କନକ ବ୍ୟୁରୋ : ରାଜଧାନୀର ଏକ ଘରୋଇ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ଘଟଣା । ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ତନାଘନା । ଘଟଣାସ୍ଥଳରେ ୫ଜଣିଆ ଟିମର ଅନୁଧ୍ୟାନ । ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରିଥିଲେ ୩ ସହପାଠୀ । ଗତ ୧୨ ତାରିଖରେ ତଣ୍ଟି ଚିପି ହତ୍ୟା କରିଥିଲେ ୩ ଅଭିଯୁକ୍ତ  । ଗତକାଲି ବିଳମ୍ବିତ ରାତିରେ ପୁଲିସ ୩ ଜଣ ନାବାଳକ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି । ସେମାନଙ୍କୁ ବାଳ ସ୍ବଧାର ଗୃହରେ ପଠାଇ ଦିଆଯାଇଛି । ତିନି ଛାତ୍ର ହେଲେ ମୟୁରଭଞ୍ଜ ଜିଲ୍ଲାର । ଗାଧୁଆ ବେଳେ ସାବୁନ ଲଗାକୁ ନେଇ ବାର୍ଥରୁମରେ ଗଣ୍ଡଗୋଳ ହୋଇଥିଲା । ତାପରେ ଡାଲି ଫୋପଡା ଫିଙ୍ଗାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଶେଷରେ ତିନି ଜଣ ଯାକ ମିଶି ପେଲିଦେବା ଓ ବେକରେ ଚାପ ପକାଇବା ଫଳରେ ପିଲାଟିର ମୃତ୍ୟୁ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । 

Advertisment

ପୋଷ୍ଟ ମର୍ଟମ ରିପୋର୍ଟରୁ ପୁଲିସକୁ ହୋଇଥିଲା ସନ୍ଦେହ  । ପ୍ରାଥମିକ ପର୍ଯ୍ୟାୟରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। । ପ୍ରତିବାଦରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶବ ରଖି ଧାରଣା ଦେଇଥିଲେ ପରିବାର ଓ ଗ୍ରାମବାସୀ ।  ବିବାଦ ବଢ଼ିବା ପରେ କେନ୍ଦୁଝର ଟାଉନ ଥାନାରେ  ଜିରୋ ଏଫଆଇଆର ହୋଇଥିଲା । କେନ୍ଦୁଝରରୁରୁ ମାମଲା ଇନଫୋସିଟି ଥାନାକୁ ଟ୍ରାନ୍ସଫର ହୋଇଥିଲା । ମୃତ ଛାତ୍ର କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଟିକର ଘୁମରା ଗ୍ରାମର ରଘୁନାଥ ମୁଣ୍ଡାଙ୍କ ପୁଅ ଶିବ ମୁଣ୍ଡା ।