Student Found Pregnant Photograph: (Kanak News)
କନକ ବ୍ୟୁରୋ : ଆବାସିକ ବିଦ୍ୟାଳୟ ଛାତ୍ରୀ ଗର୍ଭବତୀ । ପୁଣି ସାମ୍ନାକୁ ଆସିଲା ଆଦିବାସୀ ଇଲାକାର ଛାତ୍ରୀଙ୍କ ଗର୍ଭବତୀ ଘଟଣା । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳରେ ଘଟିଛି ଏପରି ଘଟଣା । ଏଥିରେ ସଂପୃକ୍ତ ଥିବା ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ମାଥିଲି ପୋଲିସ ।
ଜୈନିକ ଛାତ୍ରୀ ଜଣକ ମାଥିଲି ଥାନା ଅଂଚଳର ଏକ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଭାଗର ଛାତ୍ରୀ । ହଷ୍ଟେଲରେ ଥିବା ସମୟରେ ଛାତ୍ରୀ ଜଣକ ମାସିକ ସମୟରେ ପ୍ରେଗନେସି ଟେଷ୍ଟ କରିଥିଲେ ମେଟ୍ରୋନ୍ । ତେବେ ତାଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା । ଛାତ୍ରୀ ଜଣକ ଗର୍ଭବତୀ ଥିବା ଜାଣି ମହାବିଦ୍ୟାଳୟର ଅଧ୍ୟକ୍ଷ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ଥାନାରେ ମାମଲା ପରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି ।
ହାଇସ୍କୁଲରେ ପଢୁଥିବା ଛାତ୍ରୀ ଯୌନ ଶୋଷଣର ଶିକାର । କିଛିମାସ ତଳେ ନାବାଳିକାକୁ ଯୌନ ଶୋଷଣ କରି ଗର୍ଭବତୀ କରିଥିଲା ୧୫ ବର୍ଷର ନାବାଳକ । ମୟୂରଭଞ୍ଜରେ ଏହି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ସେଭଳି ସମାନ ଅଭିଯୋଗ ଆସିଥିଲା କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ । ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଇଥିଲା ।
ଅଧିକ ପଢ଼ନ୍ତୁ : ହାଇସ୍କୁଲ ଛାତ୍ରୀ ଗର୍ଭବତୀ ! ତିନି ଜିଲ୍ଲାରୁ ଆସିଲା ସମାନ ଅଭିଯୋଗ
ଯୌନ ଶୋଷଣର ଶିକାର ହୋଇ ସରକାରୀ ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିଲେ । ଏନେଇ ବାଙ୍ଗିରପୋଷି ଥାନାରେ ପୀଡ଼ିତାଙ୍କ ମାଆ ଏତଲା ଦେବା ପରେ ଅଭିଯୁକ୍ତ ୧୫ବର୍ଷୀୟ ନାବାଳକକୁ ଅଟକ ରଖି ତଦନ୍ତ କରୁଛି ପୁଲିସ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳର ଏକ ଶେବାଶ୍ରମର ଦଶମ ଶ୍ରେଣୀ ଛାତ୍ରୀ ମଧ୍ୟ ଗର୍ଭବତୀ ହୋଇଥିଲେ । ସେହିପରି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ଏକ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ପ୍ରଧାନ ଶିକ୍ଷୟିତ୍ରୀ । ଛାତ୍ରୀଙ୍କ ବୟାନ ଆଧାରରେ ଜଣେ ନାବାଳକକୁ ପୁଲିସ ଗିରଫ କରିଛି । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସାମାଜିକ କର୍ମୀ ।
ତିନି ଜିଲ୍ଲାରୁ ଆସିଥିବା ହାଇସ୍କୁଲ ଛାତ୍ରୀ ଗର୍ଭବତୀ ଘଟଣା ଲଜ୍ଜାରେ ସଭ୍ୟ ସମାଜର ମୁଣ୍ଡ ତଳକୁ କରି ଦେଇଛି । ପ୍ରଶ୍ନ ଉଠୁଛି ସମାଜରେ ନୀତନୈତିକତାର ସ୍ଖଳନ ହେଉଛି କି ? କୋମଳମତି ସ୍କୁଲ ପିଲା କାହିଁକି ଯୌନଉଦ୍ଧିପନାର ଶିକାର ହେଉଛନ୍ତି ? ଏଥିପାଇଁ କିଏ ଦାୟୀ ? କିଛି ଦିନ ହେଲା ରାଜ୍ୟରେ ଛାତ୍ରୀ ନିର୍ଯାତନା ଘଟଣା ବୃଦ୍ଧି ପାଇବା ଚିନ୍ତା ବଢାଇ ଦେଇଛି । ମୟୂରଭଞ୍ଜ, କନ୍ଧମାଳ ଓ ରାୟଗଡ଼ାରେ ହାଇସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଗୋଟିଏ ସମାନତା ଦେଖିବାକୁ ମିଳିଛି । ଖରା ଛୁଟିରେ ଗାଁକୁ ଯାଇଥିଲା ବେଳେ ନିର୍ଯାତନାର ଶିକାର ହୋଇଛନ୍ତି ତିନି ଛାତ୍ରୀ । ପାଖ ପଡ଼ୋଶୀ ଓ ପରିଚିତଙ୍କ ଦ୍ୱାର ଯୌନ ଶୋଷଣର ଶିକାର ହୋଇଛନ୍ତି ।
Follow Us