Crime Photograph: (Dipak)
କନକ ବ୍ୟୁରୋ: ତଦନ୍ତରୁ ମିଳିଲା ବଡ଼ ସୁରାକ । କନେଷ୍ଟବଳ ଦୀପକ ରାଉତର ଖୋଲିଲା ଗୁମର । ପ୍ରଥମ ପତ୍ନିଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ଦ୍ଵିତୀୟ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ଥିବା କନେଷ୍ଟବଳ ଦୀପକ କୁମାର ରାଉତ ତା'ର ପ୍ରଥମ ପତ୍ନୀଙ୍କୁ ବି ହତ୍ୟା କରିଥିଲା ଏ ସଂପର୍କିତ ତଥ୍ୟ ପ୍ରମାଣ ମିଳିବା ପରେ ଦୀପଳ ବିରୋଧରେ କୋର୍ଟରେ ବିଏନ୍ଏସ୍ର ଦଫା ୧୦୧ର ରିମାଣ୍ଡ ଦେଇଛି ପୁଲିସ । କିନ୍ତୁ ଖୁଣ୍ଟୁଣୀ ଥାନା ପୁଲିସ କେଉଁ ଆଧାରରେ ପୂର୍ବରୁ ଦୁର୍ଘଟଣା ଜନିତ ମୃତ୍ୟୁ ଦର୍ଶାଇ ମାମଲାକୁ ବନ୍ଦକରିଥିଲା, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି!
୨୦୨୬ରେ ଭାରତ-ପାକିସ୍ତାନ ଯୁଦ୍ଧ! ସତର୍କ କରାଇଲା ଆମେରିକାର ରିପୋର୍ଟ
ତଦନ୍ତ ଆଗକୁ ବଢିଲେ ଖୁଞ୍ଚୁଣୀ ଥାନା ପୁଲିସ ଅକଳରେ ପଡ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ତଥ୍ୟ ଅନୁଯାୟୀ ୨୦୨୫, ଅଗଷ୍ଟ ୨୬ ତାରିଖରେ କମିସନରେଟ୍ ପୁଲିସରେ କାର୍ଯ୍ୟରତ ଦୀପକ ରାଉତ ତା'ର ଦ୍ବିତୀୟ ପତ୍ନୀ ଟ୍ରାଫିକ୍ କନେଷ୍ଟବଳ ଶୁଭସ୍ମିତା ସାହୁଙ୍କୁ ହତ୍ୟା କରିଥିଲା । ଶୁଭସ୍ମିତାଙ୍କ ମୃତଦେହ କେନ୍ଦୁଝର ଜିଲ୍ଲା ଘଟଗାଁରୁ ମିଳିବା ପରେ ପୁଲିସ ଦୀପକକୁ ଗିରଫ କରିଥିଲା । ସେହି ସମୟରେ ଦୀପକର ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ପରିବାର ଲୋକ ବି ଅପଣ୍ଡାଙ୍କୁ ଦୀପକ ହତ୍ୟା କରିଥବା ଅଭିଯୋଗ ଆଣିଥିଲେ । ଏଥିରେ ଦୀପକ ପ୍ରାୟ ଦେଢ଼ କୋଟି ଟଙ୍କା ବୀମା ବାବଦକୁ ପାଇଥିଲା । ଆଇଆର ଭାବେ କାର୍ଯ୍ୟରତ ଅପଣ୍ଡାଙ୍କୁ ଦୀପକ ୨୦୧୮ରେ ବିବାହ କରିଥିଲା । କିନ୍ତୁ ୨୦୨୨ରେ ଖୁଣ୍ଟୁଣୀ ନିକଟରେ ଏକ ଟ୍ରକ୍ ଧକ୍କାରେ ଅପଣ୍ଡାଙ୍କର ମୃତ୍ୟୁ ଘଟିଥିଲା ଦର୍ଶାଇଥିଲା ବୋଲି ଦୀପକ ଦର୍ଶାଇଥିଲା ।
Follow Us