କନକବ୍ୟୁରୋ : ଆଉ କିଛି ସମୟ ପରେ ଇଥିଓପିଆରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦଙ୍କ ମଧ୍ୟରେ ଦ୍ବିପାକ୍ଷିକ  ଆଲୋଚନା ହେବ ।  ବାଣିଜ୍ୟ, ନିବେଶ ଏବଂ ବିକାଶ ସହଭାଗିତା ଉପରେ ଦୁଇନେତା ଆଲୋଚନା କରିବେ । ଭିତ୍ତିଭୂମି, ଆଇଟି, ଖଣି ଏବଂ କୃଷି ଭଳି କ୍ଷେତ୍ରରେ ନିବେଶ କରିବା ଉପରେ ଇଥିଓପିଆ ସହ ଆଲୋଚନା କରାଯିବ ।

Advertisment

ଅଧିକ ପଢନ୍ତୁ ... ଗୋଆ ନାଇଟ୍‌ କ୍ଲବ୍ ଅଗ୍ନିକାଣ୍ଡ : ଆଜି କୋର୍ଟରେ ହାଜର ହେବ ମୁଖ୍ୟ ଅଭିଯୁକ୍ତ

ପଶ୍ଚିମ ଏସୀୟ ଦେଶମାନଙ୍କ ସହ ସମ୍ପର୍କ ମଜଭୁତ କରିବା ଉପରେ ଗୁରୁତ୍ବ ଦେଉଛି  ଭାରତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ୩ ଦିନିଆ ଜୋର୍ଡାନ, ଇଥିଓପିଆ ଓ ଓମାନ ଗସ୍ତ ଏଥିପାଇଁ ବେଶ୍ ଗୁରୁତ୍ବବହନ କରୁଛି । ସୋମବାର ଜୋର୍ଡାନ ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନ ସହ ବହୁ ଗୁରତ୍ବପୂର୍ଣ୍ଣ ବୁଝାମଣା ସ୍ବାକ୍ଷରିତ ହୋଇଛି  ।  

ଆତଙ୍କବାଦ ବିରୋଧୀ ମୁକାବିଲା, ଗାଜା ଯୁଦ୍ଧ ସ୍ଥିତି, ନିବେଶ, କୃଷି, ନବୀକରଣ ଓ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ଉପରେ ଜୋର୍ଡାନ ଓ ଭାରତ ମଧ୍ୟରେ ଆଲୋଚନା ହୋଇଛି । ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ବିତୀୟଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ମୋଦୀ । ଆତଙ୍କବାଦ ମୁକାବିଲା ପାଇଁ ଜୋର୍ଡାନର ଭୂମିକା ବେଶ୍ ପ୍ରଭାବଶାଳୀ ଓ ପ୍ରଶଂସନୀୟ ବୋଲି ଭାରତ କହିଛି । ୩୭ ବର୍ଷ ଭିତରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଜୋର୍ଡାନ ଗସ୍ତ କରିଥିଲେ । ଉଭୟ ଦେଶ ମଧ୍ୟରେ ସହଭାଗିତା ଓ ୫ଟି ବୁଝାମଣା ସ୍ବାକ୍ଷରିତ ହୋଇଛି ।

୧-ଶକ୍ତି କ୍ଷେତ୍ରରେ ବୈଷୟିକ ସହାୟତା
୨-ଜଳ ସଂରକ୍ଷଣ ଓ ବିକାଶ ପାଇଁ ସହଯୋଗ
୩-ଐତିହ୍ୟ ସଂରକ୍ଷଣରେ ସହଯୋଗ
୪- ୨୦୨୯ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ବିନିମୟ
୫-ଡିଜିଟାଲ ରୂପାନ୍ତରଣ