କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଅଷ୍ଟମ ଶେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା । ପୀଡ଼ିତାର ମାଆଙ୍କ ଲିଖିତ ଅଭିଯୋଗ ଆଧାରରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ନାବାଳକଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ବାଙ୍ଗିରିପୋଷି ପୁଲିସ । ଅଭିଯୋଗ ଅନୁସାରେ, ଛାତ୍ରୀ ଜଣଙ୍କ ଗ୍ରୀଷ୍ମ ଛୁଟିରେ ତାଙ୍କ ଘରକୁ ଯାଇଥିଲେ । କିଛି ଦିନ ତଳେ ଘରୁ ହଷ୍ଟେଲକୁ ଆସିଥିବା ବେଳେ ଗତକାଲି ସେ ସ୍କୁଲରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ହଷ୍ଟେଲ ୱାର୍ଡେନ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା ଡାକ୍ତର ସୂଚନା ଦେଇଥିଲେ । ପୁଲିସ ଏହି ଘଟଣାରେ ମାଆଙ୍କ ଉପସ୍ଥିତିରେ ପୀଡ଼ିତାଙ୍କର ବୟାନ ରେକର୍ଡ କରିଛି ।
ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ: ନାବାଳକକୁ ଅଟକ ରଖିଲା ପୁଲିସ
ମୟୂରଭଞ୍ଜ ବାଙ୍ଗିରିପୋଷିରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା । ପୀଡ଼ିତାଙ୍କ ମା’ଙ୍କ ଲିଖିତ ଅଭିଯୋଗ ଆଧାରରେ ପୋକ୍ସୋ ଆକ୍ଟରେ ମାମଲା । ସମ୍ପୃକ୍ତ ନାବାଳକ ଅଟକ । ପୀଡ଼ିତାଙ୍କର ହେଲା ବୟାନ ରେକର୍ଡ ।
/kanak/media/media_files/2025/07/20/student-pregnant-2025-07-20-11-15-24.jpg)