କନକ ବ୍ୟୁରୋ: ରାଜନୈତିକ ଦଳଗୁଡ଼ିକ ଉପରେ ଧନବର୍ଷା । ଇଲେକ୍ଟ୍ରୋରାଲ୍ ବଣ୍ଡ ବା ନିର୍ବାଚନୀ ବଣ୍ଡ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଥିବା ସତ୍ତ୍ବେ ଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକୁ ମିଳିଛି ମୋଟା ଅଙ୍କର ଦାନ ରାଶି । ଜାତୀୟ ଗଣମାଧ୍ୟରେ ଏକ ଚକିତ କଲାଭଳି ରିପୋର୍ଟ ସାମ୍ନାକୁ ଆସିଛି । ୨୦୨୪-୨୫ରେ ଦେଶର ୯ଟି ରାଜନୈତିକ ଦଳକୁ ୩,୫୭୭ କୋଟି ଟଙ୍କାର ପାଣ୍ଠି ଆସିଛି । ଏଥିରୁ ସର୍ବାଧିକ ସ୍ବେଚ୍ଛାକୃତ ଦାନ ଭାରତୀୟ ଜନତା ପାର୍ଟି ପାଣ୍ଠିକୁ ଆସିଛି । ଦ୍ବିତୀୟ ସ୍ଥାନରେ ରହିଛି ସର୍ବପୁରାତନ ଦଳ କଂଗ୍ରେସ । ପ୍ରୁଡେନସିଆଲ ଟ୍ରଷ୍ଟ ଜରିଆରେ ରାଜନୈତିକ ଦଳଗୁଡ଼ିକ ଉପରେ ହୋଇଛି ଧନବର୍ଷା । ୨୦୨୪ରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନା ବାତିଲ କରିଥିଲେ । 

Advertisment

ମହାନଦୀ ଜଳବିବାଦର ହେବ କି ସମାଧାନ? ଆଜି ଭୁବନେଶ୍ବରରେ ବସିବ ଉଚ୍ଚସ୍ତରୀୟ କମିଟି ବୈଠକ

କଟକଣା ସତ୍ତ୍ବେ ଧନବର୍ଷା
ଇଲେକ୍ଟ୍ରୋରାଲ ବଣ୍ଡ ବାତିଲ୍‌ ସତ୍ତ୍ବେ ବଢ଼ିଛି ରାଜନୈତିକ ଦଳଗୁଡ଼ିକର ଦାନ ରାଶି
ନିର୍ବାଚନୀ ଦଳଗୁଡ଼ିକ ଉପରେ ହୋଇଛି ସ୍ବେଚ୍ଛାକୃତ ଧନବର୍ଷା
୨୦୨୪-୨୫ରେ ଦେଶର ବିଭିନ୍ନ ରାଜନୈତିକ ଦଳକୁ ମିଳିଛି ୩,୫୭୭କୋଟିର ଦାନ
ବିଜେପିକୁ ମିଳିଛି ସର୍ବାଧିକ ୨,୧୮୦ କୋଟି ଟଙ୍କାର ଦାନ
କଂଗ୍ରେସକୁ ୩୧୩ କୋଟି ଟଙ୍କାର ସ୍ବେଚ୍ଛାକୃତ ଦାନ ମିଳିଛି 
୨୦୨୩-୨୪ରେ କେବଳ ବିଜେପିକୁ ସ୍ବେଚ୍ଛାକୃତ ଦାନ ୩,୯୬୭ କୋଟିରର ମିଳିଥିଲା
ସେଥିରୁ ୧,୬୮୬ କୋଟି ଟଙ୍କା କେବଳ ଇଲେକ୍ଟ୍ରୋରାଲ ବଣ୍ଡରୁ ଆସିଥିଲା
୮୫୬ କୋଟି ଟଙ୍କା ବିଭିନ୍ନ ଟ୍ରଷ୍ଟ ଜରିଆରେ ବିଜେପିର ଖାତାକୁ ଯାଇଥିଲା
୨୦୨୩-୨୪ରେ ୮୨୮ କୋଟି ଟଙ୍କା ନିର୍ବାଚନୀ ବଣ୍ଡ ଜରିଆରେ କଂଗ୍ରେସ ଖାତାକୁ ଆସିଥିଲା 
୨୦୨୪ରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନା ବାତିଲ କରିଥିଲେ