କନକ ବ୍ୟୁରୋ : ଆଶାୟୀ ପରୀକ୍ଷାର୍ଥୀଙ୍କ ସହ ଯୋଗାଯୋଗ କରି ପ୍ରଶ୍ନପତ୍ର ଯୋଗାଇବା ଲୋଭ ଦେଖାଇ ବିଶ୍ୱରଞ୍ଜନ ଯୋଗାଡ଼ କରୁଥିଲା ଅରିଜିନାଲ ସାର୍ଟିଫିକେଟ୍ ଓ ବ୍ଲାଙ୍କଚେକ୍ । ପରେ ଏସବୁକୁ ସିଣ୍ଡିକେଟ୍ ମୁଖ୍ୟଙ୍କୁ ପଠାଉଥିଲା । ୧୪ ଘଣ୍ଟାର ମାରାଥନ ଜେରା ପରେ ବିଶ୍ୱରଞ୍ଜନଙ୍କୁ ଗିରଫ କରି କ୍ରାଇମ୍ବ୍ରାଞ୍ଚ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ମୁଖ୍ୟ ଅଭିଯୁକ୍ତ ପାଖରେ ପହଞ୍ଚିବା ଚ୍ୟାଲେଞ୍ଜ ହୋଇଛି । ଏହାରି ଭିତରେ ପରୀକ୍ଷା କେଲେଙ୍କାରୀ ଘଟଣାରେ ଓପିଆରବିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।
ଏପଟେ ପ୍ରଶ୍ନପତ୍ର କେଳେଙ୍କାରୀକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଆସନ୍ତା ୬ ତାରିଖରେ ଆନ୍ଦୋଳନ ଚେତାବନୀ ଦେଇଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ । ହେଲେ ବିଜେପି ପୁଣି ପୂର୍ବ ସରକାରଙ୍କୁ ଦୋଷ ଦେଇଛି । ପୂର୍ବ ସରକାରରେ ଏମିତି ଅନେକ ଜାଲିଆତି ହୋଇଥିବା କହିଛି ଦଳ ।
ଜେଲରେ ପିଲାଙ୍କୁ ଭେଟିବାକୁ ପରିବାର ଲୋକଙ୍କ ଭିଡ଼ । ପରୀକ୍ଷାର୍ଥୀଙ୍କ ବଦଳରେ ସିଣ୍ଡିକେଟ୍ ମୁଖ୍ୟଙ୍କୁ ଧରିବାକୁ ଦାବି ଜୋର ଧରିଛି । ହେଲେ ଏବେ ବି ମାଷ୍ଟର ମାଇଣ୍ଡ ପାଖରେ ପହଞ୍ଚି ପାରିନି ତଦନ୍ତକାରୀ ସଂସ୍ଥା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/04/si-exam-case-2025-10-04-20-30-16.jpg)