କନକ ବ୍ୟୁରୋ : କଙ୍ଗାରୁ କୋର୍ଟର ସାଂଘାତିକ ଚିତ୍ର । ନାବାଳିକାକୁ ପ୍ରେମ ଘଟଣାରେ ଜଣେ ସଂଖ୍ୟା ଲଘୁ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ରକ୍ତାକ୍ତ କରିଛନ୍ତି । ଏପରିକି ଯୁବକଙ୍କୁ ଉଲଗ୍ନ କରି ଦଉଡ଼ିରେ ହାତ ବାନ୍ଧି ରାସ୍ତାରେ ଚଲାଇଲେ । କିଛି ଅସାମାଜିକ ଯୁବକଙ୍କ ଏଭଳି  ଭିଡିଓ ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେଉଛି । ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳର ଏଭଳି ଅଭାବନିୟ ଘଟଣା ଘଟିଛି । ଯାହାକୁ ନେଇ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ ହୋଇଛି । ବହଳଦା ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Advertisment

ଅଧିକ ପଢ଼ନ୍ତୁ : ବାଦିଲି ଗାଁରେ କଙ୍ଗାରୁ କୋର୍ଟ ; ବୃଦ୍ଧଙ୍କୁ ଚପଲ ମାଳ ପିନ୍ଧାଇ ଲଣ୍ଡା କରି ବୁଲାଇଲେ

ସେପଟେ ରାଜଧାନୀରେ ଫୁଟିଲା ବୋମା । ଗୋଷ୍ଠୀ ସଂଘର୍ଷ ବେଳେ ହାତରେ ବୋମା ଫୁଟି ଯୁବକ ଗୁରୁତର । ଛିଡ଼ିପଡ଼ିଲା ପାପୁଲି । ଯୁବକକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଉସୀ ମା' ଛକରେ ବଡ଼ ଅଘଟଣ । ପ୍ରତିପକ୍ଷ ଗୋଷ୍ଠୀକୁ ଆକ୍ରମଣ କରିବାକୁ ଆସିଥିବା ଯୁବକଙ୍କ ହାତରେ ବୋମା ଫୁଟିଥିବା ଜଣାପଡ଼ିଛି । ହାତରେ ବୋମା ଫୁଟିବାରୁ ହାତ ପାପୁଲି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି ।

ଖବର ମୁତାବକ ଚିନ୍ତାମଣିଶ୍ୱର ଅଞ୍ଚଳରେ କିଛି ଦିନ ହେଲା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଅଞ୍ଚଳରେ ପତିଆରା ବଢ଼ାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଦିନକୁ ଦିନ ବିବାଦ ବଢ଼ିବାରୁ ଦୁଇ ଗୋଷ୍ଠୀ ବିଭିନ୍ନ ସମୟରେ ମୁହାଁମୁହିଁ ହେଉଥିଲେ ଓ ସେମାନଙ୍କ ମଧ୍ୟରେ ଛକାପଞ୍ଝ ଆରମ୍ଭ ହୋଇଯାଇଥିଲା । ବୁଧବାର ରାତିରେ କଳ୍ପନା ଛକ ନିକଟରେ ଗୋଟିଏ ଗୋଷ୍ଠୀର କିଛି ଯୁବକ ବସି ଖଟି କରିଥିଲେ । ଏହି ସମୟରେ ପ୍ରତିପକ୍ଷ ଗୋଷ୍ଠୀ ଆସି ସେଠାରେ ଆକ୍ରମଣ କରିଥିଲେ । ଜଣେ ଯୁବକ ବୋମା ମାଡ଼ କରିବାକୁ ହାତରେ ବୋମା ଧରି ଆସିଥିଲା । ଧସ୍ତାଧସ୍ତି ସମୟରେ ଯୁବକ ତଳେ ପଡ଼ିଯିବାରୁ ହାତରେ ବୋମା ଫୁଟିଯାଇଥିଲା । ବୋମା ଫୁଟିବା ପରେ ସମସ୍ତେ ଯିଏ ଯୁଆଡେ ପାରିଲେ ଦୌଡ଼ି ପଳାଇଥିଲେ । ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଘଟଣାରେ ଜଣକୁ ଅଟକ ରଖି ଖୋଳତାଡ଼ କରୁଛି ପୁଲିସ ।