କନକ ବ୍ୟୁରୋ : ପ୍ରତିଦିନ ବାଜିରେ ଲାଗୁଛି ମହିଳାଙ୍କ ସମ୍ମାନ । ରାତି ପାହିଲେ ରାଜ୍ୟର କେଉଁଠୁ ନା କେଉଁଠୁ ଆସୁଛି ମହିଳା ନିର୍ଯାତନା ଓ ହତ୍ୟାର ଖବର । ଯାହାକି ସରକାରଙ୍କ ସବୁ ଯୋଜନା ଉପରେ ପାଣି ପକାଇ ଦେଉଛି ।
ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଘଟିଛି ମୁଣ୍ଡକୁ ନୁଆଁଇ ଦେବାଭଳି ଘଟଣା । ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ସୋନପୁର ବୀରମହାରାଜପୁରରେ ଗଣଦୁଷ୍କର୍ମର ହୋଇଛନ୍ତି ଜଣେ ଯୁବତୀ । ଅଭିଯୋଗ ଅନୁସାରେ ଯୁବତୀ ଜଣଙ୍କ ଏକ ସୋରୁମରେ କାମ କରନ୍ତି । କାମ ସାରି ଘରକୁ ଫେରୁଥିବାବେଳେ ବାଟରେ ତିନି ଯୁବକ ତାଙ୍କୁ ଅଟକାଇଥିଲେ । ମୁହଁରେ ସ୍ଫ୍ରେ କରି ଜୋର୍ ଜବରଦସ୍ତି ଉଠାଇ ନେଇଥିଲେ । ନିକଟରେ ଥିବା ଆଇଟିଆଇ କଲେଜ ପଛପଟେ ଗଣଦୁଷ୍କର୍ମ କରି ଅଚେତ୍ ଅବସ୍ଥାରେ ଛାଡ଼ି ପଳାଇଥିଲେ । ଚେତା ଆସିବା ପରେ ଘରକୁ ଯାଇ ସବୁକଥା କହିବା ପରେ ପରିବାର ଲୋକ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଦୁଇ ଜଣଙ୍କୁ ପଚରାଉଚୁରା କରୁଛି ।
ଅଧିକ ପଢ଼ନ୍ତୁ : ଜମୁଛି ନୂଆପଡ଼ା ଲଢ଼େଇ; ଖୁବଶୀଘ୍ର ମଇଦାନକୁ ଓହ୍ଲାଇବେ ଶାସକ ଓ ବିରୋଧୀ ଦଳର ମୁଖିଆ
ବଲାଙ୍ଗୀର ପାଟଣାଗଡ ଜଙ୍ଗଲରୁ ମିଳିଛି ଯୁବତୀଙ୍କ ଗଳିତ ମୃତଦେହ । ଏନେଇ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଗଳିତ ମୃତଦେହଟି ରତାଖଣ୍ଡ ଗାଁର ଜଣେ ୨୦ ବର୍ଷ ଯୁବତୀଙ୍କର । ସେ ଗତ ଅକ୍ଟୋବର ୮ ତାରିଖରୁ ନିଖୋଜ ଥିଲେ । ଯୁବତୀ ନିଖୋଜ ନେଇ ପରିବାର ପକ୍ଷରୁ ୯ତାରିଖରେ ଥାନାରେ ଏତଲା ହୋଇଥିଲା । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଯୁବତୀଙ୍କ ପରିବାର ।
ଦୁଇ ସପ୍ତାହ ତଳେ ରାଜଧାନୀରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେବା ଖବରକୁ ନେଇ ସାରାରାଜ୍ୟରେ ଚହଳ ପଡିଥିଲା । ୧୪ତାରିଖରେ ଅନୁଗୁଳରୁ ଆସିଥିଲା ଜଣେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଯାହାକି ପୂରା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/01/woman-assulted-2025-11-01-20-42-06.jpg)