କନକ ବ୍ୟୁରୋ : ଦୋକାନ ଭଡ଼ାକୁ ନେଇ ତୁମୁଳକାଣ୍ଡ । ବିଚ ରାସ୍ତାରେ ଜଣେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ୩ ଜଣ ମହିଳା । ରାସ୍ତାରେ ଠିଆହୋଇ ପିଟିବାକୁ ଉସକାଉଥିଲେ ପୁରୁଷ । କେନ୍ଦ୍ରପଡ଼ା ଜମ୍ୱୁ ମେରାଇନ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଏନେଇ ଉଭୟ ପକ୍ଷରୁ ଦୁଇଟି ମାମଲା ଥାନାରେ ରୁଜୁ ହୋଇଛି । ଅନ୍ୟପଟେ ମାରପିଟ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ବଢ଼ିଲା ବବି ଦାସଙ୍କ ଅଡ଼ୁଆ: ଥାନାରେ ଏତଲା ଦେଲେ ଯୁବକ, ବବିଙ୍କ ବିରୁଦ୍ଧରେ ଲାଗିଲା ଏକାଧିକ ଦଫା
ଅଭିଯୋଗ ଅନୁସାରେ, ଦକ୍ଷିଣ ବରକୋଲିଖଲା ଗାଁର ପାରୁଲ ମଣ୍ଡଳ ନାମକ ମହିଳା ଗୋଚର ଜମିରେ ଘର କରି ରହୁଥିଲ । ତେବେ ପାଖପଡୋଶୀ ସେହି ଜାଗା ପୂର୍ବ ପୁରୁଷଙ୍କ କହି ବିରୋଧ କରିବା ସହ ଗୁଣ୍ଡା ଲଗାଇ ଧମକ ଚମକ ଦେଇଥିଲେ । ଏନେଇ ପାରୁଲ ଥାନାରେ ଏତଲା ଦେଇଥିଲେ । ଏତଲା ପାଇବା ପରେ ପୁଲିସ ତଦନ୍ତରେ ଆସିବା ପୂର୍ବରୁ ମହିଳାଙ୍କୁ ଟାଣି ଆଣି ପ୍ରତିପକ୍ଷ ରାସ୍ତାରେ ନିସ୍ତୁକ ମାଡ଼ ମାରିଛନ୍ତି । ପରେ ପୁଲିସ ପହଞ୍ଚି ପାରୁଲ ମଣ୍ଡଳଙ୍କୁ ଉଦ୍ଧାର କରିଛି । ଅନ୍ୟପଟେ ଆକ୍ରମଣକାରୀଙ୍କ ଅଭିଯୋଗ ଅନୁଯାୟୀ ସେହି ସ୍ଥାନରେ ଦୋକାନ ଥିଲା । ଦୋକାନକୁ ଭଡ଼ା ସୂତ୍ରରେ ସେମାନେ ପାରୁଲ ମଣ୍ଡଳଙ୍କୁ ଦେଇଥିଲେ । ପରେ ସେହି ଜାଗାକୁ ସେ ମାଡ଼ିବସି ଭଡ଼ା ଦେଇନଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ବିବାଦ ବଢ଼ି ଏଭଳି ଆକ୍ରମଣ ହୋଇଥିବା ଜଣାପଡିଛି । ଏନେଇ ପୀଡିତା ଏବେ କେନ୍ଦ୍ରାପଡ଼ା ଏସଡିପିଓ ଏବଂ ଏସପିଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/01/36-2025-11-01-13-04-08.jpg)