ଇଥିଓପିଆ ସଂସଦରେ ମୋଦୀଙ୍କ ଐତିହାସିକ ଭାଷଣ: ଇଥିଓପିଆକୁ ‘ସିଂହମାନଙ୍କ ଦେଶ’ କହିଲେ ପ୍ରଧାନମନ୍ତ୍ରୀ

Advertisment

ମୋଦୀଙ୍କୁ ଇଥୋପିଆର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଦ ଗ୍ରେଟ୍ ଅନର ନିଶାନ ଅଫ୍ ଇଥୋପିଆ' ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇବାରେ ମୋଦୀ ହେଉଛନ୍ତି ବିଶ୍ୱର ପ୍ରଥମ ନେତା ।

ମୋଦୀଙ୍କୁ ଇଥୋପିଆର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଦ ଗ୍ରେଟ୍ ଅନର ନିଶାନ ଅଫ୍ ଇଥୋପିଆ' ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇବାରେ ମୋଦୀ ହେଉଛନ୍ତି ବିଶ୍ୱର ପ୍ରଥମ ନେତା ।

49

Modi Photograph: (Kanak News)

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଥୋପିଆର ସର୍ବୋଚ୍ଚ ସମ୍ମାନ । ମୋଦୀଙ୍କୁ ଇଥୋପିଆର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଦ ଗ୍ରେଟ୍ ଅନର ନିଶାନ ଅଫ୍ ଇଥୋପିଆ' ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇବାରେ ମୋଦୀ ହେଉଛନ୍ତି ବିଶ୍ୱର ପ୍ରଥମ ନେତା । ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନକୁ ୧୪୦ କୋଟି ଭାରତୀୟଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି କହିଛନ୍ତି, ସମ୍ମାନ ମିଳିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ । ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ 'ଷ୍ଟ୍ରାଟେଜିକ୍ ପାର୍ଟନରସିପ୍'କୁ ବୃଦ୍ଧି କରାଯାଇଛି । ଅର୍ଥନୀତି, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । 

ଦିଲ୍ଲୀ ପ୍ରଦୂଷଣକୁ ନେଇ ଆଜି ଆସିବ ସୁପ୍ରିମ ରାୟ: ୫୦% କର୍ମଚାରୀ ଘରୁ କାମ କରିବା ନେଇ ସରକାରଙ୍କ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀଙ୍କ ‘କାର୍ ମିଟିଂ’ 
ବିମାନବନ୍ଦରରେ ସ୍ୱାଗତ କରିବା ପରେ ଇଥିଓପିଆ ପ୍ରଧାନମନ୍ତ୍ରୀ ନିଜେ କାର୍ ଚଲାଇ ପିଏମ ମୋଦୀଙ୍କୁ ହୋଟେଲ ପର୍ଯ୍ୟନ୍ତ ନେଇଥିଲେ ।
ପ୍ରୋଟୋକଲ୍ ବାହାରକୁ ଯାଇ ଏହି ‘କାର୍ ଡିପ୍ଲୋମାସି’ ମାଧ୍ୟମରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା
ହୋଟେଲ ଯିବା ବାଟରେ ପ୍ରଧାନମନ୍ତ୍ରୀ ଅବି ହଠାତ୍ ମୋଦୀଙ୍କୁ ସ୍ଥାନୀୟ ସାଇନ୍ସ ମ୍ୟୁଜିୟମ ଓ ଫ୍ରେଣ୍ଡସିପ୍ ପାର୍କ ବୁଲାଇ ଦେଖାଇଥିଲେ ।
ଗାଡ଼ି ଭିତରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଥିଲା ।
ଡ୍ରାଇଭିଂ ସମୟରେ ଇଥିଓପିଆର ପ୍ରସିଦ୍ଧ କଫି ଚାଷ ଓ ଏହାର ସଂସ୍କୃତି ବିଷୟରେ ମୋଦୀଙ୍କୁ ଜଣାଇଲେ ପ୍ରଧାନମନ୍ତ୍ରୀ
ଗସ୍ତ ପୂର୍ବରୁ ଜୋର୍ଡାନର କ୍ରାଉନ୍ ପ୍ରିନ୍ସ ମଧ୍ୟ ନିଜେ ଗାଡ଼ି ଚଲାଇ ମୋଦୀଙ୍କୁ ସ୍ୱାଗତ କରିଥିଲେ
ପୁଟିନଙ୍କ ଭଳି ଇଥିଓପିଆ ନେତାଙ୍କ ଏହି ବ୍ୟକ୍ତିଗତ ସମ୍ମାନ ମୋଦୀଙ୍କ ବିଶ୍ୱସ୍ତରୀୟ ଲୋକପ୍ରିୟତାକୁ ପ୍ରମାଣିତ କରୁଛି
ପୂର୍ବରୁ ପୁଟିନ୍‌ ମଧ୍ୟ ମୋଦୀଙ୍କ ସହ କାର୍‌ରେ ବସି ଆଲୋଚନା କରିବାର ଫଟୋ ଭାଇରାଲ ହୋଇଥିଲା
ଏଥିରୁ ସ୍ପଷ୍ଟ ଯେ, ମିଟିଂ ରୁମ୍‌ରେ ଆଲୋଚନା ନ ହୋଇ ବି ଯାତ୍ରା ସମୟରେ କାର୍‌ରେ ମଧ୍ୟ ଆଲୋଚନା ହୋଇପାରେ 
ଇଥିଓପିଆର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ଅତ୍ୟାଧୁନିକ ଡାଟା ସେଣ୍ଟର ସ୍ଥାପନ ପାଇଁ ଭାରତ ସହାୟତା କରିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe