କନକ ବ୍ୟୁରୋ :  ସୋରରୁ କଏଦୀ ଫେରାର ଓ ବରଗଡରେ  କଏଦୀ ଆତ୍ମହତ୍ୟା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁଲିସ ଡିଜି ।  ଜେଲ ସରୁକ୍ଷାକୁ ସୁନିଶ୍ଚିତ କରିବାକୁ ସମସ୍ତ ରେଞ୍ଜ ଡିଆଇଜି ଓ ବରିଷ୍ଠ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୱାଇ.ବି.ଖୁରାନିଆ ।  ନିଜ ନିଜ ଅଂଚଳରେ ଆସୁଥିବା ଜେଲରେ ନିରାପତ୍ତା ଓ ସୁରକ୍ଷାକୁ  ସୁନିଶ୍ଚିତ କରିବା ସହ ଅଚାଚନ ଜେଲ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଏହାସହ ଜେଲ ଦାୟିତ୍ବରେ ଥିବା ଅଧିକାରୀ ହୋଡକ୍ବାର୍ଟର ନ ଛାଡିବେ ସେ ନେଇ ଯାଂଚ କରିବାକୁ ଲ୍ୟାଣ୍ଡଲାଇନ ନମ୍ବରରେ କଲ କରିବାକୁ କୁହାଯାଇଛି ।  ଜେଲର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ବାରା ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ ।  

Advertisment

ସୋର ଜେଲରୁ କଏଦୀ ଫେରାର  ହେବା ଘଟଣାର ତଦନ୍ତ ନିର୍ଦ୍ଦେଶ। ସର୍କଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ଡିଜି ସୁଶାନ୍ତ ନାଥ। ଘଟଣା ସ୍ଥାନକୁ ଯାଇ ସରଜମିନ ତଦନ୍ତ କରିବାକୁ କୁହାଯାଇଛି । ସୋର ଜେଲ୍‌ରେ ୨୫୦ ବନ୍ଦୀ ରହିଛନ୍ତି, ହେଲେ ୱାର୍ଡର  ଜଗୁଛନ୍ତି  ମାତ୍ର ୩ ଜଣ । ଜଣେ  ଜେଲ୍  ଗେଟରେ ଏବଂ ଦୁଇ ଜଣ ଭିତରେ ଜଗୁଥିଲେ। ତେବେ ଜେଲ୍ କର୍ମଚାରୀଙ୍କୁ ଚକମା ଦେଇ ବନ୍ଦୀ ଦୀପକ ରାୟ ଚମ୍ପଟ ମାରିଛନ୍ତି। ଜେଲ୍ ପାଚେରୀ ଡେଇଁ ସେ ପଳାଇଇଥିବା ଜେଲ୍ ଡିଜି ସୂଚନା ଦେଇଛନ୍ତି।  ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରେ ବନ୍ଦୀ ଜେଲରୁ ଫେରାର ହେବା  ଘଟଣା   ଚିନ୍ତାର କାରଣ ପାଲଯିଛି। ଯେତିକି ୱାର୍ଡର ଜେଲରେ ରହିବା କଥା ରାଜ୍ୟରେ ୱାର୍ଡର ସଂଖ୍ୟା କମ ରହିଥିବା ସେ କହିଛନ୍ତି। ଆଜି ସୋର ଜେଲରୁ ଜଣେ କଏଦୀ ଚମ୍ପଟ ମାରିଛି। ସମ୍ପୃକ୍ତ କଏଦୀ ୩ ଦିନ ତଳେ ଜେଲକୁ ଆସିଥିଲେ। ୪ ନମ୍ବର ୱାର୍ଡରେ ରହିଥିଲା ଅଭିଯୁକ୍ତ ।