କନକ ବ୍ୟୁରୋ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ରିମାଣ୍ଡରେ ଯିବେ ଉମା, ଯୋଗୀ । ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇ ଜେରା କରିସାରିଛି । ଏବେ ପୁଣିଥରେ ସେଥିମଧ୍ୟରୁ ଦୁଇ ଅଭିଯୁକ୍ତ ଉମା ବିଶୋୟୀ ଓ ଯୋଗେନ୍ଦ୍ର ରାଉତକୁ ରିମାଣ୍ଡରେ ନେଇ ଅଧିକ ଜେରା କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ । ପୂର୍ବରୁ କର୍ପୋରେଟର୍ ମଳୟ ବିଶୋୟୀ ଓ ଆଇନଜୀବୀ ମଦନ ଦଳେଇଙ୍କ ସମେତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଉମା ବିଶୋୟୀ, ଯୋଗେନ୍ଦ୍ର ରାଉତ ଓ ସୁଟର୍ କୁରୁପତି ଭୂୟାଁ ସମେତ ଚିଣ୍ଟୁ ପ୍ରଧାନକୁ ଦୁଇଦିନିଆ ରିମାଣ୍ଡରେ ନେଇ ପୁଲିସ ଜେରା କରିଥିଲା । ସମସ୍ତଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଜେଲକୁ ପଠାଇ ଦିଆଯାଇଥିଲା I
ମହାରାଷ୍ଟ୍ର ରାଜନୀତିରେ ଝଡ଼, ୧୮ ଶହ କୋଟିର ଜମି ଦୁର୍ନୀତି ନେଇ ଅଡ଼ୁଆରେ ପାର୍ଥ ପାୱାର
ତେବେ ଦୁଇ ଦିନିଆ ରିମାଣ୍ଡରେ ଆସିଥିବା ଉଭୟ ମଳୟ ବିଶୋୟୀ ଓ ମଦନ ଦଳେଇଙ୍କୁ ପୁଲିସ ଗୋଟିଏ ଦିନ ପରେ ଜେଲକୁ ପଠାଇ ଦେଇଥିଲା । ରିମାଣ୍ଡ ସମୟରେ ଅନ୍ୟ ୪ଜଣ ଅଭିଯୁକ୍ତଙ୍କଠାରୁ ପୁଲିସ କିଛି ନୂତନ ତଥ୍ୟ ହାସଲ କରିଥିବାରୁ ତାକୁ ଆଧାର କରି ଆଉ କିଛି ଅଧିକ ତଥ୍ୟ ଓଗାଳିବା ଲକ୍ଷ୍ୟରେ ପୁଲିସ ଉମା ଓ ଯୋଗେନ୍ଦ୍ରକୁ ରିମାଣ୍ଡରେ ନେଇ ଜେରା କରିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ଏଥିପାଇଁ ପୁଲିସ ପକ୍ଷରୁ ଏସଡିଜେ ଏମଙ୍କ କୋର୍ଟରେ ଆବେଦନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/08/1-2025-11-08-07-38-43.jpg)