କନକ ବ୍ୟୁରୋ: ଚାକିରି ଦେବାକୁ କହି ୧କୋଟି ଟଙ୍କାର ଠକେଇ । ଚାକିରୀ ଦେବା ପାଁରେ ୧କୋଟି ଠକେଇ କରି ଅଭିଯୁକ୍ତମାନେ ମାଲେସିଆ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ୧କୋଟି ଟଙ୍କାର ଠକେଇ ଅଭିଯୋଗ ପରେ ଇଓଡବ୍ଲୁର ଅନୁରୋଧ କ୍ରମେ ଗଂଜାମର ଭିକୁ ବିଶୋୟୀ ଓ ଚେନ୍ନାଇର ମନିକାନ୍ଦନ ନାଁରେ ଲୁକଆଉଟ ସର୍କୁଲାର ଜାରି କରିଛି ଇମିଗ୍ରେସନ ବ୍ୟୁରୋ । ଏହି ଜବ ର୍ୟାକେଟ ନେଇ ଅଧିକ ଛାନଭିନ କରୁଛି ଇକୋନମିକ ଅଫେନ୍ସ ୱିଙ୍ଗ ବା ଇଓଡବ୍ଲୁ । ଭଂଜନଗରରେ କିନ୍ନି ଇନଫୋଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ଭିକୁ ଓ ମନିକାନ୍ଦନ ଲୋକଙ୍କ ଠାରୁ ୧କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି । ଏନେଇ ଜାନୁଆରୀ ମାସରେ ପ୍ରଥମ ଅଭିଯୋଗ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଟଙ୍କା ଲଗାଇଥିବା ଲୋକେ ଯାଇ କାର୍ଯ୍ୟାଳୟରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ଏବେ ନଜର ପକାନ୍ତୁ କେମିତି ଠକେଇର ଜାଲ ବିଛାଇଥିଲେ ଏହି ଦୁଇ ଅଭିଯୁକ୍ତ ।
କୋଟିଏ ନେଇ ମାଲେସିଆ ଫେରାର
- କିନ୍ନି ଇନଫୋଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଭାବେ ପରିଚୟ ଦେଇଥିଲେ ଭିକୁ ଓ ମନିକାନ୍ଦନ
- ଏହାର ମୁଖ୍ୟ କାର୍ଯ୍ୟାଳୟ କ୍ୱାଲାଲାମ୍ପୁରରେ ଥିବା କହିଥିଲେ
- ଗଂଜାମ ଭଞ୍ଜନଗରରେ ଗତବର୍ଷ ଏହାର ଏକ କାର୍ଯ୍ୟାଳୟ ଖୋଳିଥିଲେ
- କେତେ ଜଣ ଏଜେଂଟକୁ କାମ ଦେଇଥିଲେ
- ଏହି ଏଜେଂଟମାନେ ବିରୋଜଗାର ଯୁବକ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଭଂଜନଗର କାର୍ଯ୍ୟାଳୟକୁ ଆଣିଥିଲେ
- ଇଓଡବ୍ଲୁ ଅଧିକାରୀଙ୍କ ସୂଚନା ମୁତାବକ ‘ୱର୍କ ଫ୍ରମ ହୋମ’ରୁ ଟଙ୍କା ରୋଜଗାର ପାଇଁ ଯୁବକ ଯୁବତୀଙ୍କୁ ପ୍ରଲୋଭିତ କରାଯାଇଥିଲା
- ଏଥିପାଇଁ ପ୍ରଥମେ ତାଙ୍କୁ କିଛି ଟଙ୍କା ଡିପୋଜିଟ କରିବା ପାଇଁ କୁହାଯାଇଥିଲା
- ବେରୋଜଗାର ଯୁବକ ଯୁବତୀ ଟଙ୍କା ଡିପୋଜିଟ କରିଥିଲେ
- ଟଙ୍କା ଜମାକାରୀଙ୍କୁ ଓଡ଼ିଆ ଓ ଇଂରାଜୀରେ ଟାଇପ କାମ କରିବା ପାଇଁ ଦିଆଯାଇଥିଲା
- କିଛି ଦିନ ଭିତରେ କାମ ସରିବା ପରେ ସେମାନେ ଏହାକୁ କମ୍ପାନୀ ନିକଟରେ ଜମା ଦେଇଥିଲେ
- ଏହାର କିଛି ଦିନ ପରେ ଜମାକାରୀ ମାନେ ଜମା ଦେଇଥିବା ଟଙ୍କା ସହ ପାରିଶ୍ରମିକ ବାବଦରେ ବି ଟଙ୍କା ପାଇଥିଲେ
- ସହଜରେ ଘରେ ବସି ଟଙ୍କା ରୋଜଗାର କରିବା ପରେ କମ୍ପାନୀ ନିକଟରେ ଅଧିକରୁ ଅଧିକ ଟଙ୍କା ଜମା ଦେଇଥିଲେ ଯୁବକ ଯୁବତୀ
- ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ସହଜ କାମ କରିବାକୁ ଦିଆଯାଉଥିଲା, ଯାହା ଅଧିକରୁ ଅଧିକ ଲୋକଙ୍କୁ ପ୍ରଲୋଭିତ କରିଥିଲା
- ଠିକ୍ ସମୟରେ କାମ କରି ସାରିବା ପରେ ଟଙ୍କା ପାଇବା ଆଶା ରଖିଥିଲେ
- ୧୦୦ରୁ ଅଧିକ ବ୍ୟକ୍ତି ଏହି ଠକାମୀର ଶିକାର ହୋଇଛନ୍ତି
- ଏହାରି ଭିତରେ ପ୍ରାୟ ୧କୋଟି ଟଙ୍କା ଆଦାୟ କରିସାରିଥିଲେ ଭିକୁ ଓ ମନିକାନ୍ଦନ
- ୧କୋଟି ଟଙ୍କା ଆଦାୟ କରିସାରିବା ପରେ ଫେରାର ହୋଇଗଲେ ଭିକୁ ଓ ମନିକାନ୍ଦନ
- ଚଳିତ ଜାନୁୟାରୀ ମାସରେ ଜଣେ ବ୍ୟକ୍ତି ଏନେଇ ଭଂଜନଗର ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି
- ପୋଲିସ ୪ ଜଣ ଏଜେଂଟକୁ ଗିରଫ କରିଛି
- ଏପ୍ରିଲ ମାସରେ ଭଂଜନଗର ପୋଲିସ ଠାରୁ ଇଓଡବ୍ଲୁକୁ ମାମଲା ସ୍ଥାନାନ୍ତରିତ ହୋଇଛି
- ଭିକୁ ବିଶୋୟୀ ଓ ମନିକାନ୍ଦନ ନାଁରେ ଜାମିନ ବୀହିନ ଗିରଫ ପରୱାନା ରୁଜ୍ଜୁ ହୋଇଛି
- ଭିକୁ ଓ ମନିକାନ୍ଦ ମାଲେସିଆ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି