କେନ୍ଦୁଝର ମହିଳା ମହାବିଦ୍ୟାଳୟ ଅଧ୍ୟାପିକାଙ୍କ ସନ୍ଦେହ ଜନକ ମୃତ୍ୟୁ; ପୁରୁଷ ବନ୍ଧୁ ରୁଦ୍ର ମିଶ୍ରଙ୍କୁ ଗିରଫ କଲା ସଦର ଥାନା ପୁଲିସ

Advertisment

କିଛି ମାସ ହେବ ସେ ରୁଦ୍ର ମିଶ୍ରଙ୍କ ମାଇନିଂ ରୋଡ୍‌ ସ୍ଥିତ ଘରେ ରହୁଥିଲେ । ଗତକାଲି ସକାଳେ ହଠାତ୍ ପ୍ରିୟଙ୍କାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରିଥିଲେ ରୁଦ୍ର । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କିଛି ମାସ ହେବ ସେ ରୁଦ୍ର ମିଶ୍ରଙ୍କ ମାଇନିଂ ରୋଡ୍‌ ସ୍ଥିତ ଘରେ ରହୁଥିଲେ । ଗତକାଲି ସକାଳେ ହଠାତ୍ ପ୍ରିୟଙ୍କାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରିଥିଲେ ରୁଦ୍ର । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

College Lecturer

College Lecturer Photograph: (Kanak News)

କନକ ବ୍ୟୁରୋ : କେନ୍ଦୁଝର ମହିଳା ମହାବିଦ୍ୟାଳୟର ମହିଳା ଅଧ୍ୟାପିକାଙ୍କର ସନ୍ଦେହଜନକ ମୃତ୍ୟୁ । ଘଟଣାରେ ଅଧ୍ୟାପିକାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କଲା ଟାଉନ୍ ଥାନା ପୁଲିସ । ଗତକାଲି କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ପ୍ରିୟଙ୍କା ଦାଶଙ୍କର ମୃତ୍ୟୁ ମାମଲାରେ ତାଙ୍କ ପୁରୁଷ ବନ୍ଧୁ ରୁଦ୍ର ମିଶ୍ରଙ୍କୁ ଗିରଫ କରିଛି ପୁଲିସ ।

ସୂଚନା ଅନୁସାରେ ବାଲେଶ୍ୱର ବାହାନଗା ବ୍ଲକ୍ ଗୋପାଳପୁର ଥାନା ଅଞ୍ଚଳର ପ୍ରିୟଙ୍କା ଦାଶ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରେ ଗୃହବିଜ୍ଞାନ ଅଧ୍ୟାପିକା ଭାବେ କାମ କରୁଥିଲେ । କିଛି ମାସ ହେବ ସେ ରୁଦ୍ର ମିଶ୍ରଙ୍କ ମାଇନିଂ ରୋଡ୍‌ ସ୍ଥିତ ଘରେ ରହୁଥିଲେ । ଗତକାଲି ସକାଳେ ହଠାତ୍ ପ୍ରିୟଙ୍କାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରିଥିଲେ ରୁଦ୍ର । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ପ୍ରିୟଙ୍କାଙ୍କ ପରିବାର ସଦର ଥାନାରେ ହତ୍ୟା ଅଭିଯୋଗ ନେଇ ଏତଲା ଦେଇଥିଲେ । ପରେ ରୁଦ୍ର ମିଶ୍ରଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ । ତେବେ ଦୁହିଁଙ୍କ ଭିତରେ ପାଟିତୁଣ୍ଡ ହୋଇଥିବା ଏବଂ ପ୍ରିୟଙ୍କାଙ୍କୁ ରୁଦ୍ର ଯୋଜନାବଦ୍ଧ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ : ଘରୋଇ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ଘଟଣା ; ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ତନାଘନା

ସେପଟେ ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର୍‌ ଗିରଫ । ଜୋକର୍‌କୁ ଗଞ୍ଜାମରୁ ଗିରଫ କଲା କମିସନ୍‌ରେଟ୍ ପୁଲିସ୍‌ର ସ୍ପେଶାଲ ସ୍କ୍ୱାର୍ଡ । ଦୁଷ୍କର୍ମ ଘଟଣା ପରେ ଜୋକର ପ୍ରଥମେ ଖୋର୍ଦ୍ଧାରେ ଆତ୍ମଗୋପନ କରିଥିଲା । ପରେ ଗଞ୍ଜାମ ଚାଲିଯାଇଥିଲା । ଜୋକରକୁ ଖୋଜି ଖୋଜି ନାକରେ ପାଣି ପିଇଥିଲା ପୁଲିସ । ଶେଷରେ ଗଞ୍ଜାମରେ ଲୁଚିଥିବାବେଳେ ତାକୁ କାବୁ କରିଛି ।

ତେବେ ଜୋକର ଜଣେ ପେଶାଦାର ଅପରାଧୀ । ତା ନାଁରେ ପୂର୍ବରୁ ୧୫ଟି ମାମଲାରେ ରହିଛି । ପୂର୍ବରୁ ପୁଲିସକୁ ହାଣି ଜେଲ ଯାଇ ଫେରିଥିଲା । ଆଉ ଏହି ଜେଲ୍‌ ଫେରନ୍ତା ନାବାଳିକା ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ । ଏହାପୂର୍ବରୁ ଘଟଣାରେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ସାମ୍ନାକୁ ଆସିଲା ବାଙ୍କୁଆଳ ନଦୀ ପଠାରେ ନାବାଳିକାଙ୍କୁ ଦୁଷ୍କର୍ମର ପୁରା କାହାଣୀ କହିଛନ୍ତି ତାଙ୍କ ପୁରୁଷ ବନ୍ଧୁ । ସେପଟେ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ତଦନ୍ତକାରୀ ଟିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe