କନକ ବ୍ୟୁରୋ :  ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁ ମୃତ୍ୟୁ ମାମଲାର ଅଭିଯୁକ୍ତ ଦୀପକ ରାଉତର ବଢିଲା ଅଡୁଆ । ଖୋଲୁଛି ପ୍ରଥମ ପତ୍ନୀଙ୍କ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ଦୀପକ ରାଉତ ବିରୋଧରେ ଲାଗିଲା ହତ୍ୟା ମାମଲା । ଖୁଣ୍ଟୁଣି ଥାନା ପୁଲିସ  ଦୀପକ ରାଉତ ବିରୋଧରେ ହତ୍ୟା ଦଫା ଲଗାଇଛି । ୪୯୮ ଏ, ୩୦୨, ୨୦୧, ୩୪ ଆଇପିସି ଭଳି ସଙ୍ଗୀନ ଦଫା ଲାଗିଛି ଦୀପକ ବିରୋଧରେ । ପ୍ରଥମ ପତ୍ନୀ ମୃତ ଅପର୍ଣ୍ଣାଙ୍କ ଭଉଣୀ ରୋଜାଲିନ ରାଉତ କଟକ ଖୁଣ୍ଟୁଣି ଥାନା ଯାଇ ଲିଖିତ ଅଭିଯୋଗ କରିଥିଲେ । ୨୦୨୨ ମାର୍ଚ୍ଚ ୧୭ ତାରିଖରେ ଖୁଣ୍ଟୁଣି ଥାନା ରାଧାକିଶୋରପୁର ନିକଟରେ ଦୁର୍ଘଟଣା ଘଟି ଦୀପକ ରାଉତର ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା । ସେତେବେଳ ଦୀପକ ଖୁଣ୍ଟୁଣି ଥାନାରେ ଦେଇଥିଲେ ଏତଲା । ସେତେବେଳର ଅଭିଯୋଗକୁ ପୁନର୍ବିଚାର କରିବାକୁ ମୃତ ଅପର୍ଣ୍ଣାଙ୍କ ପରିବାର ଲୋକେ ନିବେଦନ କରିଛନ୍ତି। 

Advertisment