କନକ ବ୍ୟୁରୋ : ହାଇସ୍କୁଲରେ ପଢୁଥିବା ଛାତ୍ରୀ ଯୌନ ଶୋଷଣର ଶିକାର । ନାବାଳିକାକୁ ଯୌନ ଶୋଷଣ କରି ଗର୍ଭବତୀ କରିଛି ୧୫ ବର୍ଷର ନାବାଳକ । ମୟୂରଭଞ୍ଜର ଏହି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି । ସେପଟେ ସମାନ ଅଭିଯୋଗ ଆସିଛି କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ । ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରି ଦେଇଛି । 

Advertisment

ଯୌନ ଶୋଷଣର ଶିକାର ହୋଇ ସରକାରୀ ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ । ଏନେଇ ବାଙ୍ଗିରପୋଷି ଥାନାରେ ପୀଡିତାଙ୍କ ମାଆ ଏତଲା ଦେବା ପରେ ଅଭିଯୁକ୍ତ ୧୫ବର୍ଷୀୟ ନାବାଳକକୁ ଅଟକ ରଖି ତଦନ୍ତ କରୁଛି ପୁଲିସ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳର ଏକ ଶେବାଶ୍ରମର ଦଶମ ଶ୍ରେଣୀ ଛାତ୍ରୀ ମଧ୍ୟ ଗର୍ଭବତୀ ହୋଇଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ଏକ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ । ଛାତ୍ରୀଙ୍କ ବୟାନ ଆଧାରରେ ଜଣେ ନାବାଳକକୁ ପୁଲିସ ଗିରଫ କରିଛି  ।  ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସାମାଜିକ କର୍ମୀ। 

ତିନି ଜିଲ୍ଲାରୁ ଆସିଥିବା ହାଇସ୍କୁଲ ଛାତ୍ରୀ ଗର୍ଭବତୀ ଘଟଣା ଲଜ୍ଜାରେ ସଭ୍ୟ ସମାଜର ମୁଣ୍ଡ ତଳକୁ କରି ଦେଇଛି । ପ୍ରଶ୍ନ ଉଠୁଛି ସମାଜରେ ନୀତନୈତିକତାର ସ୍ଖଳନ ହେଉଛି କି? କୋମଳମତି ସ୍କୁଲ ପିଲା କାହିଁକି ଯୌନଉଦ୍ଧିପନାର ଶିକାର ହେଉଛନ୍ତି ? ଏଥିପାଇଁ କିଏ ଦାୟୀ ?  କିଛି ଦିନ ହେଲା ରାଜ୍ୟରେ ଛାତ୍ରୀ ନିର୍ଯାତନା ଘଟଣା ବୃଦ୍ଧି ପାଇବା ଚିନ୍ତା ବଢାଇ ଦେଇଛି । ମୟୂରଭଞ୍ଜ, କନ୍ଧମାଳ ଓ ରାୟଗଡ଼ାରେ ହାଇସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଗୋଟିଏ ସମାନତା ଦେଖିବାକୁ ମିଳିଛି । ଖରା ଛୁଟିରେ ଗାଁକୁ ଯାଇଥିଲା ବେଳେ ନିର୍ଯାତନାର ଶିକାର ହୋଇଛନ୍ତି ତିନି ଛାତ୍ରୀ । ପାଖ ପଡ଼ୋଶୀ ଓ ପରିଚିତଙ୍କ ଦ୍ୱାର ଯୌନ ଶୋଷଣର ଶିକାର ହୋଇଛନ୍ତି ।