କନକ ବ୍ୟୁରୋ : ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା କଲା କିଏ ? ହତ୍ୟାକାଣ୍ଡକୁ ନେଇ ଖୋଲୁଛି ରସହ୍ୟ , ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର । ମେରୁଦଣ୍ଡରୁ ବାହାରିଲା ୯ଏମ୍‌ଏମ୍‌ ଗୁଳି । ସବୁସ୍ଥିତିକୁ ନଜରରେ ରଖି ହତ୍ୟାକାଣ୍ଡର ଯୋଜନା କରିଥିଲେ ଦୁର୍ବୃତ୍ତ । ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଓ ଦୁର୍ଗାପୂଜାରେ ପୁଲିସ ରୁନ୍ଧି ହୋଇ ଯାଇଥିଲା । କୁମାର ପୂର୍ଣ୍ଣମୀ ଦିନ ଏସ୍‌ପି ଡ.ଶରବଣା ବିବେକ ଏମ୍‌ ଛୁଟି‌ରେ ଯାଇଥିଲେ । ଏପରିକି ବୈଦ୍ୟନାଥପୁର ଥାନା ଆଇଆଇସି ସୁଚିତ୍ରା ପରିଡ଼ା ବି ଛୁଟିରେ ଥିଲେ । ସୁଯୋଗ ଦେଖି ଗୁଳିମାଡ କରିଥିଲେ ଦୁର୍ବୃତ୍ତ ।  

Advertisment

ଗୁଳିମାଡ଼ରେ ଆଇନଜୀବୀ  ପୀତବାସଙ୍କ ମୃତ୍ୟୁ ଖବର ସୋମବାର ରାତିରେ ଜଣାପଡ଼ିବା ପରେ ଏସ୍‌ପି ତୁରନ୍ତ ଛୁଟି ବାତିଲ କରି ଫେରିଛନ୍ତି । ଗତକାଲି ସନ୍ଧ୍ୟାରେ ସେ କାର୍ଯ୍ୟରେ ଯୋଗ ଦେବା ସହ ୬ଟି ସ୍ବତନ୍ତ୍ର ଟିମ୍‌ ଗଠନ କରିଛନ୍ତି । ଘଟଣାଦିନ ରାତିରୁ ନେଇ ଗତକାଲି ଭିତରେ ପ୍ରାୟ ୨୦ ଜଣଙ୍କୁ ଉଠାଇ ନେଇ ପଚରା ଉଚରା ଚାଲିଛି । ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ ପ୍ରକାଶ । ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଖୁବ୍ ଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।