ରାଜନୈତିକ ଦଳକୁ ମିଳିଛି ୩,୫୭୭କୋଟିର ଦାନ
ବିଜେପିକୁ ମିଳିଛି ସର୍ବାଧିକ ୨,୧୮୦ କୋଟି ଟଙ୍କାର ଦାନ
କଂଗ୍ରେସକୁ ୩୧୩ କୋଟି ଟଙ୍କାର ସ୍ବେଚ୍ଛାକୃତ ଦାନ ମିଳିଛି 
୨୦୨୩-୨୪ରେ କେବଳ ବିଜେପିକୁ ସ୍ବେଚ୍ଛାକୃତ ଦାନ ୩,୯୬୭ କୋଟିରର ମିଳିଥିଲା
ସେଥିରୁ ୧,୬୮୬ କୋଟି ଟଙ୍କା କେବଳ ଇଲେକ୍ଟ୍ରୋରାଲ ବଣ୍ଡରୁ ଆସିଥିଲା
୮୫୬ କୋଟି ଟଙ୍କା ବିଭିନ୍ନ ଟ୍ରଷ୍ଟ ଜରିଆରେ ବିଜେପିର ଖାତାକୁ ଯାଇଥିଲା
୨୦୨୩-୨୪ରେ ୮୨୮ କୋଟି ଟଙ୍କା ନିର୍ବାଚନୀ ବଣ୍ଡ ଜରିଆରେ କଂଗ୍ରେସ ଖାତାକୁ ଆସିଥିଲା 
୨୦୨୪ରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନା ବାତିଲ କରିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe