କନକ ବ୍ୟୁରୋ : ବଢୁଥିବା ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାର ନୂଆ କଟକଣା ଲାଗୁ କରିଛନ୍ତି । ପୂର୍ବରୁ ସରକାରୀ କାର୍ଯ୍ୟାଳୟର ୫୦% କର୍ମଚାରୀ ଘରୁ ରହି କାମ କରିବା ବା ୱାର୍କ ଫ୍ରମ ହୋମ୍ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ବର୍ତ୍ତମାନ ସମାନ କଟକଣା ଘରୋଇ କାର୍ଯ୍ୟାଳୟ ପାଇଁ ଲାଗୁ କରାଯାଇଛି । ଗ୍ରାପ ଫୋର ଲାଗୁ ପରେ ଗୋଟିଏ ପରେ ଗୋଟିଏ କଟକଣା ଲଗାଯାଉଛି । ଗୋଟିଏ ଦିନ ପୂର୍ବରୁ, ସରକାର ନିଷ୍ପତ୍ତି ନେଇଥିଲେ ଯେ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ବିନା ଯାନବାହନଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲ ମିଳିବ ନାହିଁ । ଗ୍ରାପ-୪ ଲାଗୁ ପରେ ଲାଗୁ ହୋଇଥିବା କଟକଣା ମଧ୍ୟରେ ରହିଛି । ସେପଟେ ସଂସଦରେ ପ୍ଲାକାର୍ଡ ଧରି ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ବିରୋଧୀ । ତେବେ ନୂଆ କଟକଣା ଉପରେ ପୁଣିଥରେ ଟିକେ ନଜର ପକାଇବା
୩୯ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ !
ପ୍ରଦୂଷଣ: ଘରୁ କାମ କର
-ସରକାରୀ ଓ ଘରୋଇ କାର୍ଯ୍ୟାଳୟର ୫୦% କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ ହୋମ୍
-ପ୍ରଥମରୁ ପଞ୍ଚମ ଶ୍ରେଣୀ ଅନ୍ଲାଇନ୍ କ୍ଲାସ୍
-ଷଷ୍ଠରୁ ନବମ ଶ୍ରେଣୀ ପାଇଁ ହାଇବ୍ରିଡ୍ ମୋଡ୍ରେ କ୍ଲାସ୍
-ନିର୍ମାଣ କାମ, ଜେନେରେଟର ଚାଳନା, ଚୁଲି ଉପରେ ରୋକ୍
-ପ୍ରଦୂଷଣ ପ୍ରମାଣପତ୍ର ନଥିବା ଯାନଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲ ମିଳିବନି
-ଦିଲ୍ଲୀ ଓ ଏନ୍ସିଆରକୁ ଭାରି ଡିଜେଲ ଯାନ ମନା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/17/47-2025-12-17-14-32-04.jpg)