କନକ ବ୍ୟୁରୋ: ଅଷ୍ଟ୍ରେଲିଆର ବେଳାଭୂମୀରେ ଆତଙ୍କୀଙ୍କ ବର୍ବରକାଣ୍ଡ ପରେ ଏବେ ତାଇୱାନର ମେଟ୍ରୋ ଷ୍ଟେସନ । ତାଇୱାନର ରାଜଧାନୀ ତାଇପେଇର ମେଟ୍ରୋ ଷ୍ଟେସନରେ ଦୁବୃତ୍ତଙ୍କ ଛୁରାମାଡ଼ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଲୋକ ଗହଳି ଥିବା ମେଟ୍ରୋ ଷ୍ଟେସନରେ ଆକ୍ରମଣକାରୀ ଜଣକ ଯାହାକୁ ପାରିଲା ତାକୁ ଛୁରି ମାରି ଚାଲିଥିଲା । ଫଳରେ ଲୋକମାନେ ପ୍ରାଣ ବିକଳରେ ଯିଏ ଯୁଆଡ଼େ ପାରିଲା, ଧାଉଁ ଥିବାର ଦେଖିବାକୁ ମିଳିଛି ।
ପରିବେଶର ପ୍ରକୋପ: ଜାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ, ଦିଲ୍ଲୀରେ ପ୍ରଦୂଷଣ ପାଲଟିଛି ବଡ଼ ସମସ୍ୟା, ମରୁଭୂମିରେ ବି ହେଲାଣି ବନ୍ୟା
ସଇତାନ ଜଣକ ପ୍ରଥମେ ମେଟ୍ରୋ ଷ୍ଟେସନକୁ ଆସି ନିଜକୁ ପ୍ରସ୍ତୁତ କରିଥିଲା, ଆଉ ଏହାପରେ ଧୂଆଁ ସୃଷ୍ଟିକାରୀ ବୋମା ଫିଙ୍ଗିଥିଲା । ଏହାପରେ ଜଣକ ପରେ ଜଣକୁ ଛୁରାମାଡ଼ କରିଚାଲିଥିଲା । ପରେ ଦୁର୍ବତ୍ତ ଜଣକର ଏକ କୋଠାରୁ ପଡ଼ି ଜୀବନ ଯାଇଛି । ଏହି ଆକ୍ରମଣ ନେଇ ତାଇୱାନ ପୁଲିସ୍ ତଦନ୍ତ ଚଳାଇଛି । ତାଇୱାନ ଅପେକ୍ଷାକୃତ ଏକ ଶାନ୍ତିପ୍ରିୟ ଦେଶ । ତେଣୁ ଏଠାରେ ଏଭଳି ଘଟଣା ବିରଳ । ତେଣୁ ଏହି ଆକ୍ରମଣ ପଛରେ କିଛି ଆତଙ୍କବାଦୀ ସମ୍ପୃକ୍ତି ଅଛି କି ନାହିଁ ସ୍ପଷ୍ଟ ହୋଇ ନାହିଁ । ନିକଟରେ ଅଷ୍ଟ୍ରେଲିଆର ଏକ ବେଳାଭୂମୀରେ ଦୁଇ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିଚାଳନାରେ ୧୫ ଜଣଙ୍କ ଜୀବନ ଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/20/3-2025-12-20-07-53-37.jpg)