କନକ ବ୍ୟୁରୋ: ୨୦୨୬ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ଭୀଷଣ ଯୁଦ୍ଧ । ଆମେରିକାର ଏକ ରିପୋର୍ଟ ଏଭଳି କିଛି ସଂକେତ ଦେଇଛି । ଏହାସହ ସେ ଭାରତକୁ ସତର୍କ କରାଇଛି । ଆମେରିକାର ପ୍ରମୁଖ ଥିଙ୍କ୍ ଟ୍ୟାଙ୍କ୍ କାଉନ୍ସିଲ ଅନ୍ ଫରେନ୍ ରିଲେସନ୍ସ ବା ସିଏଫ୍ଆର୍ ର ନୂଆ ରିପୋର୍ଟ ସତର୍କ କରାଇଛି ଯେ, ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇପାରେ । କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ହିଁ ଯୁଦ୍ଧର ପ୍ରମୁଖ କାରଣ ହେବ । କେବଳ ସେତିକି ନୁହେଁ, ଦୁଇ ଦେଶ ଅସ୍ତ୍ର କ୍ରୟ ବଢ଼ାଇଥିବାରୁ ଉତ୍ତେଜନା ଆହୁରି ବଢ଼ିପାରେ ବୋଲି ରିପୋର୍ଟ ଦର୍ଶାଇଛି । ମୁଖ୍ୟତଃ ଚୀନ୍ ପ୍ରଦତ୍ତ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭରଶୀଳ ପାକିସ୍ତାନ ଏବେ ଯୁଦ୍ଧବିମାନ ସଂଖ୍ୟା ବଢ଼ାଇବା ପାଇଁ ସବୁ ଶକ୍ତି ଲଗାଇ ଦେଇଛି । ଭାରତ ମଧ୍ୟ ପ୍ରତିରକ୍ଷା ବଜେଟ୍ ବଢ଼ାଇ ଅତ୍ୟାଧୁନିକ ଅସ୍ତ୍ର କ୍ରୟ କରୁଛି ।
ଇ-କେୱାଇସି ପାଇଁ ଆଜି ସରୁଛି ଅବଧି: ୧୩ଲକ୍ଷରୁ ଅଧିକ ରାସନ କାର୍ଡ ହିତାଧିକାରୀ କରିନାହାନ୍ତି ଅପଡେଟ
ଆମେରିକା ରିପୋର୍ଟ ଅନୁସାରେ, ପହଲ୍ଗାମ ଆକ୍ରମଣ ପରେ ଭାରତର ଅପରେସନ୍ ‘ସିନ୍ଦୂର’ଭଳି ଘଟଣା ଆଗାମୀ ବର୍ଷ ପୁନରାବୃତ୍ତି ହେଲେ, ପୁଣିଥରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବଢ଼ିବ । ଆଉ ଏଥର ଯୁଦ୍ଧ ଭୟଙ୍କର ରୂପ ନେବାର ଆଶଙ୍କା ରହିଛି । ଦୁଇ ଦେଶ ପରମାଣୁ ଶକ୍ତିସଂପନ୍ନ ହୋଇଥିବାରୁ ଯୁଦ୍ଧ ଭୟଙ୍କର ହୋଇପାରେ । ତେବେ ଅପରେସନ୍ ‘ସିନ୍ଦୂର’ପରେ ଯୁଦ୍ଧବିରତି ହେବା ଭଳି ଘଟଣା ପ୍ରମାଣିତ କରିଛି ଯେ କୂଟନୈତିକ ଚେଷ୍ଟା ଦ୍ୱାରା ଉତ୍ତେଜନା ନିୟନ୍ତ୍ରଣ କରାଯାଇପାରେ । ରିପୋର୍ଟରେ ଆମେରିକା ଓ ଅନ୍ୟ ଦେଶଗୁଡ଼ିକୁ ଏହି ଉତ୍ତେଜନା କମାଇବା ପାଇଁ ମଧ୍ୟସ୍ଥତା କରିବାକୁ ପରାମର୍ଶ ଦିଆଯାଇଛି ।
୨୦୨୬ରେ ଭାରତ-ପାକ୍ ଯୁଦ୍ଧ!
ଆମେରିକା ରିପୋର୍ଟରେ ସତର୍କ ସୂଚନା
ଭାରତ- ପାକିସ୍ତାନ ମଧ୍ୟରେ ହୋଇପାରେ ଭୀଷଣ ଯୁଦ୍ଧ
କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଯୁଦ୍ଧ ହେବା ଆଶଙ୍କା
କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପାକିସ୍ତାନ ଲଗାତାର ପ୍ରୋତ୍ସାହିତ କରୁଛି
କାଶ୍ମୀରରେ ଆତଙ୍କ ବରଦାସ୍ତ କରିବନି ଭାରତ
ଏହି କାରଣ ପାଇଁ ପୁନଃ ଯୁଦ୍ଧ ଆଶଙ୍କା ରହିଛି
ଏଥର ଯୁଦ୍ଧ ନେଇପାରେ ଭୟଙ୍କର ରୂପ
ଉଭୟ ଦେଶ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବାରେ ବ୍ୟସ୍ତ
ଅର୍ଥନୈତିକ ସଙ୍କଟ ସତ୍ତ୍ୱେ ପାକିସ୍ତାନ ଅସ୍ତ୍ର କ୍ରୟ ଜାରି ରଖିଛି
ଚୀନ୍ ସହ କେତେକ ଗୁପ୍ତ ବୁଝାମଣାରେ ପାକିସ୍ତାନ ଏବେ ଅସ୍ତ୍ର ହାସଲ କରୁଛି
ଯାହା ଚୀନ୍ର ମନ୍ଦ ଉଦ୍ଦେଶ୍ୟକୁ ଦର୍ଶାଉଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/31/india-pak-war-2025-12-31-08-45-15.jpg)